COVID-19: ଇଣ୍ଡିଆ ଓପନ ବ୍ୟାଡମିଣ୍ଟନରୁ ଓହରିଲା ଇଂଲଣ୍ଡ

author img

By

Published : Jan 9, 2022, 5:03 PM IST

England shuttlers pull out of India Open badminton after 2 positive cases in contingent

ଆଗାମୀ ଇଣ୍ଡିଆ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରୁ ଓହରିଲା ସଂପୂର୍ଣ୍ଣ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଟିମ । ଦେଶର ଡବଲ୍ସ ସ୍ପେଶାଲିଷ୍ଟ ସିନ ଭେଣ୍ଡି ଓ କୋଚ୍‌ ନାଥନ ରୋବର୍ଟସନ COVID-19 ପଜିଟିଭ ଚିହ୍ନଟ ହେବାପରେ ଟୁର୍ନାମେଣ୍ଟରୁ ଓହରିଯାଇଛି ଇଂଲିସ ଟିମ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଗାମୀ ଇଣ୍ଡିଆ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରୁ ଓହରିଲା ସଂପୂର୍ଣ୍ଣ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଟିମ । ଦେଶର ଡବଲ୍ସ ସ୍ପେଶାଲିଷ୍ଟ ସିନ ଭେଣ୍ଡି ଓ କୋଚ୍‌ ନାଥନ ରୋବର୍ଟସନ COVID-19 ପଜିଟିଭ ଚିହ୍ନଟ ହେବାପରେ ଟୁର୍ନାମେଣ୍ଟରୁ ଓହରିଯାଇଛି ଇଂଲିସ ଟିମ ।

ଟୁର୍ନାମେଣ୍ଟରୁ ଇଂଲଣ୍ଡର ଓହରିଯିବା ନିଷ୍ପତ୍ତି ରବିବାର ଭାରତୀୟ ବ୍ୟାଡମିଣ୍ଟନ ସଂଘ(BAI) ଘୋଷଣା କରିଛି । ତେବେ ଟିମ ହୋଟେଲରେ ରବିବାର ସକାଳେ ହୋଇଥିବା COVID ଟେଷ୍ଟରେ ସମସ୍ତ ଖେଳାଳିଙ୍କ ରିପୋର୍ଟ ନେଗେଟିଭ ରହିଛି ।

ଏହାମଧ୍ୟ ପଢନ୍ତୁ: 3rd test: କେପଟାଉନ୍‌ରେ ପହଞ୍ଚିଲା ଟିମ ଇଣ୍ଡିଆ, ଟିମ ହୋଟେଲରେ ଭବ୍ୟ ସ୍ବାଗତ

ଇଣ୍ଡିଆ ଓପନ ୨୦୨୨ ଟୁର୍ନାମେଣ୍ଟ ଜାନୁଆରୀ ୧୧ରୁ ୧୧ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଖେଳାୟିବା ନେଇ ସୂଚୀ ରହିଛି । ତେବେ ଦେଶରେ COVID-19 ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ହୋଇଛି । ଭାରତୀୟ ବ୍ୟାଡମିଣ୍ଟନ ସଂଘ ଦ୍ବାରା ଆୟୋଜିତ ହେବାକୁ ଥିବା ଏହି USD ୪୦୦,୦୦୦ ସୁପର ୫୦୦ ଇଭେଣ୍ଟରୁ ୨୦୨୨ BWF ୱାର୍ଲ୍ଡ ଟୁର୍‌ ସିଜିନ ଆରମ୍ଭ ହେବ ।

PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.