Avatar Feature: ହ୍ବାଟ୍ସଆପ କଲରେ ଆସୁଛି ଦମଦାର ଫିଚର, ଚେହେରା ବଦଳରେ ଦେଖାଇପାରିବେ ଅବତାର

Avatar Feature: ହ୍ବାଟ୍ସଆପ କଲରେ ଆସୁଛି ଦମଦାର ଫିଚର, ଚେହେରା ବଦଳରେ ଦେଖାଇପାରିବେ ଅବତାର
ହ୍ବାଟ୍ସଆପ କଲରେ ଆସୁଛି ଦମଦାର ଫିଚର । ନିଜ ମୁହଁ ବଦଳରେ ଦେଖାଇପାରିବେ ଅବତାର । ଅଧିକ ପଢନ୍ତୁ
ହାଇଦ୍ରାବାଦ: ୟୁଜର୍ସଙ୍କ ଓ୍ବାର୍କ ଏକ୍ସପିରିୟନ୍ସକୁ ଉନ୍ନତ କରିବା ପାଇଁ ହ୍ବାଟ୍ସଆପ ସର୍ବଦା ନୂଆ ଫିଚର ଉପରେ କାର୍ଯ୍ୟ ଜାରି ରଖିଥାଏ । ତେବେ ନିକଟରେ ହ୍ବାଟ୍ସଆପ ପକ୍ଷରୁ ଚ୍ୟାନେଲ ଫିଚରକୁ ରୋଲଆଉଟ କରାଯାଇଛି । ତେବେ ଏହା ସମସ୍ତ ୟୁଜର୍ସଙ୍କ ପାଖେ ପହଞ୍ଚି ନଥିବା ବେଳେ ଖୁବ ଶୀଘ୍ର ଏହି ଫିଚରର ସମସ୍ତ ୟୁଜର୍ସଙ୍କ ପାଖେ ପହଞ୍ଚିବ ବୋଲି ହ୍ବାଟ୍ସଆପ ପକ୍ଷରୁ କୁହାଯାଇଛି। ଚ୍ୟାନେଲ ଫିଚର ଦ୍ବାରା କ୍ରିୟଟର୍ସ ଅଧିକ ଲୋକଙ୍କ ସହିତ ଯୋଡି ହୋଇପାରିବେ ବୋଲି କୁହାଯାଇଛି । ଏହାରି ଭିତରେ କମ୍ପାନୀ ପକ୍ଷରୁ ଆଉ ଏକ ନୂଆ ଫିଚର ରୋଲଆଉଟ କରାଯିବ ବୋଲି ସୂଚନା ମିଳିଛି । ଏନେଇ Wabetainfo ପକ୍ଷରୁ ସୂଚନା ଦିଆଯାଇଛି । କମ୍ପାନୀ ବର୍ତ୍ତମାନ ଭିଡିଓ ଅବତାର ଫିଚର ଉପରେ କାର୍ଯ୍ୟ ଜାରି ରଖିଛି ବୋଲି ସୂଚନା ଦିଆଯାଇଛି । ବର୍ତ୍ତମାନ ଏହା କିଛି ବିଟା ଟେଷ୍ଟରଙ୍କ ପାଇଁ ରୋଲଆଉଟ କରାଯାଇଛି । ତେବେ ଭିଡିଓ ଅବତାର ଫିଚର ଦ୍ବାରା ୟୁଜର୍ସଙ୍କ ଭିଡିଓ କଲିଂ ଏକ୍ସପିରିୟନ୍ସ ସମ୍ପୂର୍ଣ୍ଣ ରୂପେ ବଦଳିଯିବ ବୋଲି କୁହାଯାଇଛି । ଅର୍ଥାତ ୟୁଜର୍ସଙ୍କ ଭିଡିଓ କଲ ଅଭିଜ୍ଞତାରେ ପରିବର୍ତ୍ତନ ଆସିବ ବୋଲି କୁହାଯାଇଛି ।
