2028 ଅଲିମ୍ପିକ୍ସରେ ସାମିଲ ହୋଇପାରେ କ୍ରିକେଟ

2028 ଅଲିମ୍ପିକ୍ସରେ ସାମିଲ ହୋଇପାରେ କ୍ରିକେଟ
କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଲସଏଞ୍ଜେଲସରେ ହେବାକୁଥିବା ଅଲିମ୍ପିକ୍ସ 2028ରେ କ୍ରିକେଟକୁ ସାମିଲ କରାଯିବା ନେଇ ଯୋଜନା ହେଉଛି । ଅଧିକ ପଢନ୍ତୁ
ନୂଆଦିଲ୍ଲୀ: ଅଲିମ୍ପିକ୍ସ ଗେମ୍ସକୁ କ୍ରିକେଟର ବହୁ ପ୍ରତିକ୍ଷୀତ ପ୍ରତ୍ୟାବର୍ତ୍ତନ ସମ୍ଭାବନା ବୃଦ୍ଧି ପାଇଛି । ଅଲମ୍ପିକ୍ସରେ ସାମିଲ ହୋଇପାରେ କ୍ରିକେଟ । ଆଇସିସି ପକ୍ଷରୁ ଅନ୍ତର୍ଜାତୀୟ ଅଲମ୍ପିକ୍ କମିଟି(IOC) USAର ଲସ ଏଞ୍ଜେଲସରେ ହେବାକୁ ଥିବା ୨୦୨୮ ସଂସ୍କରଣର ଅଲମ୍ପିକ୍ସ ଗେମ୍ସ ପାଇଁ କ୍ରିକେଟ ସହିତ 6ଟି ଅନ୍ୟ କ୍ରୀଡ଼ା ସାମିଲ କରିବାକୁ ନିକଟରେ ସମୀକ୍ଷା କରିଛି ।
6ଟି ଦଳକୁ ନେଇ ଉଭୟ ପୁରୁଷ ଓ ମହିଳା ଟି-ଟ୍ବେଣ୍ଟି ପ୍ରତିଯୋଗିତା ଆୟୋଜନ ପାଇଁ ଆଇସିସି ପ୍ରସ୍ତାବ ଦେଇଥିବା ଜଣାପଡିଛି । ଆଗାମୀ ଅକ୍ଟୋବର ମାସରେ ମୁମ୍ବାଇରେ ଆଇଓସି ଅଧିବେଶନରେ ଏନେଇ ଚୂଡନ୍ତ ନିଷ୍ପତ୍ତି ନିଆଯିବ । ଭାରତ ଆଗାମୀ 2036 ଅଲିମ୍ପିକ୍ସ ଆୟୋଜନ ପାଇଁ ଯୋଜନା କରୁଛି । ଏହାକୁ ଦୃଷ୍ଟିରେ ରଖି ଆଇସିସି ବିସିସିଆଇ ସମ୍ପାଦକ ଜୟ ଶାହାଙ୍କୁ ଅଲିମ୍ପିକ୍ସ ୱାର୍କିଂ ଗ୍ରୁପରେ ସାମିଲ କରିଛି । ଯଦି ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଉଛି ତେବେ 123 ବର୍ଷ ପରେ ଅଲିମ୍ପିକ୍ସରେ ଧମାଲ ମଚାଇବେ କ୍ରିକେଟର । 1900 ମସିହା ପରେ ଅଲିମ୍ପିକ୍ସରେ ପୁନଃ କ୍ରିକେଟର ସ୍ଥାନ ସୁନିଶ୍ଚିତ ପାଇଁ ଚେଷ୍ଟା ଜାରି ରହିଛି । ଏଥର ନୂଆ ଉପାୟରେ କ୍ରିକେଟକୁ ଅଲିମ୍ପିକ୍ସରେ ସାମିଲ କରିବାକୁ ଯୋଜନା କରାଯାଉଛି । ଖୁବଶୀଘ୍ର ସକାରାତ୍ମକ ନିଷ୍ପତ୍ତି ଆସିବା ନେଇ ଆଶା କରାଯାଉଛି ।
ଏହା ବି ପଢନ୍ତୁ...Hockey World Cup: ଦ୍ବିତୀୟ ଦିନ କ୍ରସଓଭର ମୁକାବିଲା, କ୍ବାର୍ଟର ପାଇଁ ଲଢିବେ 4 ଦଳ
ଅଲିମ୍ପିକ୍ସରେ କେବଳ ଗୋଟିଏ ଥର କ୍ରିକେଟ ଖେଳକୁ ସ୍ଥାନ ମିଳିଥିଲା । ୧୯୦୦ ପ୍ୟାରିସ ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଥିଲା । ସେତେବେଳେ କେବଳ ବ୍ରିଟେନ ଓ ଫ୍ରାନ୍ସ ଏଥିରେ ଅଂଶଗ୍ରହଣ କରିଥିଲେ । ପ୍ରମୁଖ କ୍ରିକେଟ ୱେବସାଇଟ୍ ESPNcricinfoର ରିପୋର୍ଟ ଅନୁଯାୟୀ, ଅନ୍ତର୍ଜାତୀୟ କ୍ରିକେଟ କାଉନସିଲକୁ (ICC) ଲସ ଆଞ୍ଜେଲସ ଗେମ୍ସ ଅଲିମ୍ପିକ୍ସ ଆୟୋଜକ କମିଟି ଓ ଅନ୍ତର୍ଜାତୀୟ ଅଲମ୍ପିକ କମିଟି (IOC) ନିଜର ପ୍ରସ୍ତୁତି ନେଇ ପକ୍ଷ ରଖିବାକୁ ନିମନ୍ତ୍ରଣ କରିଛି । ତେଣୁ ଅଲମ୍ପିକ୍ସରେ କ୍ରିକେଟ ସାମିଲ ହେବା ସମ୍ଭାବନା ବୃଦ୍ଧି ପାଇଥିବା ଜଣାପଡିଛି ।
ରାଜ୍ୟଗୋଷ୍ଠୀ କ୍ରୀଡାରେ 24 ବର୍ଷ ପରେ କ୍ରିକେଟକୁ ସାମିଲ କରାଯାଇଥିଲା । 2022ରେ ବର୍ମିହାମରେ ଆୟୋଜିତ 22ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ କ୍ରିକେଟ ସାମିଲ ଇଭେଣ୍ଟ କରାଯାଇଥିଲା । 2022 କମନୱେଲ୍ଥ ଗେମରେ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଥିଲେ ଭାରତୀୟ ମହିଳା କ୍ରିକେଟ ଦଳ । ଏହା ପୂର୍ବରୁ 1998ରେ ପୁରୁଷ ଦିନିକିଆ ଫର୍ମାଟ ରାଜ୍ୟଗୋଷ୍ଠୀରେ ସାମିଲ ହୋଇଥିଲା ।
