IND vs BAN 1st ODI: ୭ ବର୍ଷ ପରେ ବାଂଲାଦେଶରେ ପ୍ରଥମ ଦିନିକିଆ ଖେଳିବ ଭାରତ

author img

By

Published : Dec 4, 2022, 9:21 AM IST

IND vs BAN 1st ODI: ୭ ବର୍ଷ ପରେ ବାଂଲାଦେଶରେ ପ୍ରଥମ ଦିନିକିଆ ଖେଳିବ ଭାରତ, ଏମିତି ଅଛି ପ୍ରସ୍ତୁତି

ଢାକାରେ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ପହଞ୍ଚିଥିବା ଭାରତୀୟ କ୍ରିକେଟ ଦଳକୁ ବ୍ରାଜିଲ ଓ ଆର୍ଜେଣ୍ଟିନା ପତାକା ଦେଖାଇ ସ୍ବାଗତ କରାଯାଇଥିବା ଦେଖିବାକୁ ମିଳିଥିଲା । ୭ ବର୍ଷ ପରେ ପ୍ରଥମ ଥର ପାଇଁ ବାଂଲାଦେଶରେ ଦିନିକିଆ ଖେଳିବ ଭାରତ । ଅଧିକ ପଢ଼ନ୍ତୁ

ମୀରପୁର: କ୍ରିକେଟ ପ୍ରେମୀ ଦେଶ ଭାବେ ପରିଚିତ ବାଂଲାଦଶରେ ବର୍ତ୍ତମାନ ଫୁଟବଲର କ୍ରେଜ ଦେଖିବାକୁ ମିଳୁଛି । FIFA ବିଶ୍ବକପ ଜାରି ରହିଥିବାବେଳେ ଢାକାରେ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ପହଞ୍ଚିଥିବା ଭାରତୀୟ କ୍ରିକେଟ ଦଳକୁ ବ୍ରାଜିଲ ଓ ଆର୍ଜେଣ୍ଟିନା ପତାକା ଦେଖାଇ ସ୍ବାଗତ କରାଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଦୀର୍ଘ ୭ ବର୍ଷ ପରେ ପ୍ରଥମ ଥର ପାଇଁ ବାଂଲାଦେଶରେ ଦିନିକିଆ ଖେଳିବ ଭାରତ । ଏଥିରେ ମଧ୍ୟ ଦର୍ଶକଙ୍କର ଭିଡ଼ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି ।

IND vs BAN 1st ODI: ୭ ବର୍ଷ ପରେ ବାଂଲାଦେଶରେ ପ୍ରଥମ ଦିନିକିଆ ଖେଳିବ ଭାରତ, ଏମିତି ଅଛି ପ୍ରସ୍ତୁତି
IND vs BAN 1st ODI: ୭ ବର୍ଷ ପରେ ବାଂଲାଦେଶରେ ପ୍ରଥମ ଦିନିକିଆ ଖେଳିବ ଭାରତ, ଏମିତି ଅଛି ପ୍ରସ୍ତୁତି

ଭାରତରେ ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ବକପ ପାଇଁ ବାଂଲାଦେଶ ଯୋଗ୍ୟତା ହାସଲ କରିସାରିଛି । ସେପଟେ ଭାରତୀୟ ଦଳ ମଧ୍ୟ ଦଳର ଅନୁଭବୀ ଖେଳାଳୀଙ୍କୁ ଦଳରେ ସାମିଲ କରି ଆସନ୍ତା ବିଶ୍ବକପରେ ଘରୋଇ ପରିବେଶରେ ସମର୍ଥକଙ୍କ ଗହଣରେ ବିଶ୍ବକପ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିବା ଲକ୍ଷରେ ରହିଛି । ସେଥିପାଇଁ ଏହି ଶୃଙ୍ଖଳା ସହିତ ବିଶ୍ବକପର କୌଣସି ସମ୍ପର୍କ ନଥିଲେ ମଧ୍ୟ ବିଶ୍ବକପ ଖେଳିବାକୁ ଯାଉଥିବା ସମସ୍ତ ଟିମ୍‌ର ନଜର ଏହି ଶୃଙ୍ଖଳା ଉପରେ ରହିବ । ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳା ପରେ ରୋହିତ ଶର୍ମା ଦଳର ଅଧିନାୟକ ଭାବେ ଦଳକୁ ଫେରିଛନ୍ତି । ସେହିଭଳି ଲୋକେଶ ରାହୁଲଙ୍କୁ ମଧ୍ୟ ଦଳର ଉପ ଅଧିନାୟକ ଭାବେ ଦାୟିତ୍ବ ଦିଆଯାଇଛି । ଦଳକୁ ବିରାଟ କୋହଲିଙ୍କର ମଧ୍ୟ ପ୍ରତ୍ୟାବର୍ତ୍ତନ ସୂଚନା ଦେଉଛି ଯେ, ଭାରତ ଏବେଠାରୁ ବିଶ୍ବକପ ପାଇଁ ପ୍ରସ୍ତୁତି ଆରମ୍ଭ କରିଲାଣି ।

