Direct Message: ଟ୍ବିଟରରେ ଆସିଲା ନୂଆ ଅପଡେଟ୍

author img

By

Published : Oct 1, 2022, 4:18 PM IST

Direct Message ସୁବିଧା ପାଇଁ ଟ୍ବିଟରରେ ଆସିଲା ନୂଆ ଅପଡେଟ୍

ସିଧାସଳଖ ବାର୍ତ୍ତା (Direct Message) ଫିଚର୍ସ ପାଇଁ ଟ୍ୱିଟର ଏକ ନୂତନ ଅପଡେଟ୍ ଆଣିଛି, ଯାହା iOS ତୁଳନାରେ ପ୍ରଭାବଶାଳୀ ରହିବ । ଆଣ୍ଡ୍ରଏଡ୍ ଡିଭାଇସରେ ଏହି ସୁବିଧା ଉପଲବ୍ଧ ହେବ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍ ଡିଭାଇସରେ ସିଧାସଳଖ ବାର୍ତ୍ତା (Direct Message) ଫିଚର୍ସ ପାଇଁ ଟ୍ୱିଟର ଏକ ନୂଆ ଅପଡେଟ୍ ଆଣିଛି, ଯାହା iOS ତୁଳନାରେ ପ୍ରଭାବଶାଳୀ ରହିବ । (ତେବେ ଆଇଓଏସ୍ ହେଉଛି ଏକ ମୋବାଇଲ୍ ଅପରେଟିଂ ସିଷ୍ଟମ୍ ଯାହା ଆପଲ୍ Inc ଦ୍ୱାରା ବିକଶିତ ହୋଇଛି) । ଆଣ୍ଡ୍ରଏଡ୍ ଟ୍ୱିଟର ବ୍ୟବହାରକାରୀମାନେ ସେମାନଙ୍କର ଆପ୍ ଅପଡେଟ୍ କରି ଏହି ନୂଆ ସୁବିଧା ପାଇପାରିବେ । ଟ୍ୱିଟର କହିଛି ଯେ, ଆଣ୍ଡ୍ରଏଡ୍ ଡିଭାଇସରେ ଲୋକମାନେ କିପରି ଟ୍ୱିଟରରେ DM ବ୍ୟବହାରର ଉନ୍ନତି ଆଣିବା ପାଇଁ ଏହି ଫିଚର୍ସ ଆସିଛି ।

ଏହି ସଦ୍ୟତମ ଅପଡେଟରେ କମ୍ପୋଜରରେ ଉନ୍ନତ ଆଣିବା ସହ ଟ୍ବିଟ୍ ଫରୱାର୍ଡିଂ, ମେସେଜ ରିକ୍ୟୁଏଷ୍ଟ ଏବଂ ରିଡ୍ ରେସିପ୍ଟ୍‌ସ କ୍ଲିୟର ଆସୁଥିବା ଟେକ୍‌କ୍ରଞ୍ଚ(TechCrunch) ରିପୋର୍ଟ କରିଛି । ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ମଧ୍ୟ ଉପଭୋକ୍ତା ଇଣ୍ଟରଫେସର ସ୍କ୍ରୋଲିଂ କାର୍ଯ୍ୟଦକ୍ଷତା ଏବଂ ପ୍ରତିକ୍ରିୟାଶୀଳତାରେ ନୂଆ ଅପଡେଟ୍‌ ଆଣିଛି । ଏହି ନୂତନ ଅପଡେଟ ପରେ ଆଣ୍ଡ୍ରଏଡ୍ ଉପଭୋକ୍ତାମାନେ ସେମାନଙ୍କର DM ଖୋଲିବା ପରେ ଆଉ ସେମାନଙ୍କୁ ବକ୍ସି ଡିଜାଇନ୍(boxy design) ଦେଖିବାକୁ ମିଳିବ ନାହିଁ ।

ଫେବୃଆରୀରେ, ଟ୍ୱିଟର ଘୋଷଣା କରିଥିଲା ଯେ, ଟ୍ୱିଟରୁ ଲୋକଙ୍କୁ ସିଧାସଳଖ ମେସେଜ ପଠାଇବାକୁ ଅନୁମତି ଦେବା ପାଇଁ ଏହା ଏକ ନୂତନ ଫିଚର୍ସ ପରୀକ୍ଷା କରୁଛି । ଏହି ପରୀକ୍ଷା ସରକାରୀ କର୍ମଚାରୀ ଏବଂ ଜନ ସୁରକ୍ଷା ବିଶେଷଜ୍ଞଙ୍କୁ ଆଲର୍ଟ କରିଥିଲା । ନ୍ୟୁୟର୍କ ସିଟିର ପବ୍ଲିକ ଡିଫେଣ୍ଡର ଏଲିଜା ଓର୍ଲିନ୍ସଙ୍କ କହିଥିଲେ ଯେ, "ସିଧାସଳଖ ମେସେଜରେ ଏହି ସର୍ଟକର୍ଟ ପ୍ରଦାନ ଦ୍ବାରା ଉପଭୋକ୍ତାମାନେ ହଇରାଣ ହରକତ ହୋଇପାରନ୍ତି । ଦୟାକରି ଏପରି କରନ୍ତୁ ନାହିଁ ବୋଲି ସେ ଦାବି କରିଥିଲେ ।"

ସେହିପରି ନିକଟରେ ଟ୍ବିଟର, ଉପଭୋକ୍ତାମାନଙ୍କ ଭିଡିଓ ଏକ୍ସପ୍ରିଏନ୍ସ ପାଇଁ ଏକ ଅପଡେଟ୍ ନେଇ ଘୋଷଣା କରିଛି, ଯାହା iOS ଏବ୍‌ ଆଣ୍ଡ୍ରଏଡରେ ଇଂରାଜୀରେ ଟ୍ୱିଟର ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଉପଲବ୍ଧ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.