WhatsApp New Features: ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ପାଇଁ ଖୁସି ଖବର, ଆସୁଛି ନୂଆ ଫିଚର୍ସ

author img

By

Published : Sep 28, 2022, 12:40 PM IST

WhatsApp New Features: 32 ଜଣିଆ ଗ୍ରୁପ କଲ୍ ସୁବିଧା ସହ ଆସୁଛି ଏହି ନୂଆ ଫିଚର୍ସ

ବ୍ୟବହାରକାରୀଙ୍କ ପାଇଁ ପ୍ରତି ଥର କିଛି ନା କିଛି ନୂଆ ଫିଚର୍ସ ଆଣିଥାଏ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍ । ଏଥର ମଧ୍ୟ ଏପରି କିଛି ଅଫର୍ ଆଣିଛି, ଯାହା ଆପଣଙ୍କୁ ଏକଦମ୍ ଖୁସି କରିଦେବ, ଜାଣନ୍ତୁ କଣ ।

ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସର୍ବଦା ୟୁଜର୍ସଙ୍କ ପ୍ରାଇଭେସି ବା ଗୋପନୀୟତା ଉପରେ ଧ୍ୟାନ ଦେଇଥାଏ । ମାତ୍ର ବ୍ୟବହାରକାରୀଙ୍କ ପାଇଁ ଏଥର କିଛି ନୂଆ ଫିଚର୍ସ ଆଣୁଛି ହ୍ବାଟ୍ସଆପ୍(WhatsApp New Features) । ନୂଆ ଫିଚର୍ସ ଅନୁସାରେ ଏଣିକି ଗୋଟିଏ ଗ୍ରୁପ୍ କଲିଂରେ ଏକା ସାଙ୍ଗରେ 32ରୁ ଅଧିକ ଜଣ ମେମ୍ବର ସାମିଲ୍ ହୋଇପାରିବେ(WhatsApp group call for up to 32 people) । ସେହିପରି ଭଏସ୍ ଏବଂ ଭଡିଓ କଲ୍ ଲିଙ୍କ୍ ସେଣ୍ଡ୍ କରିବାର ସୁବିଧା ଆଣୁଛି ହ୍ବାଟ୍ସଆପ୍(WhatsApp Voice And Video calling Link) ।

ଇନ୍‌ଷ୍ଟାଗ୍ରାମ ମେସେଜିଂ ଏବଂ କଲିଂ ଆପ୍ ହ୍ବାଟସ୍‌ଆପ୍ ଆପ୍‌ରେ ଭିଡିଓ ଏବଂ ଭଏସ୍ କଲ୍‌ରେ ଯୋଡିହେବା ପାଇଁ କଲ୍ ଲିଙ୍କ୍ ଫିଚର୍ସ ପାଇଁ କାମ କରୁଥିବା ମେଟା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି । କମ୍ପାନୀ ହ୍ବାଟସ୍‌ଆପ୍‌ରେ ଏକା ସାଙ୍ଗରେ 32 ଜଣଙ୍କ ଗ୍ରୁପ୍ ଭିଡିଓ କଲ୍ ପରୀକ୍ଷା ମଧ୍ୟ ଆରମ୍ଭ କରିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଏକ ପୋଷ୍ଟରେ ଜୁକରବର୍ଗ କହିଛନ୍ତି, "ଆମେ ଏହି ସପ୍ତାହରୁ ହ୍ବାଟସ୍‌ଆପ୍‌ରେ କଲ୍ ଲିଙ୍କ୍ ଆଣୁଛୁ, ତେଣୁ ଗୋଟିଏ ଟ୍ୟାପ୍ ସହିତ କଲ୍ ଆରମ୍ଭ କରିବା ପାଇଁ ଆପଣ ଏକ ଲିଙ୍କ୍ ସେୟାର କରିପାରିବେ ।" ତେବେ ଜୁନ୍ 2022 ସୁଦ୍ଧା 487.5 ନିୟୁତ ଉପଭୋକ୍ତା ଥିବା ହ୍ବାଟସ୍‌ଆପ୍‌ରେ ସର୍ବାଧିକ ବ୍ୟବହାରକାରୀ ଭାରତୀୟ ।

ନୂଆ ଫିଚର୍ସ ଅନୁସାରେ, ଉପଭୋକ୍ତାମାନେ କଲ୍ ସେକ୍ସନରୁରୁ ଏକ କଲ୍ ଲିଙ୍କ୍ କ୍ରିଏଟ କରିପାରିବେ ଏବଂ ଏହାକୁ ନିଜ ପରିବାର ସଦସ୍ୟା ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିପାରିବେ । କଲ୍ ଲିଙ୍କ୍ ବ୍ୟବହାର କରିବାକୁ ହ୍ବାଟସ୍ ଆପ୍ ବ୍ୟବହାରକାରୀଙ୍କର ଆପରେ ଲାଟେଷ୍ଟ ଭର୍ସନ ଅପଡେଟ୍ କରିବାକୁ ପଡିବ । ଚଳିତ ସପ୍ତାହରୁ ଏହି ସୁବିଧା ଆରମ୍ଭ ହୋଇପାରେ ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.