ଟେଷ୍ଟ ମ୍ୟାଚ ପୂର୍ବରୁ ଋଷିକେଶରେ ନଜର ଆସିଲେ ବିରୁଷ୍କା

author img

By

Published : Jan 31, 2023, 1:21 PM IST

Anushka Sharma in Rishikesh with Virat Kohli

ଭାରତ ଅଷ୍ଟ୍ରେଲିୟା ଟେଷ୍ଟ ସିରିଜ ପୂର୍ବରୁ ଋଷିକେଶର ସ୍ବାମୀ ଦୟାନନ୍ଦ ଗିରି ଆଶ୍ରମ ବୁଲିଲେ ବିରୁଷ୍କା। ଅଧିକ ପଢନ୍ତୁ

ଡେରାଡୁନ: ତୀର୍ଥସ୍ଥାନ ବୁଲିବାରେ ବ୍ୟସ୍ତ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲି । ବୃନ୍ଦାବନ ପରେ ଋଷିକେଶରେ ନଜର ଆସିଲେ ଏହି ଷ୍ଟାର ଦମ୍ପତି। ଶୀତ ଋତୁରେ ଉତ୍ତରାଖଣ୍ଡର ତୀର୍ଥସ୍ଥାନ ଭ୍ରମଣ କରୁଛନ୍ତି ବିରୁଷ୍କା । ଆଗକୁ ଭାରତ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ଥିବା ବେଳେ ଏହା ପୂର୍ବରୁ ଋଷିକେଶରେ ସ୍ବାମୀ ଦୟାନନ୍ଦ ଗିରି ଆଶ୍ରମକୁ ଯାଇଥିଲେ ଏହି ଦମ୍ପତି । ଆଶ୍ରମ ପରିଦର୍ଶନ କରୁଥିବା ଏକ ଫଟୋ ଏବେ ଭାଇରାଲ ହୋଇଛି । ଭାଇରାଲ ଫଟୋରେ ବିରାଟ ଅନୁଷ୍କା ଆଶ୍ରମରେ ପୂଜା କରୁଥିବାର ଦେଖିବାକୁ ମିଳିଛି । ଏଠାରେ ବିରାଟ କୋହଲି ଅନ୍ୟ ଭକ୍ତମାନଙ୍କୁ ତାଙ୍କ ସହ ସେଲ୍ଫି ନେବାକୁ ମଧ୍ୟ ଅନୁମତି ଦେଇଥିଲେ ।

ବିରାଟ ଓ ଅନୁଷ୍କା ଆଶ୍ରମରେ ଆୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର ପୂଜାର୍ଚ୍ଚନାରେ ସାମିଲ ହେବ । ତେବେ ଏହି ତୀର୍ଥଯାତ୍ରାରେ ସେ ତାଙ୍କ ଝିଅଙ୍କୁ ସାଥିରେ ଆଣିଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ଆଶ୍ରମରେ ବାବା ଦୟାନନ୍ଦ ଗିରିଙ୍କ ସହ ବିରାଟ ଅନୁଷ୍କା ଏକାଠି ବସିଥିବାର ଦେଖିବାକୁ ମିଳିଛି । ବିରାଟ ଏକ ଧଳା ରଙ୍ଗର ଏକ ଶୀତ ବସ୍ତ୍ର ପିନ୍ଧିଥିବା ବଳେ ଅନୁଷ୍କା ଏକ କଳା ରଙ୍ଗର କୁର୍ତ୍ତା ପରିଧାନ କରିଥିବା ଦେଖିବାକୁ ମିଳିଛି । ତେବେ ଏଠାରେ ସେ କେତେ ଦିନ ରହିବେ ସେନେଇ କିଛି ସୂଚନା ହସ୍ତଗତ ହୋଇ ନାହିଁ ।

କିଛି ଦିନ ପୂର୍ବେ ବୃନ୍ଦାବନରେ ନଜର ଆସିଥିଲେ ଅନୁଷ୍କା ଶର୍ମା ଓ ବିରାଟ କୋହଲି । ଝିଅ ଭାମିକାଙ୍କୁ ଧରି ବୃନ୍ଦାବନର ନିମ କରୋଲି ଆଶ୍ରମରେ ପୂଜାର୍ଚ୍ଚନା କରିଥିଲେ ଏହି ଷ୍ଟାର ଦମ୍ପତି । ୨ଦନିଆ ତୀର୍ଥଯାତ୍ରାରେ ଆସି ବୃନ୍ଦାବନର ନିମ କରୋଲି ଆଶ୍ରମରେ ପୂଜା କରିଥିଲେ । ଏହାପରେ ସେବାକୁଞ୍ଜ ଆଶ୍ରମରେ ସାଧୁସନ୍ଥଙ୍କୁ ଭେଟିଥିଲେ । ସେହିଦିନ ଅପରାହ୍ନ ସମୟରେ ହେଲିକପ୍ଟରରେ ଦିଲ୍ଲୀ ଫେରି ଆସିଥିଲେ ଏହି ଷ୍ଟାର ଦମ୍ପତି । ଭ୍ରମଣ ସମୟରେ ଉଭୟ ଦମ୍ପତିଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଁଥିପରେ ପୁଣି ଥରେ ଦେଖିବାକୁ ମିଳିଥିଲା ଏହି ଦମ୍ପତିଙ୍କ ଝିଅକୁ। ଦୁହେଁ ତଳେ ବସିଥିବା ବେଳେ ଅନୁଷ୍କାଙ୍କ କୋଳରେ ନଜର ଆସିଥିଲେ ଝିଅ ଭାମିକା । ଦ୍ବିତୀୟ ଥର ପାଇଁ ଭାମିକାଙ୍କୁ ଦେଖିବାକୁ ପାଇଥିଲେ ଏହି ଷ୍ଟାର ଦମ୍ପତିଙ୍କ ଫ୍ୟାନ୍ସ । ଭାମିକା ଏକ ଧଳା ଓ ପିଙ୍କ୍‌ ରଙ୍ଗର ଡ୍ରେସ ପିନ୍ଧି ଅନୁଷ୍କାଙ୍କ କୋଳରେ ଖେଳୁଥିବା ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.