ଓଭାଲ ଟେଷ୍ଟ: ଭାରତକୁ ସାହାହେଲେ ଲାଞ୍ଜ, ଇଂଲଣ୍ଡ ସାମ୍ନାରେ ଟାର୍ଗେଟ ୩୬୮

author img

By

Published : Sep 5, 2021, 9:13 PM IST

Updated : Sep 5, 2021, 9:28 PM IST

Eng vs Ind, 4th Test: Lower-order comes to party as visitors set target of 368

ଓଭାଲରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ଇଂଲଣ୍ଡ ସାମ୍ନାରେ ୩୬୮ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ । ଅଧିକ ପଢନ୍ତୁ...

ଲଣ୍ଡନ: ଓଭାଲ ଟେଷ୍ଟର ଦ୍ବିତୀୟ ଇଂନିସରେ ଭାରତର ଦମଦାର କମବ୍ୟାକ୍‌ । ପ୍ରଥମ ଇଂନିସରେ ବ୍ୟାଟିଂ ବିଫଳତା ସହ ୨୦୦ ରନ୍‌ ମଧ୍ୟରେ ଅଲଆଉଟ ହେବାପରେ ଦ୍ବିତୀୟ ଇଂନିସରେ ୪୬୬ ରନ୍‌ ସଂଗ୍ରହ କରିଛି ଭ୍ରମଣକାରୀଦଳ । ଫଳରେ ଇଂଲଣ୍ଡ ସାମ୍ନାରେ ୩୬୮ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ ।

ଉମେଶ ଯାଦବ ଓ ଜଶପ୍ରୀତ ବୁମରା ଯଥାକ୍ରମେ ୨୫ ଓ ୨୫ ରନ୍‌ ସଂଗ୍ରହ କରିବା ସହ ଲିଡ୍‌ ୩୬୭ରେ ପହଞ୍ଚାଇଥିଲେ । ଇଂଲଣ୍ଡ ପକ୍ଷରୁ କ୍ରିସ ୱର୍କ୍ସ ୩ଟି ୱିକେଟ ହାସଲ କରିଥିଲେ ।

ଚତୁର୍ଥ ଦିନ ଖେଳର ତୃତୀୟ ସେସନ ୪୪୫/୮ରୁ ଆରମ୍ଭ କରିଥିଲା ଭାରତ । ତେବେ ବୁମରା ଅଧିକ ୫ ରନ୍‌ ସଂଗ୍ରହ କରିବାପରେ କ୍ରିସ ୱର୍କ୍ସଙ୍କ ଶିକାର ହୋଇଥିଲେ । ଏଥିସହ ନବମ ୱିକେଟ ଯୋଡିରେ ୩୬ ରନ୍‌ର ଭାଗିଦାରୀ ଭଙ୍ଗ ହୋଇଥିଲା । ୧୪୯ତମ ଓଭରରେ ଭାରତ ୪୬୬ରେ ଅଲଆଉଟ୍‌ ହୋଇଥିଲା । ଶେଷ ୱିକେଟ ଭାବେ ଉମେଶ ଯାଦବ, କ୍ରେଗ ଓଭରଟନଙ୍କ ଦ୍ବାରା ଆଉଟ୍‌ ହୋଇଥିଲେ ।

ପୂର୍ବରୁ ଋଷଭ ପନ୍ତ ଓ ଶାର୍ଦ୍ଦୁଳ ଠାକୁର ଦମଦାର ଅର୍ଦ୍ଧଶତକୀୟ ଇଂନିସ ସହିତ ଶତକୀୟ ଭାଗିଦାରୀ କରିଥିଲେ । ଏହି ଭାଗିଦାରୀ ବଦଳରେ ଭାରତ ଦୃଢ ସ୍ଥିତିରେ ପହଞ୍ଚିଥିଲା ।

ଭାରତ ପକ୍ଷରୁ ଦ୍ବିତୀୟ ଇଂନିସରେ ରୋହିତ ଶର୍ମା ସର୍ବାଧିକ ୧୨୭ ରନର ଶତକୀୟ ଇଂନିସ ଖେଳିଥିଲେ । କେଏଲ ରାହୁଲ ୪୬, ଚେତେଶ୍ବର ପୂଜାରା ୬୧, ବିରାଟ କୋହଲି ୪୪, ଋଷଭ ପନ୍ତ ୫୦ ଓ ଶାର୍ଦ୍ଦୁଳ ଠାକୁର ୬୦ ରନ୍‌ର ଉପଯୋଗୀ ଅବଦାନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 5, 2021, 9:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.