ଦଳରେ ନୂଆ ଖେଳାଳୀଙ୍କୁ ସୁଯୋଗ

ବାଂଲାଦେଶ ଗସ୍ତରେ ଯାଇଥିବା ଭାରତୀୟ ଦଳରେ କିଛି ନୂଆ ଖେଳାଳୀଙ୍କୁ ସୁଯୋଗ ଦିଆଯାଇଛି । କିନ୍ତୁ ଇଶାନ କିଶନ, ରଜତ ପାଟିଦାର, ରାହୁଲ ତ୍ରୀପାଠିଙ୍କୁ ଏଥର ଖେଳିବାକୁ ସୁଯୋଗ ମିଳିନପାରେ । କାରଣ ଦଳର ଶୀର୍ଷ ଓ ମଧ୍ୟକ୍ରମରେ ଖେଳିବାକୁ ଅନେକ ଅନୁଭବୀ ଖେଳାଳୀ ପ୍ରସ୍ତୁତ ଅଛନ୍ତି । ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମି ଆହତ କାରଣରୁ ଦଲରୁ ବାହାରି ଯିବା ଓ ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ଏବଂ ଦୀପକ ଚହରଙ୍କ ଭଳି ଅଲରାଉଣ୍ଡରଙ୍କର ମିଶ୍ରଣ ହେବାପରେ ଭାରତ ବାଂଲାଦେଶରେ ନିଜର ଦଳକୁ କିଭଳି ସନ୍ତୁଳିତ କରୁଛି, ତାହା ଦେଖିବାକୁ ବାକି ରହିଲା ।

ଖେଳାଳୀଙ୍କ ପୂର୍ବ ରେକର୍ଡ

ବିରାଟ କୋହଲି ବାଂଲାଦେଶରେ ଦିନିକିଆରେ ୧୦୦୦ରନ ସଂଗ୍ରହ କରିବାରେ ଦ୍ବିତୀୟ ବିଦେଶୀ ବ୍ୟାଟର ହେବାକୁ କେବଳ ୩୦ ରନ ବାକି ଅଛି । ବାଂଲାଦେଶରେ ବିରାଟଙ୍କର ଆଭେରେଜ ୮୦.୮୩ । T20 ବିଶ୍ବକପରେ ଆକର୍ଷଣୀୟ ଭାବେ ଫର୍ମକୁ ଫେରିଥିବା କୋହଲି ଏଥର ଦିନିକିଆରେ ମଧ୍ୟ ପର୍ମକୁ ଫେରିବା ଲକ୍ଷରେ ରହିଛନ୍ତି ।

ସେହିଭଳି ବାଂଲାଦେଶର ଲିଟନ ଦାସ ମଧ୍ୟ ବଡ଼ ମୁକାବିଲାରେ ଭଲ ପ୍ରଦର୍ଶନ ଦେଖାଇଥାନ୍ତି । ଚଳିତବର୍ଷ ସେ ଦିନିକିଆରେ ୬୨.୫୦ ଆଭରେଜରେ ୫୦୦ ରନ ସଂଗ୍ରହ କରିଛନ୍ତି । କିନ୍ତୁ ଏଥର ଅଧିନାୟକ ଭାର ମଧ୍ୟ ତାଙ୍କ ଉପରେ ରହିଛି । ନୂଆ ଦାୟିତ୍ବ ମଧ୍ୟରେ ସେ କିଭଳି ଖେଳ ପ୍ରଦର୍ଶନ କରୁଛନ୍ତି, ତାହା ଦେଖିବା ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.