ଆମେରିକା ହୋଇପାରେ ଟି-୨୦ ବିଶ୍ବକପ ୨୦୨୪ର ଆୟୋଜକ

author img

By

Published : Nov 14, 2021, 10:27 PM IST

ICC may pick US to host 2024 T20 World Cup: Report

ବର୍ଷ ୨୦୨୮ ଲସ ଆଞ୍ଜଲେସ୍‌ ଅଲମ୍ପିକ୍‌ସରେ କ୍ରିକେଟକୁ ସାମିଲ ପାଇଁ ଉଦ୍ୟମ ଚଳାଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) । ଅଧିକ ପଢନ୍ତୁ

ସିଡିନୀ: ବର୍ଷ ୨୦୨୮ ଲସ ଆଞ୍ଜଲେସ୍‌ ଅଲମ୍ପିକ୍‌ସରେ କ୍ରିକେଟକୁ ସାମିଲ ପାଇଁ ଉଦ୍ୟମ ଚଳାଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) । ଫଳରେ ଏହାକୁ ଦୃଷ୍ଟିରେ ରଖି ୨୦୨୪ ଟି-୨୦ ବିଶ୍ବକପକୁ ସଂଯୁକ୍ତ ରାଷ୍ଟ୍ର ଆମେରିକା(USA)ରେ ଆୟୋଜନ କରିବାକୁ ଯୋଜନା କରୁଛି ଆଇସିସି ।

ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, 2024 ସଂସ୍କରଣର ଟି-୨୦ ବିଶ୍ବକପ ଆୟୋଜକ କ୍ରିକେଟ ୱେଷ୍ଟଇଣ୍ଡିଜ(CWI) ଓ USA କ୍ରିକେଟ ମିଳିତ ଭାବେ କରନ୍ତୁ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଆଶାବାଦୀ ରହିଛି ।

ଯଦି ଏପରି ହୁଏ ତେବେ ବାଂଲାଦେଶରେ ଅନୁଷ୍ଠିତ ୨୦୧୪ ଟି-୨୦ ବିଶ୍ବକପ ପରେ ଏହା ପ୍ରଥମ ବିଶ୍ବ ଟୁର୍ଣ୍ଣାମେଣ୍ଟ ହେବ ଯାହା ଭାରତ, ଇଂଲଣ୍ଡ କିମ୍ବା ଅଷ୍ଟ୍ରେଲିଆରେ ଆୟୋଜିତ ହେବନାହିଁ ।

୨୦୨୪ ସଂସ୍କରଣର ଟି-୨୦ ବିଶ୍ବକପ USରେ ଖେଳାଯିବାର ଅର୍ଥ ୨୦୨୮ ଲସ ଆଞ୍ଜେଲସ ଅଲମ୍ପିକ୍‌ରେ କ୍ରିକେଟକୁ ସାମିଲ କରିବାର ମୂଳଦୁଆ ପଡିବା । ଏହାପରେ ୨୦୨୮ ସଂସ୍କରଣର ଅଲମ୍ପିକ ଅଷ୍ଟ୍ରେଲିଆର ବ୍ରିସବେନରେ ଆୟୋଜିତ ହେବ । ୨୦୩୬ ସଂସ୍କରଣ ଅଲମ୍ପିକ ଆୟୋଜନ ପାଇଁ ଭାରତୀୟ ଅଲମ୍ପିକ୍‌ ଆସୋସିଏସନ(IOA) ପୂର୍ବରୁ ସଙ୍କେତ ଦେଇସାରିଛି । ଫଳରେ ୨୦୨୮ ସଂସ୍କରଣର ଅଲମ୍ପିକ୍‌ରେ କ୍ରିକେଟ ସାମିଲ ହେଲେ ପରବର୍ତ୍ତୀ ସଂସ୍କରଣ ଗୁଡିକରେ ସମସ୍ୟା ରହିବ ନାହିଁ ବୋଲି ICC ଯୋଜନା କରିଥିବା ରିପୋର୍ଟରେ ଦର୍ଶାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.