Twitter rolls out new features: ନୂଆ ଅପଡେଟ୍ ଆଣିଲା ଟ୍ବିଟର, ଏହିପରି ଦେଖନ୍ତୁ ଭିଡିଓ

author img

By

Published : Oct 1, 2022, 7:29 AM IST

Twitter rolls out new features: ନୂଆ ଅପଡେଟ୍ ଆଣିଲା ଟ୍ବିଟର, ଏହିପରି ଦେଖନ୍ତୁ ଭିଡିଓ

ଉପଭୋକ୍ତାମାନଙ୍କ ଭିଡିଓ ଏକ୍ସପ୍ରିଏନ୍ସ ପାଇଁ ନୂଆ ସୁବିଧା ଲଞ୍ଚ୍ କରିଛି ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର(Twitter rolls out new ways to make video experience better) । ଜାଣନ୍ତୁ କଣ ରହିଛି ସୁବିଧା ।

ସାନ ଫ୍ରାନ୍ସିସ୍କୋ: ଉପଭୋକ୍ତାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଥର କିଛି ନା କିଛି ନୂଆ ଫିଚର୍ସ ଆଣିଥାଏ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ସେହିପରି ଏଥର ମଧ୍ୟ ଏକ ନୂଆ ଫିଚର୍ସ ନେଇ ଘୋଷଣା କରିଛି କମ୍ପାନି(Twitter rolls out new features) । ପ୍ଲାଟଫର୍ମରେ ଉପଭୋକ୍ତାମାନଙ୍କ ଭିଡିଓ ଏକ୍ସପ୍ରିଏନ୍ସ ପାଇଁ ଏକ ଅପଡେଟ୍ କରୁଛି । ଇମର୍ସିଭ୍ ଭ୍ୟୁଇଙ୍ଗ୍ ଏବଂ ଇଜି ଡିସ୍‌କୋଭରୀ(immersive viewing and easy discovery), ଏବଂ ଅଧିକ ଭିଡିଓ ଏକ୍ସପ୍ଲୋର(showing more videos in Explore) ପାଇଁ ଟ୍ବିଟର ଦୁଇଟି ନୂଆ ଫିଚର୍ସ ଆଣିଛି ।

ପ୍ଲାଟଫର୍ମ ଏକ ବ୍ଲଗ୍ ପୋଷ୍ଟରେ କହିଛି, "ଭିଡିଓ ଗୁଡିକ ସର୍ବସାଧାରଣ ବାର୍ତ୍ତାଳାପର ଏକ ବୃହତ ଅଂଶ ... ଯାହା ଘଟୁଛି ତାହା ଖୋଜିବା ଏବଂ ଦେଖିବା ସହଜ କରିବାରେ ସାହାଯ୍ୟ କରିବ, ଟ୍ୱିଟରରେ ଭିଡିଓ ଗୁଡିକୁ ଅଧିକ ଏକ୍ସପ୍ଲୋର କରିବା ପାଇଁ ଆମେ ଦୁଇଟି ନୂତନ ଅପଡେଟ୍ କରୁଛୁ ।" ଟ୍ୱିଟରର ଅପଡେଟ୍ ଇମର୍ସିଭ୍ ମିଡିଆ ଦର୍ଶକମାନେ ଗୋଟିଏ କ୍ଲିକ୍ ସହିତ ଭିଡିଓଗୁଡ଼ିକୁ ଫୁଲ୍ ସ୍କ୍ରିନ୍‌ରେ ଦେଖିପାରିବେ ।

କମ୍ପାନୀ ପକ୍ଷରୁ ଘୋଷଣା ହୋଇଥିବା ନୂଆ ଫିଚର୍ସକୁ ସକ୍ରିୟ କରିବା ପାଇଁ ଟ୍ୱିଟର ଆପରେ ଥିବା ଏକ ଭିଡିଓ ଉପରେ ଟ୍ୟାପ୍ କିମ୍ବା କ୍ଲିକ୍ କରନ୍ତୁ । ଥରେ ଭିଡିଓ ଫୁଲ୍ ସ୍କ୍ରିନ୍ ମୋଡ୍‌ରେ ଓପନ୍ ହେବା ପରେ, ଅଟୋମେଟିକ୍ ଅନ୍ୟାନ୍ୟ ଭିଡିଓ ଆସିଯିବ । ଅଧିକ ଆକର୍ଷଣୀୟ ଭିଡିଓ କଣ୍ଟେଣ୍ଟ ବ୍ରାଉଜିଂ ଆରମ୍ଭ କରିବା ପାଇଁ କେବଳ ସ୍କ୍ରୋଲ୍ କରନ୍ତୁ । ଯଦି ଆପଣ ମୂଳ ଟ୍ୱିଟକୁ ଫେରିବାକୁ ଚାହାଁନ୍ତି, ତେବେ ଉପର ବାମ କୋଣ(top left corner)ରେ ଥିବା ବ୍ୟାକ୍ ଆରୋ(back arrow)ରେ କ୍ଲିକ୍ କରନ୍ତୁ । ଉପର ବାମ କୋଣରେ ପଛ ତୀର ବୋଲି ପ୍ଲାଟଫର୍ମ କହିଛି । iOS ଏବ୍‌ ଆଣ୍ଡୋଏଡରେ ଇଂରାଜୀରେ ଟ୍ୱିଟର ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.