ଅନ୍ତିମ ଟେଷ୍ଟ ପାଇଁ ଇଂଲଣ୍ଡ ସ୍କ୍ବାଡ ଘୋଷଣା: ଫେରିଲେ ବଟଲର, ଲିଚ୍‌

author img

By

Published : Sep 7, 2021, 7:49 PM IST

Buttler, Leach return to England squad for final Test

ଭାରତ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ପାଇଁ ସ୍କ୍ବାଡ୍‌ ଘୋଷଣା କଲା ଇଂଲଣ୍ଡ । ଅଧିକ ପଢନ୍ତୁ...

ମାଞ୍ଚେଷ୍ଟର: ଭାରତ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ପାଇଁ ସ୍କ୍ବାଡ୍‌ ଘୋଷଣା କଲା ଇଂଲଣ୍ଡ । ୱିକେଟ କିପର ବ୍ୟାଟ୍ସମ୍ୟାନ ଜସ୍‌ ବଟଲର ଓ ବାମହାତୀ ସ୍ପିନର ଜାକ ଲିଚ୍‌ ସ୍କ୍ବାଡକୁ ଫେରିଛନ୍ତି । ସିରିଜ ବଞ୍ଚାଇବା ପାଇଁ ମାଞ୍ଚେଷ୍ଟର ଟେଷ୍ଟରେ ଘରୋଇ ଦଳ ପାଖରେ ଶେଷ ସୁଯୋଗ ରହିଛି ।

ଦ୍ବିତୀୟ ସନ୍ତାନର ଜନ୍ମ ପାଇଁ ବଟଲର ଚତୁର୍ଥ ଟେଷ୍ଟ ଖେଳିପାରିନଥିଲେ । ଓଭାଲରେ ଦମଦାର ବିଜୟ ସହ ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି । ଚତୁର୍ଥ ଟେଷ୍ଟ ପାଇଁ ଟେଷ୍ଟ ସ୍କ୍ବାଡରେ ସାମିଲ ହୋଇଥିବା ବ୍ୟାଟ୍ସମ୍ୟାନ ସାମ ବିଲିଙ୍ଗ୍ସ କେଣ୍ଟ୍‌ ଫେରିଯାଇଛନ୍ତି । ଏନେଇ ସ୍ପଷ୍ଟ କରିଛି ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) ।

ବର୍ଷ ୨୦୦୭ ଠାରୁ ନିଜ ମାଟିରେ ଭାରତ ଠାରୁ ଟେଷ୍ଟ ସିରିଜ ହାରିନାହିଁ ଇଂଲଣ୍ଡ । ତେବେ ଚଳିତ ୫ ମ୍ୟାଚ ବିଶିଷ୍ଟ ସିରିଜ ପରାଜୟ ଏଡାଇବା ପାଇଁ ଚାପରେ ରହିଛି ଘରୋଇ ଦଳ ।

୪ଟି ଟେଷ୍ଟରେ ଖେଳିବା ପରେ ଦଳ ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କୁ ବିଶ୍ରାମ ମିଳିପାରେ । ତାଙ୍କ ସ୍ଥାନରେ ମାର୍କ ଉଡ୍‌ଙ୍କୁ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳିବା ସମ୍ଭାବନା ଅଧିକ ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ସେପ୍ଟମ୍ବର ୧୦ରୁ ଓଲ୍‌ଡ ଟ୍ରାଫର୍ଡ, ମାଞ୍ଚେଷ୍ଟରରେ ଖେଳାଯିବ ସିରଜର ନିର୍ଣ୍ଣାୟକ ଟେଷ୍ଟ ।

ଇଂଲଣ୍ଡ ସ୍କ୍ବାଡ: ଜୋ ରୁଟ୍‌(କ୍ୟାପଟେନ), ମୋଇନ ଅଲୀ, ଜେମ୍ସ ଆଣ୍ଡରସନ, ଜୋନାଥନ ବେୟାରଷ୍ଟୋ, ରରି ବର୍ଣ୍ଣସ, ଜସ ବଟଲର, ସାମ କରନ, ହସିବ ହମିଦ, ଡାନ ଲରେନ୍ସ, ଜାକ ଲିଚ୍‌, ଡେୱିଡ ମଲାନ, କ୍ରେଗ୍‌ ଓଭରଟନ, ଓଲି ପୋପ୍‌, ଓଲି ରବିନସନ, କ୍ରିସ ୱର୍କ୍ସ ଓ ମାର୍କ ଉଡ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.