ସ୍ମୃତିରେ ଅମ୍ଲଜାନ ଆବିଷ୍କାରକ ଜୋସେଫ ପ୍ରିଷ୍ଟଲେ

author img

By

Published : Mar 24, 2021, 10:13 PM IST

ସ୍ମୃତିରେ ଅମ୍ଲଜାନ ଆବିଷ୍କାରକ ଜୋସେଫ ପ୍ରିଷ୍ଟଲେ

1733 ମସିହା ମାର୍ଚ୍ଚ 24 ତାରିଖରେ ଇଂଲଣ୍ଡର ବିରଷ୍ଟାଲ ଫିଲ୍ଡହେଡ ଠାରେ ଅମ୍ଲଜାନ ଆବିଷ୍କାରକ ଜୋସେଫ ପ୍ରିଷ୍ଟଲେଙ୍କ ଜନ୍ମ । ସେ ନିଜ ଜୀବନ କାଳ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦାର୍ଥର ଆବିଷ୍କାର କରି ଚିରସ୍ମରଣୀୟ ରହିଛନ୍ତି । ଅଧିକ ପଢନ୍ତୁ...

ହାଇଦ୍ରାବାଦ: 1733 ମସିହା ମାର୍ଚ୍ଚ 24 ତାରିଖ ଅର୍ଥାତ୍ ଆଜିର ଦିନରେ ଇଂଲଣ୍ଡର ବିରଷ୍ଟାଲ ଫିଲ୍ଡହେଡ ଠାରେ ବିଶିଷ୍ଟ ବୈଜ୍ଞାନିକ ଜୋସେଫ ପ୍ରିଷ୍ଟଲେଙ୍କ ଜନ୍ମ । ଛୋଟ ବେଳରୁ ହିଁ ପ୍ରିଷ୍ଟଲେ ଅତ୍ୟନ୍ତ ବୁଦ୍ଧିମାନ ଓ ଚତୁର ଥିଲେ । ସେ ଗଣିତ, ତର୍କଶାସ୍ତ୍ର ଏବଂ ଦର୍ଶନଶାସ୍ତ୍ର ଆଦି ଅଧ୍ୟୟନ କରିଥିଲେ । ଏହାସହ ଜୋସେଫ ଲାଟିନ, ହେବ୍ରିଉ ଏବଂ ଗ୍ରୀକ୍ ସମେତ 6 ରୁ ଉର୍ଦ୍ଧ୍ବ ଭାଷା ଶିକ୍ଷାଲାଭ କରିଥିଲେ । ଉଦ୍ଭାବନ ଓ ବିଜ୍ଞାନ କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ । 1774 ମସିହାରେ ଅମ୍ଲଜାନ ଆବିଷ୍କାର କରି ପ୍ରିଷ୍ଟଲେ ଖୁବ୍ ସୁଖ୍ୟାତି ଅର୍ଜନ କରିଥିଲେ । ଏହି ଆବିଷ୍କାର ପରେ ସେ ଅମ୍ଲଜାନ କାହିଁକି ଦହନରେ ସହାୟକ, ତାହାର ଉତ୍ତର ରଖିପାରିଥିଲେ । ତେବେ ଅମ୍ଲଜାନର ଆବିଷ୍କାର ପାଇଁ ପ୍ରିଷ୍ଟେଲଙ୍କୁ 'ଅମ୍ଲଜାନ ଆବିଷ୍କାରକ' ଭାବେ ବିବେଚନା କରାଯାଏ ।

ସ୍ମୃତିରେ ଅମ୍ଲଜାନ ଆବିଷ୍କାରକ ଜୋସେଫ ପ୍ରିଷ୍ଟଲେ
ସ୍ମୃତିରେ ଅମ୍ଲଜାନ ଆବିଷ୍କାରକ ଜୋସେଫ ପ୍ରିଷ୍ଟଲେ

