Sudirman Cup 2021: ଥାଇଲାଣ୍ଡ ଠୁ ହାରିଲା ଭାରତ

author img

By

Published : Sep 26, 2021, 8:24 PM IST

Sudirman Cup 2021: Dominant Thailand beat India by 4-1

ସୁଦୀରମାନ କପ୍‌ ୨୦୨୧ରେ ଆରମ୍ଭରୁ ଝୁଣ୍ଟିଲା ଭାରତ । ପ୍ରଥମ ମୁକାବିଲାରେ ଥାଇଲାଣ୍ଡ ଠାରୁ ୪-୧ରେ ଭାରତ ପରାସ୍ତ । ଅଧିକ ପଢନ୍ତୁ...

ଭାନ୍ତା(ଫିନଲାଣ୍ଡ): ସୁଦୀରମାନ କପ୍‌ ୨୦୨୧ରେ ଆରମ୍ଭରୁ ଝୁଣ୍ଟିଲା ଭାରତ । ପ୍ରଥମ ମୁକାବିଲାରେ ଥାଇଲାଣ୍ଡ ଠାରୁ ୪-୧ରେ ଭାରତକୁ ପରାଜୟ ମିଳିଛି । ରବିବାର ଫିନଲାଣ୍ଡର ଭାନ୍ତାରେ ଏନରଜିଆ ଏରିନା କୋର୍ଟରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତକୁ ପରାଜୟ ମିଳିଛି ।

ଗ୍ରୁପ ଏ'ର ଏହି ମ୍ୟାଚ୍‌ରେ ପରାଜୟ ପରେ ଭାରତୀୟ ବ୍ୟାଡମିଣ୍ଟନ ଟିମ ନକଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହେବା ରାସ୍ତା କଠିନ ହୋଇଛି । ଭାରତର ପରବର୍ତ୍ତୀ ମୁକାବିଲା ସୋମବାର ଡିଫେଣ୍ଡିଂ ଚମ୍ପିଆନ ଚାଇନା ଓ ପରେ ଆୟୋଜକ ଫିନଲାଣ୍ଡ୍‌କୁ ମଙ୍ଗଳବାର ଭେଟିବା ନେଇ ସୂଚୀ ରହିଛି ।

ଦିନର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ପୁରୁଷ ଡବଲ୍ସ ଯୋଡି ଏମଆର ଅର୍ଜୁନ ଓ ଧ୍ରୁବ କପିଳା ଥାଇଲାଣ୍ଡ ଯୋଡି ବିପକ୍ଷରେ ୨୧-୧୮, ୨୧-୧୭ରେ ଦମଦାର ବିଜୟ ହାସଲ କରିଥିଲେ । ଏଥିସହ ଟିମକୁ ୧-୦ରେ ବିଜୟୀ କରାଇଥିଲେ ।

ମାତ୍ର ଦ୍ବିତୀୟ ମ୍ୟାଚ୍‌ରେ ଦମଦାର କମବ୍ୟାକ କରିଥିଲା ଥାଇଲାଣ୍ଡ ଟିମ । ମହିଳା ସିଙ୍ଗଲ୍ସ ଟାଏ ମ୍ୟାଚ୍‌ରେ ଭାରତର ମାଳବିକା ବଂଶଦଙ୍କୁ ୨୧-୧୧, ୨୧-୧୪ରେ ହରାଇଥିଲେ ଥାଇଲାଣ୍ଡ ଖେଳାଳି ପର୍ନପାୱି ଚୋଚୁୟଙ୍ଗ୍‌ ।

ପରେ ବିଶ୍ବ ନମ୍ବର ୧ କିଦାମ୍ବୀ ଶ୍ରୀକାନ୍ତ ପରେ ଥାଇଲାଣ୍ଡ ଖେଳାଳି କୁନଲାଭଟ ଭିଟିଡସର୍ନଙ୍କ ଠାରୁ ୯-୨୧ ଓ ୧୯-୨୧ରେ ପରାସ୍ତ ହୋଇଥିଲେ ।

ଅଶ୍ବିନ ପୋନ୍ନାପା ଓ ଏନ ସିକି ରେଡ୍ଡି ପରବର୍ତ୍ତୀ ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ବ କିରଥିଲେ । ମହିଳା ଡବଲ୍ସର ଏହି ମ୍ୟାଚରେ ଭାରତ ପରାଜୟ ଏଡାଇବାକୁ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଥିଲା । ମାତ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ୨୩-୨୧ ଓ ୨୧-୮ରେ ଥାଇ ଖେଳାଳି ଭାରତୀୟ ଯୋଡିରେ ହରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.