ପରାଜୟ ପରେ ପ୍ରତ୍ୟାବର୍ତ୍ତନ ଜାଣନ୍ତି ଭାରତୀୟ: ଇଂଲଣ୍ଡ କୋଚ୍‌

author img

By

Published : Sep 7, 2021, 9:32 PM IST

indians know how to fight back says england coach silverwood

ଓଭାଲ ପରାଜୟକୁ ହଜମ କରିପାରୁନି ଇଂଲଣ୍ଡ । ଫଳରେ ୫୦ ବର୍ଷ ପରେ ଓଭାଲ ଦଖଲ କରିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ...

ଲଣ୍ଡନ: ଓଭାଲ ପରାଜୟକୁ ହଜମ କରିପାରୁନି ଇଂଲଣ୍ଡ । ଘରୋଇ ପରିବେଶ, ପସନ୍ଦର ପିଚ୍‌, ଅଭିଜ୍ଞ ଖେଳାଳିଙ୍କ ପ୍ରଦର୍ଶନ ସହିତ ପ୍ରଥମ ଇଂନିସ ଅଗ୍ରଣୀ ସତ୍ତ୍ବେ ଭାରତ ସାମ୍ନାରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଛି ଇଂଲଣ୍ଡ । ଫଳରେ ୫୦ ବର୍ଷ ପରେ ଓଭାଲ ଦଖଲ କରିଛି ଟିମ ଇଣ୍ଡିଆ । ଶେଷଦିନରେ ବୋଲରଙ୍କ ଘାତକ ପ୍ରଦର୍ଶନ ବଳରେ ୧୫୭ ରନରେ ଜୋ ରୁଟ୍‌ଙ୍କ ଦଳକୁ ଧରାଶାୟୀ କରି ଐତିହାସିକ ବିଜୟ ହାସଲ କରିଛି ଭାରତ । ଫଳରେ ଏହି ପ୍ରଦର୍ଶନ ପରେ ଭାରତୀୟ ଟିମକୁ ବିଶ୍ବକ୍ରିକେଟ ମହଲରେ ପ୍ରଶଂସାର ପାତ୍ର ହୋଇଛି । ଏପରିକି ଅନେକ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲିଙ୍କ ନେତୃତାଧୀନ ଭାରତୀୟ ଟେଷ୍ଟ ଟିମକୁ ବିଶ୍ବର ଶ୍ରେଷ୍ଠ ଟେଷ୍ଟ ଟିମ ବୋଲି କହିବାକୁ ପଛାଇନାହାନ୍ତି ।

ଇଂଲଣ୍ଡ ମୁଖ୍ୟ କୋଚ୍‌ ସିଲଭରଉଡ୍‌ ମଧ୍ୟ ଏହି କ୍ରମରେ କହିଛନ୍ତି, "ଭାରତୀୟମାନେ ପରାଜୟ ପରେ ପୁଣି ଦୃଢତାର ସହ ପ୍ରତ୍ୟାବର୍ତ୍ତନ ଜାଣନ୍ତି । ଏହା ବାସ୍ତବିକ, ବିଜୟର ସମସ୍ତ ଶ୍ରେୟ ଭାରତୀୟ ଟିମର ସମସ୍ତ ସଦସ୍ୟଙ୍କର ।"

ମ୍ୟାଚର ପ୍ରଥମ ଦୁଇଦିନ ଭାରତ ପଛରେ ରହିବା ସହ ପ୍ରଥମ ଇଂନିସରେ ମଧ୍ୟ ୯୯ ରନ ପଛରେ ମଧ୍ୟ ରହିଥିଲା । ତେବେ ପ୍ରଥମ ଇଂନିସରେ ୨୦୦ ରନ୍‌ ପାର୍‌ କରିପାରିନଥିବା ଭାରତୀୟ ଟିମ ଦ୍ବିତୀୟ ଇଂନିସରେ ୪୬୬ ରନର୍‌ ବିଶାଳ ସ୍କୋର କରିଥିଲା ଓ ଓଭାଲର ଫ୍ଲାଟ ପିଚ୍‌ରେ ଇଂଲଣ୍ଡ ସାମ୍ନାରେ ୩୬୮ ରନର ବଜ ବିଜୟ ଲକ୍ଷ୍ୟ ରଖିଥିଲା ।

ଏହାପରେ ଇଂଲଣ୍ଡ ମଧ୍ୟ ୧୦୦ ରନ ବିନା କୌଣସି ୱିକେଟରେ ହାସଲ କରି ସୁବିଧାସ୍ଥିତିରେ ରହିଥିଲା । ମାତ୍ର ଟି ବ୍ରେକ୍‌ର ମାତ୍ର ୪୦ ମିନିଟ ପରେ ୨୧୦ ରନରେ ସମସ୍ତ ୱିକେଟ ହରାଇଥିଲା ଘରୋଇ ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.