PAK vs ENG 1st Test : ୭୪ ରନରେ ପାକିସ୍ତାନକୁ ପରାସ୍ତ କଲା ଇଂଲଣ୍ଡ

author img

By

Published : Dec 5, 2022, 8:25 PM IST

PAKvsENG 1st Test : ୭୪ ରନରେ ପାକିସ୍ତାନକୁ ପରାସ୍ତ କଲା ଇଂଲଣ୍ଡ

ଇଂଲଣ୍ଡ ଦଳର ଚମତ୍କାର ପ୍ରଦର୍ଶନ । ପ୍ରଥମ ଟେଷ୍ଟରେ ପାକିସ୍ତାନକୁ ୭୪ ରନରେ ପରାସ୍ତ କଲା ଇଂଲଣ୍ଡ । ଇଂଲଣ୍ଡ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ଏହି ବିଜୟ ହାସଲ କରିଛି । ଅଧିକ ପଢନ୍ତୁ

ରାୱଲପିଣ୍ଡି: ଇଂଲଣ୍ଡ ଦଳର ଚମତ୍କାର ପ୍ରଦର୍ଶନ । ପ୍ରଥମ ଟେଷ୍ଟରେ ପାକିସ୍ତାନକୁ ୭୪ ରନରେ ପରାସ୍ତ କଲା ଇଂଲଣ୍ଡ । ଇଂଲଣ୍ଡର ଦୁଇ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ ଓ ଅଲି ରୋବନସନଙ୍କ ଘାତକ ବୋଲିଂରେ ପାକିସ୍ତାନ ବ୍ୟାଟର ଆତ୍ମସମର୍ପଣ କରିଥିଲେ । ଫଳରେ ଇଂନିସର ପଞ୍ଚମ ଦିନରେ ପାକିସ୍ତାନକୁ ଅଲଆଉଟ କରିବାରେ ସଫଳ ରହିଥିଲା ଇଂଲଣ୍ଡ ।

ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ୧୦୧ ଓଭରରେ ୬୫୭ ରନ କରି ଅଲଆଉଟ ହୋଇଥିଲା । ଇଂଲଣ୍ଡର ଚାରି ଜଣ ବ୍ୟାଟର ଶତକ ହାସଲ କରି ଦଳୀୟ ସ୍କୋରକୁ ୬୫୭ ରେ ପହଁଞ୍ଚାଇଥିଲେ । ଜ୍ୟାକ୍ କ୍ରାୱଲି ୧୨୨ ରନ, ଡୁକେଟ ୧୦୭ ରନ୍, ଓଲି ପୋପେ ୧୦୮ ରନ୍, ହ୍ୟାରି ବ୍ରୁକ୍ ୧୫୩ ରନ୍ କରି ଆଉଟ ହୋଇଥିଲେ । ସେହିପରି ପାକିସ୍ତାନ ମଧ୍ୟ ପ୍ରଥମ ଇନିଂସରେ ୧୫୫.୩ ଓଭରରେ ୫୭୯ ରନ କରି ଅଲ ଆଉଟ ହୋଇଥିଲା । ପାକିସ୍ତାନର ମଧ୍ୟ ୩ ଜଣ ବ୍ୟାଟର ଶତକ ହାସଲ କରି ଦଳୀୟ ସ୍କୋରକୁ ୫୭୯ ରନରେ ପହଁଞ୍ଚାଇଥିଲେ । ଅଧିନାୟକ ବାବର ଆଜମ ୧୩୬ ରନ୍, ଇମାମ ଉଲ ହକ୍ ୧୨୧ ରନ୍, ଶାଫିକ୍ୟୁ ୧୧୪ ରନ୍ କରିଥିଲେ ।

ସେହିପରି ଦ୍ବିତୀୟ ଇନିଂସରେ ଇଂଲଣ୍ଡ ୩୫.୫ ଓଭରରେ ୭ ୱିକେଟ ହରାଇ ୨୬୪ ରନ କରିଥିଲା । ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ୨୬୪ ରନ ପରେ ଦୁଃସାହସିକ ଘୋଷଣା କରିଥିଲେ । ପାକିସ୍ତାନ ଆଗରେ ୩୪୩ ରନ ଟାର୍ଗେଟ ଦେଇଥିଲା ଇଂଲଣ୍ଡ । ହେଲେ ଦ୍ବିତୀୟ ଇନିଂସରେ ଇଂଲଣ୍ଡ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଥିଲା ପାକିସ୍ତାନ ଟିମ୍ ।

ପାକିସ୍ତାନର ବାବର ଆଜମ ଟିମ୍ ୯୬.୩ ଓଭରରେ ୨୬୮ ରନ୍ କରି ଅଲ ଆଉଟ ହୋଇଥିଲା । ଫଳରେ ଇଂଲଣ୍ଡ ୭୪ ରନରେ ପ୍ରଥମ ଟେଷ୍ଟରେ ବିଜୟ ହାସଲ କରିଛି । ଦ୍ବିତୀୟ ଇନିଂସରେ ଇଂଲଣ୍ଡର ଦୁଇ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ ଓ ଅଲି ରୋବନସନ ଘାତକ ବୋଲିଂ କରିଥିଲେ । ଇଂଲଣ୍ଡର ଜେମ୍ସ ଆଣ୍ଡରସନ ୩୬ ରନ ବ୍ୟୟରେ ୪ଟି ୱିକେଟ ନେଇଥିଲେ । ସେହିପରି ଅଲି ରୋବନସନ ୫୦ ରନ ବ୍ୟୟରେ ୪ ଟି ୱିକେଟ ଅକ୍ତିଆର କରିଥିଲେ । ଇଂଲଣ୍ଡ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ଏହି ବିଜୟ ହାସଲ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.