ବିଶ୍ୱକପରୁ ବାଦ ପଡିଲେ ବୁମରା, ଆନୁଷ୍ଠାନିକ ଭାବେ ଘୋଷଣା କଲା BCCI

author img

By

Published : Oct 3, 2022, 10:00 PM IST

ବିଶ୍ବକପ ଖେଳିବେ ନାହିଁ ବୁମରା, ଆନୁଷ୍ଠାନିକ ଭାବେ ଘୋଷଣା କଲା BCCI

ବିଶ୍ବକପ୍‌ରୁ ବାଦ ପଡ଼ିଲେ ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଫାଷ୍ଟ ବୋଲର ଜଶପ୍ରୀତ ବୁମରା ( Jasprit Bumrah ) । ଏନେଇ ଆଜି (ସୋମବାର) ବିସିସିଆଇ ଟ୍ବିଟ କରି ସୂଚନା ଦେଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଟି-୨୦ ବିଶ୍ବକପ୍‌ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଶକ୍ତ ଝଟକା । ବିଶ୍ବକପ୍‌ରୁ ବାଦ ପଡ଼ିଲେ ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଫାଷ୍ଟ ବୋଲର ଜଶପ୍ରୀତ ବୁମରା ( Jasprit Bumrah ) । ଏନେଇ ଆଜି (ସୋମବାର ) ବିସିସିଆଇ ଟ୍ବିଟ କରି ସୂଚନା ଦେଇଛି । ପିଠିରେ ଯନ୍ତ୍ରଣା ଯୋଗୁଁ ବୁମରାଙ୍କୁ ବିସିସିଆଇର ମେଡିକାଲ ଟିମ ଟି-୨୦ ବିଶ୍ବକପରୁ ବାଦ ଦେଇଛି ( bumrah to miss out T20 world cup due to back stress injury ) । ତାଙ୍କର ଫିଟନେସ ଯାଞ୍ଚ ଏବଂ ଡାକ୍ତରୀ ଦଳଙ୍କ ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ବୁମରାଙ୍କ ଅନୁପସ୍ଥିତି ବିଶ୍ବକପ୍‌ରେ ଭାରତୀୟ ଦଳର ବୋଲିଂ ୟୁନିଟ ଉପରେ ପ୍ରଭାବ ପଡ଼ିପାରେ ।

ବୁମରାଙ୍କ ପିଠିରେ ଆଘାତ କାରଣରୁ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ଦଳରୁ ବାଦ ଦିଆଯାଇଥିଲା । ଏହା ପୂର୍ବରୁ ବୁମରା ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ସିରିଜ ଖେଳିଥିଲେ । ତେବେ ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସରିଜ୍‌ ଖେଳିବାକୁ ସେ କେରଳ ଗସ୍ତ କରିନଥିଲେ । ତେବେ ଦକ୍ଷିଣ ଆଫ୍ରିକା ସିରିଜ ବିପକ୍ଷରେ ବୁମରାଙ୍କ ବଦଳ ଖେଳାଳି ଭାବରେ ମହମ୍ମଦ ସିରାଜଙ୍କୁ ସାମିଲ କରାଯାଇଥିଲା । ହେଲେ ବିଶ୍ବକପରେ ଜଶପ୍ରିତ ବୁମରାଙ୍କ ବଦଳ ଖେଳାଳି ଏଯାଏଁ ଘୋଷଣା କରିନାହିଁ ବିସିସିଆଇ । ନିକଟରେ ଷ୍ଟାର ଅଲରାଉଣ୍ଡର ଆହତ ହୋଇ ଦଳରୁ ବାଦ ପଡିବା ଦଳକୁ ବଡ ଝଟକା ଦେଇଥିଲା । ଏବେ ବୁମରା ବାଦ ପଡିବା ନେଇ ଦଳକୁ ଚିନ୍ତାରେ ପକାଇଛି । ତେବେ ବୁମରାଙ୍କ ଅନୁପସ୍ଥିତି ବିଶ୍ବକପ୍‌ରେ ଭାରତୀୟ ଦଳର ବୋଲିଂ ୟୁନିଟ ଉପରେ ପ୍ରଭାବ ପଡ଼ିପାରେ ।

ଟି-୨୦ ବିଶ୍ବକପ ପାଇଁ ଭାରତୀୟ ଟିମ ଜୋରଦାର ପ୍ରସ୍ତୁତି ଚଳାଇଛି । ଗତ ୩ ମାସ ବ୍ୟବଧାନ ମଧ୍ୟରେ ଆୟରଲାଣ୍ଡ, ଇଂଲଣ୍ଡ, କାରବିୟନ ଓ ୟୁଏଇରେ ଖେଳିଛି ଟିମ ଓ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଟିମ ବିପକ୍ଷରେ ଘରୋଇ ସିରିଜ ମଧ୍ୟ ଖେଳିଛି । ICC ପ୍ରତିଯୋଗୀତାରେ ଭାରତ, ଗ୍ରୁପ ୨ରେ ପାକିସ୍ତାନ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା ଓ ଦୁଇ କ୍ବାଲିଫାୟର୍ସ ସହ ସ୍ଥାନ ପାଇଛି । ଅକ୍ଟୋବର ୨୩ରେ MCGରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଓ ଅକ୍ଟୋବର ୨୭ରେ ସିଡନୀରେ କ୍ବାଲିଫାୟର୍ସ ଟିମ ବିପକ୍ଷରେ ଖେଳିବାର ସୂଚୀ ରହିଛି । ସେହିପରି ଅକ୍ଟୋବର ୩୦ରେ ପର୍ଥରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଓ ନଭେମ୍ବର ୨ରେ ବାଂଲାଦେଶକୁ ଆଡିଲେଡ୍‌ରେ ଭେଟିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.