ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ କ୍ଷୁଦ୍ର ଫିଲ୍ମ ‘ମୁଖା’

author img

By

Published : Apr 24, 2021, 9:01 AM IST

Updated : Apr 24, 2021, 11:48 AM IST

ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ କ୍ଷୁଦ୍ର ‘ମୁଖା’

AAO NXTର ଦ୍ବାରା ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କ୍ଷୁଦ୍ର ଫିଲ୍ମ ‘ମୁଖା’ ରିଲିଜକୁ ନେଇ ଦିଆଯାଇଛି ସୂଚନା । ଅଧିକ ପଢନ୍ତୁ...

ଭୁବନେଶ୍ବର: ଶ୍ରଦ୍ଧା ପାଣିଗ୍ରାହୀ ଓ ଜ୍ୟୋତି ପ୍ରକାଶ ପଣ୍ଡାଙ୍କ ନିବେଦିତ କ୍ଷୁଦ୍ର ଫିଲ୍ମ ‘ମୁଖା’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଯାହାର ସମ୍ପାଦନା କରିଛନ୍ତି ଦେବ ପ୍ରଧାନ ଓ ଡିଓପି ହେଉଛନ୍ତି ପ୍ରଦୀପ ନାୟକ। ଏହି କ୍ଷୁଦ୍ର ଫିଲ୍ମକୁ ଦର୍ଶକ ଓଟିଟି ପ୍ଲାଟଫର୍ମ AAO NXTରେ ଦେଖିବା ପାରିବେ । ଏହାର ସୂଚନା AAO NXTର ଦ୍ବାରା ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିଲା ।

ଫିଲ୍ମରେ ଶାନଦାର ନିର୍ଦ୍ଦେଶନା ଦେଇଛନ୍ତି ଇତିଶ୍ରୀ ପାଣିଗ୍ରାହୀ । ସେହିପରି ଫିଲ୍ମର କାହାଣୀ ମଣିଷର ଅନେକ ଚେହେରାକୁ ନେଇ ଆଧାରିତ । ଯେମିତି ଦେଖିଲେ ଜଣେ ବ୍ୟକ୍ତି ସମସ୍ତଙ୍କ ସାମ୍ନାରେ ନିଜକୁ ସବୁବେଳେ ଭଲ ସାବ୍ୟସ୍ତ କରୁଥିବ । ଆଉ ପଛରେ କିନ୍ତୁ ତାର ପ୍ରକୃତି ଭିନ୍ନ କିଛି । ପତି-ପତ୍ନୀଙ୍କ ଆକ୍ସନ ଥ୍ରିଲରର ଝଲକ ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳୁଛି । କୌସ୍ତଭ ଡ୍ରିମୱାର୍କ୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ।

ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ କ୍ଷୁଦ୍ର ‘ମୁଖା’

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated :Apr 24, 2021, 11:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.