BANvsIND 1st ODI: ଗୋଟିଏ ୱିକେଟରେ ଭାରତକୁ ହରାଇଲା ବାଂଲାଦେଶ

author img

By

Published : Dec 4, 2022, 9:08 PM IST

BANvsIND 1st ODI:  ଗୋଟିଏ ୱିକେଟ ଭାରତକୁ ହରାଇଲା ବାଂଲାଦେଶ

ଗୋଟିଏ ୱିକେଟରେ ଭାରତକୁ ହରାଇଲା ବାଂଲାଦେଶ । ଏହି ତିନୋଟି ଦିନିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ବାଂଲାଦେଶ ୧-୦ରେ ଆଗୁଆ ରହିଛି । ଅଧିକ ପଢନ୍ତୁ

ମୀରପୁର: ଗୋଟିଏ ୱିକେଟରେ ଭାରତକୁ ହରାଇଲା ବାଂଲାଦେଶ । ଧୀମା ବ୍ୟାଟିଂ ପରେ ମହଙ୍ଗା ବୋଲିଂ କରିଥିଲା ଟିମ୍ ଇଣ୍ଡିଆ । ଯାହା ଫଳରେ ପ୍ରଥମ ଦିନିକିଆରେ ବାଂଲାଦେଶଠାରୁ ଲଜ୍ଜାଜନକ ପରାଜୟବରଣ କରିଛି ମେନ୍ ଇନ୍ ବ୍ଲୁ । ଭାରତ ପ୍ରଥମେ ବ୍ୟାଟିଂ କରି ୪୧.୨ ଓଭରରେ ୧୮୬ ରନ କରି ଅଲ ଆଉଟ ହୋଇଥିଲା । ଏହାର ଜବାବରେ ବାଂଲାଦେଶ ୪୬ ଓଭରରେ ୯ ୱିକେଟ ହରାଇ ଟାର୍ଗେଟ ହାସଲ କରିନେଇଛି । ଏହି ତିନୋଟି ଦିନିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ବାଂଲାଦେଶ ୧-୦ରେ ଆଗୁଆ ରହିଛି ।

୧୮୭ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ବାଂଲାଦେଶ । ଆରମ୍ଭରୁ ଓପନିଂ ଯୋଡି ଫେଲ୍ ମାରିଥିଲା । ଓପନର ହୋସେନ୍ ସାଣ୍ଟୋ ପ୍ରଥମ ବଲରେ ଦୀପକ ଚହରଙ୍କ ବଲରେ ଆଉଟ ହୋଇ ପାଭଲିୟନ ଫେରିଥିଲେ । ଅଧିନାୟକ ଲିଟନ ଦାସ ଓ ହାସନ ମିରାଜଙ୍କ ଇନିଂସ ବଳରେ ବାଂଲଦେଶ ୧୮୭ ରନ କରିବାରେ ସକ୍ଷମ ହୋଇଥିଲା । ଲିଟନ ଦାସ ସର୍ବାଧିକ ୪୧ ରନର ଇନିଂସ ଖେଳିଥିବା ବେଳେ ହାସନ ମିରାଜ ୩୮ ରନର ଇନିଂସ ଖେଳିଥିଲେ । ସେହିପରି ସାକିବ ଅଲ ହାସନ ୨୯ ରନ, ଅନମୁଲ ହକ ୧୪ ରନ, ମୁଶଫିକର ରହିମ ୧୮ ରନ, ମହମ୍ମଦଲାହ ୧୪ ରନ କରିଥିଲେ । ସେହପରି ମହମ୍ମଦ ସିରାଜ ସର୍ବାଧିକ ୩ ୱିକେଟ ହାସଲ କରିଥିଲେ । କୂଲଦୀପ ସେନ୍ ଓ ୱାସିଙ୍ଗଟନ୍ ସୁନ୍ଦର ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ଶାର୍ଦ୍ଦୁଲ ଠାକୁର ଓ ଦୀପକ ଚହର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଭାରତ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିଲା । ପ୍ରାରମ୍ଭରୁ ଓପନିଂ ଯୋଡି ଫେଲ୍ ମାରିଥିଲା । ବାଂଲାଦେଶ ବୋଲରଙ୍କ ରଣନୀତି ଆଗରେ ଧରାଶାୟୀ ହୋଇଥିଲା ଟିମ୍ ଇଣ୍ଡିଆ ବ୍ୟାଟିଂ ଲାଇନ ଅପ୍ । ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ୧୮୬ ରନ୍ କରିବାରେ ସକ୍ଷମ ହୋଇପାରିଥିଲା । ସେ ୭୦ ବଲରୁ ୫ ଟି ଚୌକା ଓ ୪ ଟି ଛକା ସହିତ ୭୩ ରନ୍ ଇନିଂସ ଖେଳିଥିଲେ । ଅଧିନାୟକ ରୋହିତ ଶର୍ମା ୩୧ ବଲରୁ ୪ ଟି ଚୌକା ଓ ଗୋଟିଏ ଛକା ସହିତ ୨୭ ରନ କରି ଆଉଟ ହୋଇଥିଲେ । ସେହିପରି ଶ୍ରେୟାସ ଆୟାର ୨୪ ରନ, ୱାସିଙ୍ଗଟନ ସୁନ୍ଦର ୧୯ ରନ କରିଥିଲେ । ଏହି ଚାରି ଜଣଙ୍କୁ ଛାଡିଦେଲେ ଅନ୍ୟ କୌଣସି ଭାରତୀୟ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରି ପାରିନାହାଁନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.