ମଙ୍ଗଳଯାନ ଯାତ୍ରା ଶେଷ, ଦୀର୍ଘ 8 ବର୍ଷ ଧରି ଦେଉଥିଲା ମଙ୍ଗଳ ଗ୍ରହର ଟିକ୍‌ନିକ୍‌ ଖବର

author img

By

Published : Oct 3, 2022, 10:59 AM IST

ମଙ୍ଗଳଯାନ ଯାତ୍ରା ଶେଷ ! ଦୀର୍ଘ 8 ବର୍ଷ ଧରି ଦେଉଥିଲା ମଙ୍ଗଳ ଗ୍ରହର ଟିକ୍‌ନିଖ୍ ଖବର

ଶେଷ ହେଲା ଦେଶର ପ୍ରଥମ ମଙ୍ଗଳଯାନ ବା ମାର୍ସ ଅର୍ବିଟର ମିଶନ(Mars Orbiter Mission, MOM) ଅଭିଯାନ । ଦୀର୍ଘ 8 ବର୍ଷ ଧରି ମଙ୍ଗଳ ଗ୍ରହର ଟିକନିକ୍‌ ଅପଡେଟ୍ ପଠାଉଥିଲା । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ପ୍ରଥମ ମଙ୍ଗଳଯାନ ବା ମାର୍ସ ଅର୍ବିଟର ମିଶନ(Mars Orbiter Mission, MOM) ଅଭିଯାନ ଶେଷ ହୋଇଛି । ମାର୍ସ(Mars)ର ଇନ୍ଧନ ଓ ବ୍ୟାଟେରୀ ସରିଯିବା ପରେ ଭୂ-ପୃଷ୍ଠର ଷ୍ଟେସନ ସହ ଏହାର ଯୋଗାଯୋଗ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇଯାଇଛି । ତେବେ ସବୁଠୁ ବଡ କଥା ହେଉଛି କି, ମାତ୍ର 6 ମାସ ପାଇଁ ମଙ୍ଗଳ ଗ୍ରହକୁ ପ୍ରେରଣ ହୋଇଥିବା ଏହି ମହାକାଶଯାନ, 8 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଛି, ଯାହା ବୈଜ୍ଞାନିକମାନଙ୍କୁ ଚକିତ କରିଛି ।

ମାର୍ସକୁ ପରିଚାଳନା କରୁଥିବା ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ସେଣ୍ଟର(Indian Space Research Organisation) ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦେଶର ପ୍ରଥମ ମଙ୍ଗଳଯାନ ଏକ ଲମ୍ବା ଇନିଂସ ଶେଷ କରିଛି । ଇନ୍ଧନ ସହ ବ୍ୟାଟେରୀ ସରିଯିବାରୁ ଦୀର୍ଘ 8 ବର୍ଷ ଧରି ମଙ୍ଗଳ ଗ୍ରହର ସମସ୍ତ ଟିକନିକ୍‌ ଖବର ପ୍ରେରଣରେ ସହାୟକ ହେଉଥିବା ମାର୍ସର କାର୍ଯ୍ୟ ଶେଷ ହୋଇଛି । ଅନ୍ତିମ ପର୍ଯ୍ୟାୟରେ ମାର୍ସକୁ ଇନ୍ଧନ ଯୋଗାଇବା ପାଇଁ ଶତ ଚେଷ୍ଟା କରାଯାଇଥିଲେ ମଧ୍ୟ ସଫଳ ହୋଇପାରିନଥିବା ଇସ୍ରୋ ପକ୍ଷରୁ କୁହାଯାଇଛି ।

ଚାରି ଶହ କୋଟି ମୂଲ୍ୟର 'ମାର୍ସ ଅର୍ବିଟର୍ ମିଶନ୍' (MOM) ନଭେମ୍ବର 5, 2013 ରେ PSLV-C25 ରୁ ଉତକ୍ଷେପଣ କରାଯାଇଥିଲା ଏବଂ ବୈଜ୍ଞାନିକମାନେ ସଫଳତାର ସହିତ ଏହି ମହାକାଶଯାନକୁ 24 ସେପ୍ଟେମ୍ବର 2014ରେ ମଙ୍ଗଳ ଗ୍ରହର କକ୍ଷପଥରେ ଅବସ୍ଥାପିତ କରିଥିଲେ । ମଙ୍ଗଳ ଗ୍ରହରେ ଥିବା ଖଣିଜ ପଦାର୍ଥ ଏବଂ ଏହାର ଆକୃତି ବାବଦରେ ତଥ୍ୟ ହାସଲ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ବିଶ୍ବର ଚତୁର୍ଥ ତଥା ଏସିଆ ମହାଦେଶର ପ୍ରଥମ ରାଷ୍ଟ୍ର ଭାବେ ଭାରତ ଏହି ସଫଳତା ହାସଲ କରିଛି । ତେବେ ଆଗକୁ ମାର୍ସ ସହ ପୁନଃ ଯୋଗାଯୋଗ ହୋଇପାରିବ କି ନାହିଁ ସେ ବାବଦରେ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ISRO ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.