Rishabh Pant Accident: ଡିଭାଇଡରରେ ପିଟି ହୋଇ ଜଳିଗଲା ଋଷବଙ୍କ କାର, ହସ୍ପିଟାଲରେ ଭର୍ତ୍ତି

author img

By

Published : Dec 30, 2022, 9:19 AM IST

Updated : Dec 30, 2022, 11:44 AM IST

cricketer rishabh pant car accident

ଭାରତୀୟ କ୍ରିକେଟର ଋଷବ ପନ୍ତଙ୍କ ସଡକ ଦୁର୍ଘଟଣା ହୋଇଛି ( rishabh pant car accident) । ଉତ୍ତରାଖଣ୍ଡ ରୁରକୀରେ ଦୁର୍ଘଟଣାର ଶିକାର ହୋଇଛନ୍ତି ଋଷଭ ପନ୍ତ । ଅଧିକ ପଢନ୍ତୁ

Rishabh Pant Accident

ଡେରାଡୁନ: ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି ଭାରତୀୟ କ୍ରିକେଟର ଋଷବ ପନ୍ତ । ଉତ୍ତରାଖଣ୍ଡ ରୁରକୀରେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଋଷବ ପନ୍ତ । ଡାକ୍ତରଖାନାରେ ତାଙ୍କ ଚିକିତ୍ସା ଜାରି ରହିଛି । ଡିଭାଇଡରରେ ପିଟି ହୋଇ ପନ୍ତଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଉତ୍ତରାଖଣ୍ଡରୁ ଦିଲ୍ଲୀକୁ ଫେରୁଥିବା ସମୟରେ ପନ୍ତଙ୍କ କାର ଦୁର୍ଘଟଣା ହୋଇଛି ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଋଷବ ପନ୍ତଙ୍କ କାରଟି ସମ୍ପୂର୍ଣ୍ଣ ଜଳି ଯାଇଛି । ପନ୍ତଙ୍କ ମୁଣ୍ଡ, ଗୋଡ ଓ ହାତରେ ଗଭୀର ଆହତ ଲାଗିଛି । ବର୍ତ୍ତମାନ ସେ ହସ୍ପିଟାଲରେ ରହିଛନ୍ତି । ତାଙ୍କ ଚିକିତ୍ସା ଜାରି ରହିଛି । ଆହତ ସମସ୍ୟା ଗୁରୁତର ଥିବା ସୂଚନା ମିଳିଛି । ଦୁର୍ଘଟଣାର ଫଟୋ ସାମ୍ନାକୁ ଆସିବା ପରେ ପନ୍ତ ହସ୍ପିଟାଲ ବେଡରେ ଶୋଇଥିବାବେଳେ ତାଙ୍କ ମୁଣ୍ଡରେ ପଟି ପଡିଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସମସ୍ତ ପ୍ରକାର ଚିକିତ୍ସା ପ୍ରଦାନ କରିବାକୁ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏୟାର ଆମ୍ବୁଲାନ୍ସ ଦରକାର ପଡୁଛି ତେବେ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ।

ଏହା ବି ପଢନ୍ତୁ...ଗୋଟିଏ ଯୁଗର ଅବସାନ, ଆଉ ନାହାନ୍ତି ଫୁଟବଲ ରାଜା ପେଲେ

ସୂଚନାଅନୁସାରେ ଋଷବ ପନ୍ତ ନିଜେ ଡ୍ରାଇଭିଂ କରି ଉତ୍ତରାଖଣ୍ଡରୁ ଦିଲ୍ଲୀ ଫେରୁଥିଲେ । କିନ୍ତୁ ରୁରକୀ ନିକଟରେ କାରଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଯାଇଥିଲା । ଦୁର୍ଘଟଣା ପରେ କାରରେ ନିଆଁ ଲାଗି ଯାଇଥିଲା । ଗାଡିଟି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । ସୌଭାଗ୍ୟବଶତଃ ପନ୍ତ ଗାଡିରୁ ବାହାରି ଆସିଥିଲେ । ସେ କେବଳ ଗୁରୁତର ଆହତ ହୋଇଛନ୍ତି । ନିକଟରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳିଥିଲେ ପନ୍ତ । ଦ୍ବିତୀୟ ଟେଷ୍ଟରେ ତାଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । 33ଟି ଟେଷ୍ଟ ଖେଳି 2,271 ରନ କରିଛନ୍ତି ପନ୍ତ । ଦେଶ ପାଇଁ 30ଟି ଦିନିକିଆ ଓ 66ଟି ଟି-20 ମ୍ୟାଚ ଖେଳିଛନ୍ତି । ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷବ ପନ୍ତ ।

Last Updated :Dec 30, 2022, 11:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.