ନୂଆଦିଲ୍ଲୀରେ ଓଡିଶାର ଗୋଲ୍ଡେନ ବୟ ପ୍ରମୋଦଙ୍କୁ ଭେଟିଲେ ଧର୍ମେନ୍ଦ୍ର

author img

By

Published : Sep 7, 2021, 8:05 PM IST

Union minister Dharmendra pradhan meet para-shuttler and gold medal pramod bhagat at Delhi

ନୂଆଦିଲ୍ଲୀରେ ପାରା-ବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ପାରା-ବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଦ୍ୟ ସମାପ୍ତ ପାରାଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦଙ୍କୁ ନୂଆଦିଲ୍ଲୀସ୍ଥିତ ସରକାରୀ କାର୍ଯ୍ୟାଳୟରେ ଭେଟି ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର । ଏଥିସହ ଓଡିଆ ପୁଅ ପ୍ରମୋଦ ଭଗତଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।

ନୂଆଦିଲ୍ଲୀରେ ଓଡିଶାର ଗୋଲ୍ଡେନ ବୟ ପ୍ରମୋଦଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ପାରା ଅଲମ୍ପିଆନଙ୍କ ପ୍ରଦର୍ଶନ ସମଗ୍ର ଦେଶକୁ ପ୍ରେରଣା ଦେଇଛି । ଟୋକିଓ ସଫଳତା ଓଡ଼ିଶାର ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବ । ଏ ନେଇ ଶ୍ରୀ ପ୍ରଧାନ ଟ୍ବିଟରେ ଉଲ୍ଲେଖ କହିଛନ୍ତି ଯେ, ଟୋକିଓ ପାରାଲମ୍ପିକ୍‌ରେ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା ଓଡ଼ିଶାର ପ୍ରମୋଦ ଭଗତଙ୍କୁ ନିଜ କାର୍ଯ୍ୟାଳୟରେ ଭେଟି ଅଭିନନ୍ଦନ ଜଣାଇବା ସହ ଉଜ୍ଵଳ ଭବିଷ୍ୟତ କାମନା କଲି । ଟୋକିଓରେ ପ୍ରମୋଦ ଭଗତଙ୍କ ସମେତ ଆମର ପାରା ଅଲମ୍ପିକ୍ସ ପ୍ରଦର୍ଶନ ସମଗ୍ର ଦେଶକୁ ପ୍ରେରଣା ଦେଇଛି । ଏହି ସଫଳତା ଆମ ଦେଶ ବିଶେଷ ଭାବରେ ଓଡ଼ିଶାର ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବ ।

ଗତ ଶନିବାର ପାରାଲମ୍ପିକ୍ସରେ ପ୍ରମୋଦ ଭଗତ ପଦକ ପାଇବା ପରେ ଧର୍ମେନ୍ଦ୍ର, ତାଙ୍କ ସହ ଭିଡ଼ିଓ କଲ୍‌ ମାଧ୍ୟମରେ କଥା ହୋଇ ଅଭିନନ୍ଦନ ଜଣାଇଥିଲେ । ବିଶ୍ବ ଚମ୍ପିଆନ ଏବଂ ଦେଶର ସର୍ବୋତ୍ତମ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦଙ୍କ ପାଇଁ ଆମେ ସମସ୍ତେ ଗର୍ବିତ । ପାରାଲମ୍ପିକ୍‌ରେ ତାଙ୍କର ସ୍ଵର୍ଣ୍ଣିମ ପଦକ ବିଜୟ ପ୍ରଦର୍ଶନୀ ଯୁବ ସମାଜକୁ ପ୍ରେରଣା ଯୋଗାଇବ କହିଛନ୍ତି ଧର୍ମେନ୍ଦ୍ର ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.