କାହା ଖୁସି ପାଇଁ ଛାଡପତ୍ର ଦେଲେ ନାଗା-ସାମନ୍ଥା, ମୁହଁ ଖୋଲିଲେ ସୁପରଷ୍ଟାର

author img

By

Published : Jan 13, 2022, 1:27 PM IST

ପ୍ରଥମ ଥର ମୁହଁ ଖୋଲିଲେ ନାଗା ଚୈତନ୍ୟ, କହିଲେ ସାମନ୍ଥାଙ୍କଠାରୁ ଅଲଗା ହେବାର କାରଣ

ସାଉଥର ସୁପର ଯୋଡି ଥିଲେ ନାଗା ଚୈତନ୍ୟ ଏବଂ ସାମନ୍ଥା ରୁଥପ୍ରଭୁ । ବର୍ତ୍ତମାନ ନାଗା ଚୈତନ୍ୟ ପ୍ରଥମ ଥର ପୂର୍ବତନ ପତ୍ନୀ ସାମନ୍ଥାଙ୍କଠାରୁ ଅଲଗା ହେବାର କାରଣ କହିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ସାଉଥର ସୁପର ଯୋଡି ଥିଲେ ନାଗା ଚୈତନ୍ୟ ଏବଂ ସାମନ୍ଥା ରୁଥପ୍ରଭୁ । ଗତ ବର୍ଷ ଅକ୍ଟୋବର 2 ତାରିଖରେ ସାଉଥ୍‌ ଷ୍ଟାର ନାଗା ଚୈତନ୍ୟ ଏବଂ ସାମନ୍ଥା ପରଷ୍ପର ଠାରୁ ଅଲଗା ହୋଇଥିଲେ। ଏନେଇ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଉଭୟ ଛାଡପତ୍ର ଘୋଷଣା କରିଥିଲେ। ପୋଷ୍ଟରେ ସେମାନଙ୍କର ଚାରି ବର୍ଷର ବିବାହ ସମାପ୍ତି ସମ୍ପର୍କରେ ସୂଚନା ସେୟାର କରିଥିଲେ । ବର୍ତ୍ତମାନ ଅଭିନେତା ନାଗା ଚୈତନ୍ୟ ପ୍ରଥମ ଥର ପୂର୍ବତନ ପତ୍ନୀ ତଥା ଅଭିନେତ୍ରୀ ସାମନ୍ଥାଙ୍କଠାରୁ ଅଲଗା ହେବାର କାରଣ କହିଛନ୍ତି ।

ତାଙ୍କର ଆଗାମୀ ଚଳଚ୍ଚିତ୍ର ବଙ୍ଗାରାଜୁକୁ ପ୍ରମୋଟ୍ କରିବା ପାଇଁ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ନାଗା ତାଙ୍କ ଛାଡପତ୍ର ବିଷୟରେ କହିଛନ୍ତି, ‘ଅଲଗା ହେବା ଠିକ୍ ଥିଲା । ଏହା ଆମ ଦୁହିଁଙ୍କ ବ୍ୟକ୍ତିଗତ ଖୁସି ପାଇଁ ନିଆଯାଇଥିବା ପାରିସ୍ପାରିକ ନିଷ୍ପତ୍ତି। ଯଦି ସେ ଖୁସି ଅଛନ୍ତି ତେବେ ମୁଁ ବି ଖୁସି ଅଛି । ତେଣୁ ଏଭଳି ପରିସ୍ଥିତିରେ ଛାଡପତ୍ର ଠିକ୍ ପଦକ୍ଷେପ।' ନାଗାଙ୍କର ଏହି ସାକ୍ଷାତକାରର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଗତ ବର୍ଷ ଦୁହେଁ ସୋସିଆଲ ମିଡିଆରେ ଏକ ବିବୃତ୍ତିରେ ଲେଖିଥିଲେ, ଆମର ସମସ୍ତ ଶୁଭେଚ୍ଛୁଙ୍କୁ । ବହୁ ବିଚାର ବିମର୍ଶ ପରେ, ସାମ୍‌ ଏବଂ ମୁଁ ନିଜ ନିଜ ରାସ୍ତାରେ ଚାଲିବା ପାଇଁ ସ୍ବାମୀ ଏବଂ ସ୍ତ୍ରୀ ରୂପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। କିନ୍ତୁ ଉଭୟ ଗୋଟିଏ ଦଶନ୍ଧି ଧରି ଉତ୍ତମ ବନ୍ଧୁ ହେବାର ସୌଭାଗ୍ୟ ପାଇଥିଲେ ଏବଂ ଆମେ ନିଶ୍ଚିତ ଯେ ଏହି ବନ୍ଧୁତାକୁ ସବୁଦିନ ପାଇଁ ଜାରି ରଖିବୁ। ଆମେ ଆମର ପ୍ରଶଂସକ, ଶୁଭେଚ୍ଛୁ ଏବଂ ଗଣମାଧ୍ୟମକୁ ଅନୁରୋଧ କରୁଛୁ ଯେ ଏହି କଠିନ ସମୟରେ ଆମକୁ ସମର୍ଥନ କରନ୍ତୁ ଏବଂ ଆମକୁ ଆଗକୁ ବଢିବାକୁ ଆବଶ୍ୟକ ଗୋପନୀୟତା ଦିଅନ୍ତୁ । ଆପଣଙ୍କର ସମର୍ଥନ ପାଇଁ ଧନ୍ୟବାଦ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.