ICC ମାସିକ ଆୱାର୍ଡ ପାଇଁ ବୁମରା ମନୋନୀତ

author img

By

Published : Sep 6, 2021, 5:11 PM IST

Bumrah nominated for ICC monthly award after exploits against England

(ICC) ପକ୍ଷରୁ ଅଗଷ୍ଟ ମାସ ପାଇଁ ପ୍ଲେଆର ଅଫ୍‌ ଦ ମନ୍ଥରେ ବୁମରା ମନୋନୀତ ।ଅଧିକ ପଢନ୍ତୁ...

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ପକ୍ଷରୁ ଅଗଷ୍ଟ ମାସ ପାଇଁ ପ୍ଲେଆର ଅଫ୍‌ ଦ ମନ୍ଥ ଭାବେ ମନୋନୀତ ହୋଇଛନ୍ତି, ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମରା, ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ ଓ ପାକିସ୍ତାନ ଦ୍ରୁତ ବୋଲର ସାହିନ ଆଫ୍ରିଦି । ମହିଳା ଖେଳାଳିଙ୍କ ମଧ୍ୟରେ ମନୋନୀତ ହୋଇଛନ୍ତି, ଥାଇଲାଣ୍ଡର ନଟ୍ଟାୟା ବୁଚାଥାମ, ଆୟରଲାଣ୍ଡର ଗାବି ଲିୱିସ ଓ ଏମିଅର ରିଚାର୍ଡସନ ।

  • The nominees for the ICC Men's #POTM for August 2021 have been revealed!

    Find out which players made it to the list, and don't forget to cast your vote 🗳️ https://t.co/FBb5PMqMm8

    — ICC (@ICC) September 6, 2021 " class="align-text-top noRightClick twitterSection" data=" ">

ଇଂଲଣ୍ଡ ବିପକ୍ଷରେ ବୁମରାଙ୍କ ଦମଦାର ପ୍ରଦର୍ଶନ ରହିଛି । ପ୍ରଥମ ଟେଷ୍ଟରେ ୯ଟି ୱିକେଟ ହାସଲ କରିବା ପରେ ଦ୍ବିତୀୟ ଟେଷ୍ଟ ତଥା ଲର୍ଡ୍ସ ଟେଷ୍ଟରେ ବ୍ୟାଟ୍‌ରେ କମାଲ କରିଥିଲେ । ମହମ୍ମଦ ସାମିଙ୍କ ସହ ମିଶି ନବମ ୱିକେଟ ଯୋଡିରେ ରେକର୍ଡ ୮୯ ରନର ଭାଗିଦାରୀ ସହିତ ଟିମ ଇଣ୍ଡିଆର ଲର୍ଡ୍ସ ଟେଷ୍ଟ ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲେ ।

ଅନ୍ୟପଟେ ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ ମଧ୍ୟ ସର୍ବଶ୍ରେଷ୍ଠ ଫର୍ମରେ ରହିଛନ୍ତି । ଭାରତ ବିପକ୍ଷ ପ୍ରଥମ ୩ଟି ଟେଷ୍ଟରେ ଆକର୍ଷଣୀୟ ମ୍ୟାଚ ବିଜୟୀ ଶତକୀୟ ଇଂନିସ ଖେଳିଛନ୍ତି । ତୃତୀୟ ଟେଷ୍ଟରେ ରୁଟ୍‌ଙ୍କ ଶତକ ବଳରେ ଘରୋଇ ଟିମ ବିଜୟୀ ହେବାସହ ସିରିଜ ବରାବର କରିଛି । ଏହି ପ୍ରଦର୍ଶନ ତାଙ୍କୁ ICC ଟେଷ୍ଟ ବ୍ୟାଟିଂ ରାକିଂର ଶୀର୍ଷ ସ୍ଥାନରେ ପହଞ୍ଚାଇଛି ।

ସେହିପରି ପାକିସ୍ତାନୀ ଯୁବ ଦ୍ରୁତ ବୋଲର ଆଫ୍ରିଦି, ଅଗଷ୍ଟ ମାସରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଭାବୀ ବୋଲିଂ କରିଛନ୍ତି । ଦ୍ବିତୀୟ ଟେଷ୍ଟରେ ୧୦ ୱିକେଟ ସମେତ ସିରିଜରେ ମାଟ ୧୮ ୱିକେଟ ନିଜ ନାମରେ କରିଛନ୍ତି । ଦ୍ବିତୀୟ ଟେଷ୍ଟରେ ୧୦ ୱିକେଟ ହାସଲ ବଳରେ ପାକିସ୍ତାନ ୧୦୯ ରନ୍‌ରେ ବିଜୟୀ ହୋଇ ସିରିଜ ବରାବର କରିବାକୁ ସକ୍ଷମ ହୋଇଥିଲା । ଗୋଟିଏ ଟେଷ୍ଟରେ ୧୦ ୱିକେଟ ହାସଲ କରିବାରେ ସେ ୱାସିମ ଆକ୍ରମ, ୱାକର ୟୁନିସ ଓ ମହମ୍ମଦ ଜାହିଦଙ୍କ ପରେ ଚତୁର୍ଥ ପାକିସ୍ତାନୀ ଦ୍ରୁତ ବୋଲର ହେବାର ରେକର୍ଡ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.