ମକର ସଂକ୍ରାନ୍ତିରେ ଗୁଡି ଉଡାଇଲେ ଖିଲାଡି କୁମାର

author img

By

Published : Jan 14, 2022, 4:36 PM IST

ମକର ସଂକ୍ରାନ୍ତିରେ ଗୁଡି ଉଡାଇଲେ ଖିଲାଡି କୁମାର, ଫ୍ୟାନ୍ସଙ୍କୁ ଦେଲେ ମେସେଜ୍‌

ମକର ସଂକ୍ରାନ୍ତି ଦିନ ଗୁଡି ଉଡାଇବାକୁ ସମସ୍ତେ ପସନ୍ଦ କରନ୍ତି। ଗୁଡି ଉଡ଼ାଇବା ପାଇଁ କିଏ ଘରର ଛାତ ଉପରକୁ ଚାଲିଯାଏ ତ କିଏ ପୁଣି ପଡିଆରେ ଭିଡ଼ ଜମାଏ । ଖିଲାଡି କୁମାର ଅକ୍ଷୟ ମଧ୍ୟ ସେହି ଲୋକଙ୍କ ମଧ୍ୟରୁ ଜଣେ। ଅଧିକ ପଢନ୍ତୁ

ହାଇଦ୍ରାବାଦ: ମକର ସଂକ୍ରାନ୍ତି ଦିନ ଗୁଡି ଉଡାଇବାକୁ ସମସ୍ତେ ପସନ୍ଦ କରନ୍ତି । ଗୁଡି ଉଡ଼ାଇବା ପାଇଁ କିଏ ଘରର ଛାତ ଉପରକୁ ଚାଲିଯାଏ ତ କିଏ ପୁଣି ପଡିଆରେ ଭିଡ଼ ଜମାଏ। ଖିଲାଡି କୁମାର ଅକ୍ଷୟ ମଧ୍ୟ ସେହି ଲୋକଙ୍କ ମଧ୍ୟରୁ ଜଣେ । ଯିଏକି ଗୁଡି ଉଡାଇବାକୁ ସଉକ ରଖନ୍ତି । ଅକ୍ଷୟ ଇନ୍‌ଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକଙ୍କୁ ମକର ସଂକ୍ରାନ୍ତିର ଅଭିନନ୍ଦନ ଜଣାଇ ଲେଖିଛନ୍ତି, 'ମିଠେ ଗୁଡ ମେ ମିଲ୍ ଗଏ ତିଲ୍ ... ଉରି ପତଙ୍ଗ ଓ୍ବର୍‌ ଖିଲ୍ ଗଏ ଦିଲ୍।'

ଅକ୍ଷୟଙ୍କ ଏହି ପୋଷ୍ଟକୁ ଦେଖିଲେ ସ୍ପଷ୍ଟ ଭାବେ ବାରି ହୋଇପଡୁଛି, ଗୁଡି ଉଡାଇବା ପ୍ରତି ତାଙ୍କର କେତେ ସଉକ ରହିଛି। କିନ୍ତୁ ଗୁଡି ଉଡ଼ିବାର ପ୍ରକୃତ ମଜା ସେତେବେଳେ ଆସେ, ଯେତେବେଳେ ସାମ୍ନା ଲୋକର ଗୁଡି କଟି ତଳେ ପଡିଯାଏ।

ତେବେ ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରିଥାନ୍ତି । ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହି ପର୍ବ ପାଳନ କରନ୍ତି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତର ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି କହନ୍ତି । ବିଶେଷ ମହତ୍ତ୍ବ ହେଉଛି ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ଏହି ଦିନ ଦାନର ମଧ୍ୟ ବିଶେଷ ମହତ୍ତ୍ବ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.