ଟିମ ଇଣ୍ଡିଆର ଆଉ ଜଣେ ସଦସ୍ୟଙ୍କୁ କୋରୋନା, ଆଶଙ୍କାରେ ମାଞ୍ଚେଷ୍ଟର ଟେଷ୍ଟ

author img

By

Published : Sep 9, 2021, 7:33 PM IST

Manchester Test in doubt after another member of India's support staff tests Covid-19 positive

ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମର ଆଉଜଣେ ସପୋର୍ଟ ଷ୍ଟାଫ୍‌ COVID-19 ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

ଲଣ୍ଡନ: ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମର ଆଉଜଣେ ସପୋର୍ଟ ଷ୍ଟାଫ୍‌ COVID-19 ପଜିଟିଭ ଚିହ୍ନଟ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ୍‌ର ଦିନକ ପୂର୍ବରୁ ଟିମ ଭାରତର ଫିଜିଓ ଯୋଗେଶ ପରମାରଙ୍କ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି ।

ବୁଧବାର ଆୟୋଜିତ ହୋଇଥିବା ଟେଷ୍ଟରେ COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି ଫିଜିଓ ଯୋଗେଶ ପରମାର । ତେବେ ଆଶ୍ବସ୍ଥିକର ଖବର ଏହା ଯେ, ସମସ୍ତ ଭାରତୀୟ ଖେଳାଳିଙ୍କ ରିପୋର୍ଟ ପ୍ରଥମ ଟେଷ୍ଟରେ ନେଗେଟିଭ ରହିଛି । ମାତ୍ର ଆଉ ଏକ ରାଉଣ୍ଡ ବାଧ୍ୟତାମୂଳକ ଟେଷ୍ଟର ସାମ୍ନା କରିବେ ଖେଳାଳି ।

ପୂର୍ବରୁ ଗତ ସପ୍ତାହରେ ଲଣ୍ଡନର ଓଭାଲରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନରେ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ, ବୋଲିଂ କୋଚ୍‌ ଭରତ ଅରୁଣ ଓ ଫିଲ୍ଡିଂ କୋଚ୍‌ ଆର. ଶ୍ରୀଧର COVID-19 ପଜିଟିଭ ଜଣାପଡିବା ସତ୍ତ୍ବେ, ଭାରତୀୟ ଖେଳାଳି ଖେଳିଥିଲେ । ଫିଜିଓଥେରାଫିଷ୍ଟ ନୀତିନ ପଟେଲ ମଧ୍ୟ ସଂସ୍ପର୍ଶରେ ଆସିଥିବାରୁ ଆଇସୋଲେସନରେ ରହିଛନ୍ତି ।

ଓଭାଲ ଟେଷ୍ଟର ପ୍ରଥମ ଦିନ ଖେଳ ଆରମ୍ଭର କିଛି ଘଣ୍ଟା ପୂର୍ବରୁ ଶାସ୍ତ୍ରୀଙ୍କ ଫ୍ଲୋରାଲ ଟେଷ୍ଟ ରିପୋର୍ଟ ପଜିଟିଭ ଜଣାପଡିଥିଲା । ପରେ RT-PCR ରିପୋର୍ଟ ମଧ୍ୟ ପଜିଟିଭ ସ୍ପଷ୍ଟ ହୋଇଥିଲା । ଫଳରେ ରବି ଶାସ୍ତ୍ରୀ, ବୋଲିଂ କୋଚ୍‌ ଭରତ ଅରୁଣ ଓ ଫିଲ୍ଡିଂ କୋଚ୍‌ ଆର. ଶ୍ରୀଧର ଲଣ୍ଡନରେ ୧୦ ଦିନ ଆଇସୋଲେସନରେ ରହିବାକୁ ବାଧ୍ୟ ହୋଇଥିଲେ ଓ ଟିମ ସହିତ ମାଞ୍ଚେଷ୍ଟର ଯାତ୍ରା କରିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.