ଜୋସେଫ ପ୍ରିଷ୍ଟଲେ ଅଙ୍ଗାରକାମ୍ଲ ଜଳ ଏବଂ ରବର ଉଦ୍ଭାବନ କରିଥିଲେ । ସେ ଗୋଟିଏ ଡଜନ କେମିକାଲ କମ୍ପାଉଣ୍ଡ ଚିହ୍ନଟ କରିଥିଲେ ଏବଂ ବିଦ୍ୟୁତ ପ୍ରସଙ୍ଗରେ 'ଦି ହିଷ୍ଟ୍ରି ଆଣ୍ଡ ପ୍ରେଜେଣ୍ଟ ଷ୍ଟେଟ ଅଫ ଇଲେକ୍ଟ୍ରିସିଟି' ନାମକ ଏକ ଗୁରୁତ୍ବପୂର୍ଣ୍ଣ ପୁସ୍ତକ ଲେଖିଥିଲେ । ଆମେରିକୀୟ ଏବଂ ଫରାସୀ ବିପ୍ଲବକୁ ସମର୍ଥନ କରି ଜୋସେଫଙ୍କ ଅର୍ଥୋଡକ୍ସ ଆଧାରିତ ଧାର୍ମିକ ଲେଖା ତାଙ୍କୁ ନିଜ ଦେଶରେ ଅପ୍ରିୟ କରାଇଥିଲା । ତାଙ୍କ ପ୍ରତି ଇଂଲଣ୍ଡବାସୀଙ୍କ କ୍ରୋଧ ଏତେ ଗଭୀର ଥିଲା ଯେ, ଫଳସୂରୁପ 1794 ମସିହାରେ ଜୋସେଫଙ୍କୁ ଇଂଲଣ୍ଡ ଛାଡି ପେନସିଲଭାନିଆରେ ବସବାସ କରିବାକୁ ବାଧ୍ୟ କରିଥିଲା । ସେହିଠାରେ ହିଁ ସେ ମୃତ୍ୟୁ ପର୍ଯ୍ୟନ୍ତ ନିଜ ଗବେଷଣା ଜାରି ରଖିଥିଲେ ।

ପ୍ରିଷ୍ଟଲେ ଅନେକ ଥିଓଲୋଜିକାଲ, ଦାର୍ଶନିକ ଓ ରାଜନୈତିକ ପ୍ରବନ୍ଧ ଲେଖିଥିଲେ । ସେ ନିଜ 'ରାସିଓନାଲ ଖ୍ରୀଷ୍ଟିୟାନିଟି' ଏବଂ 'ଲାସେସ ଫେୟାର ଇକୋନୋମିକ୍ସ' ଥିଓରୀ ମାଧ୍ୟମରେ ଇଂରାଜୀ ପ୍ରେସ ଏବଂ ସରକାରଙ୍କ ଆକ୍ରୋଶର ଶିକାର ହୋଇଥିଲେ । ଏପରିକି 1791 ମସିହାରେ ଏହି ଥିଓରି ପାଇଁ ପ୍ରିଷ୍ଟେଲ ଏବଂ ତାଙ୍କ ପୁରା ପରିବାର ଶହ ଶହ ରାଗିଂ ବିକ୍ଷୋଭକାରୀଙ୍କ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଥିଲେ ।

ଜୋସେଫ ପ୍ରିଷ୍ଟଲେଙ୍କ କୃତିତ୍ବ:

1774 ମସିହାରେ ଏକ ସିରିଜ ପରୀକ୍ଷଣ ପରେ ପ୍ରିଷ୍ଟେଲ ବାୟୁ ସମ୍ବନ୍ଧରେ ମଧ୍ୟ ଅନେକ ରୋଚକ ଓ ଗୁରୁତ୍ବପୂର୍ଣ୍ଣ ତଥ୍ୟର ଉପସ୍ଥାପନ କରିଥିଲେ । ବାୟୁ ଏକ ପ୍ରାଥମିକ ପଦାର୍ଥ ନୁହେଁ ବରଂ ଅନେକ ଗ୍ୟାସର ସମ୍ମିଶ୍ରଣ ବୋଲି ସେ ନିଜ ପରୀକ୍ଷଣରୁ ଜାଣିବାକୁ ପାଇଥିଲେ । ସେହି ଗ୍ୟାସଗୁଡିକ ମଧ୍ୟରେ ବର୍ଣ୍ଣହୀନ ଏବଂ ଅଧିକ ପ୍ରତିକ୍ରିୟାଶୀଳ ଗ୍ୟାସକୁ ସେ 'ଡେଫଲୋଜିଷ୍ଟିକେଟେଡ' ବାୟୁ ଭାବେ ଆଖ୍ୟା ଦେଇଥିଲେ । ଯେଉଁ ଗ୍ୟାସକୁ ପରେ 1777 ମସିହାରେ ଫ୍ରେନ୍ଚ ରାସାୟନବିତ୍ ଆଟୋନି ଲାଭୋଇସିଏର 'ଅକ୍ସିଜେନ'( ଅମ୍ଲଜାନ)ନାମରେ ନାମିତ କରିଥିଲେ ।

