Asia Cup 2023 Final: ଅଷ୍ଠମ ଥର ପାଇଁ ଚମ୍ପିଆନ୍ ହେଲା ଭାରତ

Asia Cup 2023 Final: ଅଷ୍ଠମ ଥର ପାଇଁ ଚମ୍ପିଆନ୍ ହେଲା ଭାରତ
ଏକତରଫା ଭାବରେ ଶ୍ରୀଲଙ୍କାକୁ ମାତ ଦେଇ ଚମ୍ପିଆନ୍ ହୋଇଛି ଭାରତ । ଭାରତକୁ ମାତ୍ର 51 ରନ୍ ଟାର୍ଗେଟ ଦେଇଥିଲା ଶ୍ରୀଲଙ୍କା । ଅଧିକ ପଢ଼ନ୍ତୁ
କଲମ୍ବୋ: ମାତ୍ର 6.1 ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଛି ଟିମ୍ ଇଣ୍ଡିଆ । ଏସିଆ କପ୍ ଫାଇନାଲ୍ରେ ଶ୍ରୀଲଙ୍କାକୁ ଏକତରଫା ଭାବରେ ମାତ ଦେଇ ଚମ୍ପିଆନ୍ ହୋଇଛି ଭାରତ । ଏହ ମ୍ୟାଚ୍କୁ 10 ୱିକେଟରେ ଜିତି ନେଇଛି ଭାରତ । ଟାର୍ଗେଟ୍ ସହଜ ରହିଥିବାରୁ ଆଜି ରୋହିତ ଶର୍ମାଙ୍କ ବଦଳରେ ଓପେନିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ଇଶାନ କିଷନ। ଏହାପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଭାରତକୁ ମାତ୍ର 51 ରନ୍ ଟାର୍ଗେଟ ଦେଇଥିଲା ଶ୍ରୀଲଙ୍କା ।
-
📸📸 That winning feeling 😃👌#TeamIndia | #AsiaCup2023 | #INDvSL pic.twitter.com/l3lz2UdjQ0
— BCCI (@BCCI) September 17, 2023
ଅଷ୍ଟମ ଥର ପାଇଁ ଏସିଆ କପ୍ ଚମ୍ପିଆନ୍ ହୋଇଛି ଭାରତ । ଭାରତ ଓପେନିଂ ଯୋଡ଼ି ଶୁଭମନ-ଇଶାନ୍ ଶ୍ରୀଲଙ୍କା ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ମାତ୍ର 6.1 ଓଭରରେ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଶୁଭମନ 19ଟି ବଲ୍ରେ 27 ରନ୍ ହାସଲ କରିଛନ୍ତି। ଏଥିରେ 6ଟି ଚୌକା ସାମିଲ ରହିଛି। ସେପଟେ ଇଶାନ ମଧ୍ୟ 18ଟି ବଲ୍ରେ 23 ରନ୍ କରିଛନ୍ତି । ଏଥିରେ 3ଟି ଚୌକା ସାମିଲ ରହିଛି ।
ଏସିଆ କପ୍ ଚମ୍ପିଆନ ହେବା ସହ ଭାରତ ଅନେକ ରେକର୍ଡ ନିଜ ନାମରେ କରିଛି । କୌଣସି ଦିନିକିଆ ଟୁର୍ଣ୍ଣାମେଣ୍ଟ ଫାଇନାଲ୍ରେ ଏହା ଭାରତର ସର୍ବବୃହତ ବିଜୟ ହୋଇଛି । ଖାଲି ସେତିକି ନୁହେଁ ଦିନିକିଆ ଇତିହାସରେ ଏହା ସର୍ବବୃହତ ବିଜୟ ସାବ୍ୟସ୍ତ ହୋଇଛି। ଯେଉଁ ପାଳିରେ ସବୁଠାରୁ ଅଧିକ ବଲ୍ ବାକି ରହିଛି। ଦଶମ ଥର ପାଇଁ ଦିନିକିଆରେ କୌଣସି ଟିମ୍ ବିପକ୍ଷରେ ଭାରତ 10 ୱିକେଟରେ ବିଜୟ ହାସଲ କରିଛି । ଏହି ମ୍ୟାଚ୍ରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ମହମ୍ମଦ ସିରାଜ।
ସେହିଭଳି କୌଣସି ଦିନିକିଆରେ ସବୁଠାରୁ କମ୍ କରିଥିବା ଦଳ ଲିଷ୍ଟ୍ରେ ଏବେ ତୃତୀୟ ସ୍ଥାନରେ ରହିଛି ଶ୍ରୀଲଙ୍କା । ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି ନେପାଳ । ସେହିଭଳି ଦ୍ବିତୀୟ ସ୍ଥାନରେ ଜିମ୍ବାୱେ ରହିଛି ।
ଏହାପୂର୍ବରୁ ଭାରତୀୟ ଫାଷ୍ଟ ବୋଲରଙ୍କ ଧାରୁଆ ବୋଲିଂରେ ଧ୍ବସ୍ତ ହୋଇଥିଲା ଶ୍ରୀଲଙ୍କା ବ୍ୟାଟିଂ ଅର୍ଡର। ଖାତା ଖୋଲିବା ପୂର୍ବରୁ କୁଶାଲ ପେରେରାଙ୍କୁ ପାଭେଲିୟନ ରାସ୍ତା ଦେଖାଇଥିଲେ ଷ୍ଟ୍ରାଇକ୍ ବୋଲର ଜଶପ୍ରୀତ ବୁମରା। ପ୍ରଥମ ଓଭରରୁ ୱିକେଟ୍ ଦଖଲ କରି ଭାରତୀୟ ଫାଷ୍ଟ ବୋଲର ନିଜ ଉଦ୍ଦେଶ୍ୟ ସ୍ପଷ୍ଟ ଜାହିର କରି ସାରିଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ଚାଲିଥିଲା ଶ୍ରୀଲଙ୍କା । ବୁମରା ପ୍ରଥମ ୱିକେଟ ନେବା ପରେ ମହମ୍ମଦ ସିରାଜ ନିଜ କମାଲ ଦେଖାଇବା ଆରମ୍ଭ କରିଥିଲେ । ପ୍ରଥମେ ଓପନର ପାଥୁମ ନିଶଙ୍କଙ୍କୁ ଆଉଟ କରିଥିଲେ । ଏହିଭଳି ଭାବରେ ସେ 6ଟି ୱିକେଟ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ 3ଟି ୱିକେଟ ନେଇଥିବା ବେଳେ ଗୋଟିଏ ୱିକେଟ ନେଇଥିଲେ ଜଶପ୍ରୀତ ବୁମରା ।
