ପଦାର୍ପଣ ଟି-୨୦ ବିଶ୍ବକପରେ ସର୍ବାଧିକ ରନ୍‌ ରେକର୍ଡ ଭାଙ୍ଗିଲେ ବାବର ଆଜମ

author img

By

Published : Nov 11, 2021, 8:58 PM IST

Babar Azam breaks record for scoring most runs in maiden T20 WC

ପାକିସ୍ତାନ କ୍ୟାପଟେନ ବାବର ଆଜମଙ୍କ ବିରଳ ରେକର୍ଡ । ପଦାର୍ପଣ ଟି-୨୦ ବିଶ୍ବକପରେ ସର୍ବାଧିକ ରନ୍‌ର ରେକର୍ଡ ଭାଙ୍ଗିଲେ ଆଜମ । ଅଧିକ ପଢନ୍ତୁ...

ଦୁବାଇ: ପାକିସ୍ତାନ କ୍ୟାପଟେନ ବାବର ଆଜମଙ୍କ ବିରଳ ରେକର୍ଡ । ପଦାର୍ପଣ ଟି-୨୦ ବିଶ୍ବକପରେ ସର୍ବାଧିକ ରନ୍‌ର ରେକର୍ଡ ଭାଙ୍ଗିଲେ ଆଜମ । ଚଳିତ ଟି-୨୦ ବିଶ୍ବକପରେ ଗୁରୁବାର ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ସେମିଫାଇନାଲ ମୁକାବିଲାରେ ବାବର ଆଜମ ଏହି ସଫଳତା ହାସଲ କରିଛନ୍ତି ।

ପାକିସ୍ତାନ କ୍ୟାପଟେନ୍‌ ୨୬୯ ରନ୍‌ ସହ ତାଲିକାର ଶୀର୍ଷରେ ରହିଛନ୍ତି । ୨୬୫ ରନ୍‌ ସହ ଅଷ୍ଟ୍ରେଲିଆର ମାଥ୍ୟୁ ହେଡେନ ତାଲିକାର ଦ୍ବିତୀୟରେ ଓ ଇଂଲଣ୍ଡର ଜୋ ରୁଟ୍‌ ୨୪୯ ରନ୍‌ ସହ ତୃତୀୟରେ ରହିଛନ୍ତି ।

ଦ୍ବିତୀୟ ସେମିଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ସୁପର ୧୨ ପର୍ଯ୍ୟାୟରେ ପାକିସ୍ତାନ ୫ଟି ମ୍ୟାଚ୍‌ରୁ ୫ଟି ବିଜୟ ସହ ସେମିଫାଇନାଲରେ ପହଞ୍ଚିଥିବାବେଳେ, ଅଷ୍ଟ୍ରେଲିଆ ୫ଟି ମ୍ୟାଚ୍‌ରୁ ୪ଟିରେ ବିଜୟୀ ହୋଇ ସେମି ଟିକେଟ ହାତେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.