ତେବେ ଅମ୍ଲଜାନ ଗ୍ୟାସ ସମେତ ପ୍ରିଷ୍ଟେଲ ନାଇଟ୍ରିକ ଅକ୍ସାଇଡ, ନାଇଟ୍ରୋଜେନ ଡାଇଅକ୍ସାଇଡ, ନାଇଟ୍ରିଅସ ଅକ୍ସାଇଡ, ହାଇଡ୍ରୋଜେନ କ୍ଲୋରାଇଡ, ଆମୋନିଆ, ସଲଫର ଡାଇଅକ୍ସାଇଡ, ସିଲିକନ, ଟେଟ୍ରାଫ୍ଲୋରାଇଡ, ନାଇଟ୍ରୋଜେନ, ଅକ୍ସିଜେନ ଏବଂ କର୍ବୋନ ମନୋକ୍ସାଇଡ ଭଳି 10 ନୂତନ ଗ୍ୟାସର ଆବିଷ୍କାର କରିଥିଲେ । ସେ 1767 ମସିହାରେ ବିଦ୍ୟୁତ ପରିଚାଳନା କ୍ଷେତ୍ରରେ ଗ୍ରାଫାଇଟର ବ୍ୟବହାରକୁ ଉପସ୍ଥାପନ କରିଥିଲେ । ଯାହା ତାଙ୍କର ପ୍ରଥମ ଏବଂ ବୃହତ୍ ଆବିଷ୍କାର ଅଟେ । ଏହିସବୁ ପରୀକ୍ଷଣ ଆଧାରରେ ପ୍ରିଷ୍ଟଲେ 1766 ମସିହାରେ ଇଂଲଣ୍ଡ ରୟାଲ ସୋସାଇଟର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ।

ସେହିପରି ଉଦ୍ଭିଦର ଆଲୋକ ସଂଶ୍ଲେଷଣ ପ୍ରକ୍ରିୟା ଉପରେ ଆଲୋକପାତ କରିବାରେ ପ୍ରିଷ୍ଟଲେ ହେଉଛନ୍ତି ପ୍ରଥମ ବ୍ୟକ୍ତି । ସେ ହିଁ ପ୍ରଥମେ 'ଉଦ୍ଭିଦ ଅଙ୍ଗାରକାମ୍ଲ ଗ୍ରହଣ କରି ଅମ୍ଲଜାନ ତ୍ୟାଗ କରିଥାଏ' ବୋଲି ତଥ୍ୟ ଉପସ୍ଥାପିତ କରିଥିଲେ । ଏହାପରେ 1770ରେ, ପେନସିଲ ମାର୍କ ଲିଭାଇବା ପାଇଁ ରବରର ବର୍ଣ୍ଣନା କରିଥିଲେ ।

ଲ୍ୟାଣ୍ଡମାର୍କ ମାନ୍ୟତା ଏବଂ ସ୍ବୀକୃତି:

1994 ମସିହାରେ ଆମେରିକୀୟ କେମିକାଲ ସୋସାଇଟ 'ଜୋସେଫ ପ୍ରିଷ୍ଟଲେ ହାଉସକୁ' ଏକ ଜାତୀୟ ଐତିହାସିକ କେମିକାଲ ଲ୍ୟାଣ୍ଡମାର୍କ ରୂପେ ଉତ୍ସର୍ଗୀକୃତ କରିଥିଲେ । ସେହିପରି ଆମେରିକୀୟ କେମିକାଲ ସୋସାଇଟ ଏବଂ ରୟାଲ ସୋସାଇଟ ଅଫ କେମିଷ୍ଟି 2000 ମସିହା ଅଗଷ୍ଟ 7 ତାରିଖରେ ଜୋସେଫ ପ୍ରିଷ୍ଟଲେଙ୍କ ଅମ୍ଲଜାନ ଆବିଷ୍କାରକୁ ଅନ୍ତର୍ଜାତୀୟ ଐତିହାସିକ କେମିକାଲ ଲ୍ୟାଣ୍ଡମାର୍କ ରୂପେ ସମର୍ପିତ କରିଥିଲେ ।

ଜୋସେଫ ପ୍ରିଷ୍ଟଲେ 1794ରେ ଆମେରିକା ପଳାଇ ଯାଇଥିଲେ । ଶେଷରେ 1804 ମସିହା ଫେବୃୟାରୀ 6 ତାରିଖରେ 70 ବର୍ଷ ବୟସରେ ପ୍ରିଷ୍ଟଲ ପେନସିଲଭାନିଆଠାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଆଜି ପ୍ରିଷ୍ଟଲେ ଦୁନିଆରେ ନାହାନ୍ତି ସତ, ହେଲେ ତାଙ୍କ କୃତିତ୍ବ ଏବଂ ଆବିଷ୍କାର ତାଙ୍କୁ ଚିରଦିନ ପାଇଁ ସମଗ୍ର ବିଶ୍ବରେ ଅମର ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.