କୋରୋନା କବଳରେ କ୍ରିକେଟ ଟିମ ଇଣ୍ଡିଆ କୋଚିଂ ଷ୍ଟାଫ୍‌

author img

By

Published : Sep 6, 2021, 4:24 PM IST

COVID-19: Ravi Shastri, Bharat Arun and Sridhar return positive RT-PCR test results

ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମକୁ ବଡ ଝଟକା । ଟିମର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ, ବୋଲିଂ କୋଚ୍‌ ଭରତ ଅରୁଣ ଓ ଫିଲ୍ଡିଂ କୋଚ୍‌ ଆର.ଶ୍ରୀଧର ସମସ୍ତେ କୋରୋନାରେ ଆକ୍ରାନ୍ତ । ଅଧିକ ପଢନ୍ତୁ...

ଲଣ୍ଡନ: ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମକୁ ବଡ ଝଟ୍‌କା । ଟିମର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ, ବୋଲିଂ କୋଚ୍‌ ଭରତ ଅରୁଣ ଓ ଫିଲ୍ଡିଂ କୋଚ୍‌ ଆର.ଶ୍ରୀଧର ସମସ୍ତେ କୋରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ଗତକାଲି ଫ୍ଲୋରାଲ ଟେଷ୍ଟରେ ଶାସ୍ତ୍ରୀଙ୍କ ରିପୋର୍ଟ ପଜିଟିଭ ଥିବା ଜଣାପଡିଥିଲା ।

ଏହାପରେ ଅନ୍ୟ ସପୋର୍ଟ ଷ୍ଟାଫ୍‌ ଆଇସୋଲେସନରେ ରହିଥିଲେ । ମାତ୍ର ସମସ୍ତ ୩ ଜଣଙ୍କର COVID-19 RT-PCR ଟେଷ୍ଟ ରିପୋର୍ଟ ସୋମବାର ପଜିଟିଭ ଜଣାପଡିଛି । ଫଳରେ ୧୦ଦିନ ପର୍ଯ୍ୟନ୍ତ ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଛି । ସମସ୍ତେ ଦୁଇଟି ନେଗେଟିଭ ରିପୋର୍ଟ ପରେ ହିଁ ପୁନଃ ଟିମକୁ ଫେରିପାରିବେ । ତେବେ ସେପ୍ଟେମ୍ବର ୧୦ରୁ ୧୪ ମାଞ୍ଚେଷ୍ଟର ଟେଷ୍ଟ ଖେଳାଯିବା ନେଇ ସୂଚୀ ରହିଛି । ଫଳରେ ଶାସ୍ତ୍ରୀ, ବୋଲିଂ କୋଚ୍‌ ଭରତ ଅରୁଣ ଓ ଫିଲ୍ଡିଂ କୋଚ୍‌ ଆର.ଶ୍ରୀଧର କେହି ବି ଏହି ଟେଷ୍ଟରେ ଟିମ ସହିତ ରହିପାରିବେ ନାହିଁ ।

ଶନିବାର ସନ୍ଧ୍ୟାରେ ହୋଇଥିବା ଶାସ୍ତ୍ରୀଙ୍କ ଲାଟେରାଲ ଫ୍ଲୋ ଟେଷ୍ଟ ରିପୋର୍ଟ ପ୍ରଥମେ ପଜିଟିଭ ଜଣାପଡିଥିଲା । ରବିବାର ଚତୁର୍ଥ ଦିନ ଖେଳ ଆରମ୍ଭର କିଛି ସମୟ ପୂର୍ବରୁ BCCI ଏନେଇ ସ୍ପଷ୍ଟ କରିଥିଲା । ଶାସ୍ତ୍ରୀ, ଭାରତ ଅରୁଣ, ଶ୍ରୀଧର ଓ ଫିଜିଓ ନୀତିନ ପଟେଲଙ୍କୁ ଆଇସୋଲେସନରେ ରଖାଯିବା ନେଇ ଘୋଷଣା କରିଥିଲା ବୋର୍ଡ । ତେବେ ଦୁଇଟି ଲାଟେରାଲ ଫ୍ଲୋ ଟେଷ୍ଟର ସାମ୍ନା କରିଥିବା ଅନ୍ୟ ଭାରତୀୟ ଖେଳାଳିଙ୍କ ରିପୋର୍ଟ ନେଗେଟିଭ ଥିବାରୁ ଖେଳ ଜାରି ରଖିବାକୁ ଅନୁମତି ଲାଭ କରିଥିଲେ ।

ଓଭାଲରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ଟେଷ୍ଟ ଖେଳାଯାଉଛି । ସିରିଜ ୧-୧ରେ ବରାବର ଥିବାବେଳେ ଚତୁର୍ଥ ଟେଷ୍ଟର ଫଳାଫଳ ସୋମବାର ନିର୍ଣ୍ଣୟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.