ସୂଚନା ଅନୁସାରେ, ଏହି ଫିଚର ଦ୍ବାରା ଭିଡିଓ କଲ ସମୟରେ ୟୁଜର୍ସ ନିଜ ଛବି ବଦଳରେ 'ଅବତାର' ରଖିପାରିବେ । ଏହି ଡିଜିଟାଲ ଅବତାର ୟୁଜର୍ସଙ୍କ ମୁହଁର ଆଚରଣ ଏବଂ ଭାବର ନକଲ କରିବ । ଏହି ଅବତାରକୁ ଭିଡିଓ କଲ କରିଥିବା ବ୍ୟକ୍ତି ଦେଖିପାରିବେ । ଏହା ଦ୍ବାରା ଭିଡିଓ କଲର ଅଭିଜ୍ଞତା ବଦଳିବ ଏବଂ ଆପଣ ହିଁ ଉକ୍ତ ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି ବୋଲି ଅନୁଭବ ହେବ । ଯେତେବେଳେ ଆପଣ ସଠିକ ଢଙ୍ଗରେ ପୋଷାକ ପରିଧାନ କରିନଥିବେ ବା ଆପଣ ଅନ୍ୟଜଣଙ୍କୁ ଆପଣଙ୍କର ଚେହେରା ଦେଖାଇବାକୁ ଚାହୁଁନଥିବେ ସେତେବେଳେ ଏହି ଫିଚର ୟୁଜର୍ସଙ୍କୁ ଅଧିକ ସାହାଯ୍ୟ କରିବ ବୋଲି କୁହାଯାଇଛି । ତେବେ ବର୍ତ୍ତମାନ ଏହି ଫିଚର ଉପରେ କାର୍ଯ୍ୟ ଜାରି ରଖିଛି ହ୍ବାଟ୍ସଆପ । ଏହାକୁ ବିଟାର 2.23.19.14 ଭର୍ସନରେ ରୋଲଆଉଟ କରାଯାଇଛି । ତେବେ ଏହା ଅଳ୍ପ ଦିନ ମଧ୍ୟରେ ସମସ୍ତ ୟୁଜର୍ସଙ୍କ ପାଇଁ ରୋଲଆଉଟ କରାଯିବ ବୋଲି ସୂଚନା ରହିଛି । ଭିଡିଓ ଅବତାର ଫିଚର ମଧ୍ୟ ହ୍ବାଟ୍ସଆପର ଅନ୍ୟ ଫିଚର ଭଳି ଏଣ୍ଡ ଟୁ ଏଣ୍ଡ ଏନକ୍ରିପ୍ଟ ହୋଇଛି । ୟୁଜର୍ସ ନିଜ ଇଚ୍ଛା ଅନୁସାରେ ଏହାକୁ ସ୍ବିଚ କରିପାରିବେ।
ହ୍ବାଟ୍ସଆପ ଚ୍ୟାନେଲରେ କିଭଳି ଯୋଡିହେବେ: 150 ରୁ ଅଧିକ ଦେଶରେ ହ୍ବାଟ୍ସଆପ ଚ୍ୟାନେଲ ଫିଚରକୁ ଲାଇଭ କରିଛି । ଏହି ଫିଚରକୁ ପାଇବାକୁ ହେଲେ ପ୍ରଥମେ ଆପକୁ ଅପଡେଟ କରିବାକରୁ ହେବ । ଅପଡେଟ ହେଲା ପରେ ଷ୍ଟାଟସ ଏବଂ ଚ୍ୟାନେଲର ଅପ୍ସନ ମିଳିବ । ଆପଣ ଚାହିଁଲେ ଯେକୌଣସି ଚ୍ୟାନେଲରେ ଯୋଡି ହୋଇପାରିବ ଏବଂ ଅନ୍ୟ କୌଣସି ଚ୍ୟାନେଲକୁ ସର୍ଚ୍ଚ କରିପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
