ଐତିହାସିକ ଓଭାଲ ଟେଷ୍ଟ ବିଜୟ ପରେ BCCIର ସ୍ପେଶାଲ ଭିଡିଓ ରିଲିଜ୍‌

author img

By

Published : Sep 7, 2021, 6:31 PM IST

Watch: Unseen visuals from dressing room after India's victory at Oval

ଦୀର୍ଘ ୫୦ ବର୍ଷ ପରେ ଓଭାଲ ଗ୍ରାଉଣ୍ଡରେ ଭାରତ ୧୫୭ ରନରେ ଇଂଲଣ୍ଡକୁ ହରାଇ ଇତିହାସ ରଚିଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ମଙ୍ଗଳବାର ଏକ ମଜାଦାର ଭିଡିଓ ଟ୍ବିଟ୍‌ କରିଛି । ଓଭାଲରେ ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆର ଐତିହାସିକ ବିଜୟ ପରେ ଖେଳାଳିଙ୍କ ଖୁସି ପାଳନ ଓ ପ୍ରତିକ୍ରିୟାର ଏକ ସ୍ବତନ୍ତ୍ର ଭିଡିଓ ସେୟାର କରିଛି ବୋର୍ଡ ।

୫୦ ବର୍ଷ ପରେ ଓଭାଲ ଗ୍ରାଉଣ୍ଡରେ ଭାରତ ୧୫୭ ରନରେ ଇଂଲିସ ଟିମକୁ ମାତ୍‌ ଦେଇ ଇତିହାସ ରଚିଛି । ଫଳରେ ଡ୍ରେସିଂରୁମ୍‌ରୁ ବିଜୟ ମୂହୂର୍ତ୍ତ ସହିତ ଏହି ସ୍ମରଣୀୟ ବିଜୟରେ ଖେଳାଳିଙ୍କ ପ୍ରତିକ୍ରିୟାର ଭିଡିଓ ପୋଷ୍ଟ କରିଛି BCCI । ପ୍ରଥମ ଇଂନିସରେ ୯୯ ରନରେ ପଛୁଆ ଥିବା ଭାରତୀୟ ଟିମ ଇଂଲଣ୍ଡ ହାତରେ ନାଟକୀୟ ଢଙ୍ଗରେ ମ୍ୟାଚ ଛଡାଇଆଣିବା ସହ ବିଜୟୀ ହୋଇଥିଲା । ପଳରେ ବିଜୟ ପରେ ସମସ୍ତ ଭାରତୀୟ ଖେଳାଳି ପରସ୍ପରକୁ କୋଳେଇବା ସହ ଚିୟର କରୁଥିବା ଦେଖାଯାଇଥିଲା ।

ଏହି ବିଜୟ ସହିତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ହୋଇଛି । ପଞ୍ଚମ ତଥା ସିରିଜର ଶେଷ ଟେଷ୍ଟ ସେପ୍ଟେମ୍ବର ୧୦ରୁ ମାଞ୍ଚେଷ୍ଟରରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.