ସର୍ବଶ୍ରେଷ୍ଠ ଦଳ ଚୟନ କଲା ଆଇସିସି: ରୋହିତ ଅଧିନାୟକ, ଦଳରେ ୬ ଭାରତୀୟ
ସର୍ବଶ୍ରେଷ୍ଠ ଦଳ ଚୟନ କଲା ଆଇସିସି: ରୋହିତ ଅଧିନାୟକ, ଦଳରେ ୬ ଭାରତୀୟ
ବିଶ୍ବକପ୍ ୨୦୨୩ ସରିବା ପରେ ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଚୟନ କଲା ଆଇସିସି । ସର୍ବଶ୍ରେଷ୍ଠ ଦଳରେ ରୋହିତ-କୋହଲିଙ୍କ ସମେତ ୬ ଭାରତୀୟ । ରୋହିତ ଶର୍ମାଙ୍କୁ ଶ୍ରେଷ୍ଠ ଅଧିନାୟକ କଲା ଆଇସିସି । ଅଧିକ ପଢ଼ନ୍ତୁ
ହାଇଦ୍ରାବାଦ: ଭାରତରେ ଆୟୋଜିତ ବିଶ୍ବକପ୍ ୨୦୨୩ ମହାକୁମ୍ଭ ରବିବାର ଶେଷ ହୋଇଛି । ଏହାପରେ ଆଧିକାରୀକ ଭାବେ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଦଳ ଚୟନ କରିଛି ଆଇସିସି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ ପାଇଁ ଆଇସିସି ନିଜ ଟିମ୍ରେ ୬ ଭାରତୀୟ ଖେଳାଳିଙ୍କୁ ସ୍ଥାନ ଦେଇଛି । ଏପରିକି ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ କରିଛି ଆଇସିସି । ଅନ୍ୟପଟେ ଫାଇନାଲ୍ରେ ଭାରତକୁ ହରାଇ ଚମ୍ପିଆନ୍ ହୋଇଥିବା ଅଷ୍ଟ୍ରେଲିଆ ଦଳର କେବଳ ଦୁଇ ଖେଳାଳିଙ୍କୁ ଆଇସିସି ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟରେ ସ୍ଥାନ ମିଳିଛି । ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କାର ଜଣେ ଲେଖାଏଁ ଖେଳାଳି ଏହି ଟିମରେ ସ୍ଥାନ ପାଇଛନ୍ତି ।
-
🇮🇳 x 6
— ICC (@ICC) November 20, 2023
🇦🇺 x 2
🇳🇿 🇿🇦 🇱🇰 x 1
Presenting the #CWC23 Team of the Tournament 👉 https://t.co/wgt51aC4CA pic.twitter.com/X6PJVNZHdq
ଆଇସିସି ଚୟନ କରିଥିବା ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ନେତୃତ୍ବ ମିଳିଥିବାବେଳେ ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡେଜା ଓ କେଏଲ୍ ରାହୁଲଙ୍କୁ ଟିମ୍ରେ ସ୍ଥାନ ମିଳିଛି । ଅଷ୍ଟ୍ରେଲିଆରୁ କେବଳ ଅଲରାଉଣ୍ଡର ଗ୍ଲେନ୍ ମାକ୍ସୱେଲ ଓ ଆଡାମ ଜାମ୍ପାଙ୍କୁ ଆଇସିସି ଟିମ୍ରେ ସାମିଲ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର ଷ୍ଟାର ୱିକେଟ୍କିପର-ବ୍ୟାଟର କ୍ବିଣ୍ଟନ ଡି'କକ୍, ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡେରାଇଲ୍ ମିଚେଲ୍ ଓ ଶ୍ରୀଲଙ୍କାର ଷ୍ଟାର ବୋଲର ଦିଲଶାନ ମଧୁଶଙ୍କା ଆଇସିସି ଦଳରେ ସ୍ଥାନ ପାଇଛନ୍ତି । ସେହିଭଳି ଦକ୍ଷିଣ ଆଫ୍ରିକୀୟ ବୋଲର ଗେରାଲ୍ଡ କଏଜି ଏହି ଦଳରେ ୧୨ତମ ପ୍ଲେୟର ଭାବେ ସ୍ଥାନ ପାଇଛନ୍ତି । ପ୍ରକାଶଯୋଗ୍ୟ, ଆଇସିସି ଆଧିକାରୀକ ଭାବେ ଏହି 'ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ' ନିଜ ଅଫିସିଆଲ୍ ୱେବ୍ସାଇଟ୍ ଓ ଏକ୍ସ ହ୍ୟାଣ୍ଡେଲ୍ରେ ପୋଷ୍ଟ କରିଛି ।
ଏହା ମଧ୍ୟ ପଢ଼ନ୍ତୁ...ସମସ୍ତଙ୍କ ଆଖିରେ ଲୁହ, ମନରେ କୋହ: ଏମିତି ଥିଲା ଭାରତୀୟ ଡ୍ରେସିଂ ରୁମ୍ରେ ଶେଷ ମେଡାଲ ସେରିମନି
ଆଇସିସି ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ: କ୍ବିଣ୍ଟନ୍ ଡି'କକ୍ (ୱିକେଟକିପର), ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଡେରାଇଲ ମିଚେଲ୍, କେଏଲ୍ ରାହୁଲ, ଗ୍ଲେନ୍ ମାକ୍ସୱେଲ୍, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ଦିଲଶାନ ମଧୁଶଙ୍କା, ଆଡାମ ଜାମ୍ପା, ମହମ୍ମଦ ଶାମି
୧୨ତମ ପ୍ଲେୟର: ଗେରାଲ୍ଡ କଏଜି
ଉଲ୍ଲେଖଯୋଗ୍ୟ, ଆଇସିସି ବିଶ୍ବକପ୍ ୨୦୨୩ରେ ଏକମାତ୍ର ଦଳ ଭାବେ ଆରମ୍ଭରୁ ସେମିଫାଇନାଲ୍ ପର୍ଯ୍ୟନ୍ତ ସମସ୍ତ ମ୍ୟାଚ୍ ଜିତି ଅପରାଜିତ ଥିଲା ଟିମ୍ ଇଣ୍ଡିଆ । ଦଳର ଉଭୟ ବୋଲିଂ ଓ ବ୍ୟାଟିଂ ବିଭାଗ ଦମଦାର ପ୍ରଦର୍ଶନ ଜାରି ରଖିଥିଲେ । ହେଲେ ଫାଇନାଲ୍ରେ ଜୟଯାତ୍ରାକୁ ଜାରି ରଖିବାରେ ବିଫଳ ହୋଇଥିଲା ଦଳ । ଅଷ୍ଟ୍ରେଲିଆ ୭ ୱିକେଟ୍ରେ ଫାଇନାଲ୍ ମ୍ୟାଚ୍ ଜିତି ଏହି ସଂସ୍କରଣର ଚମ୍ପିଆନ୍ ହୋଇଥିଲା । ତେବେ ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ କରି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ସେହିଭଳି ମହମ୍ମଦ ଶାମି ସର୍ବାଧିକ ୱିକେଟ୍ ସହ ବୋଲରମାନଙ୍କ ତାଲିକାର ଶୀର୍ଷରେ ରହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
