ଆଶ୍ବସ୍ତିକର ଖବର: ମୋବାଇଲ୍ ଟାୱାରରୁ ନିର୍ଗତ ରେଡିଏସନ୍ ସ୍ବାସ୍ଥ୍ୟ ଅପକାରୀ ନୁହେଁ

author img

By

Published : Nov 25, 2022, 12:03 PM IST

ମୋବାଇଲ୍ ଟାୱାରରୁ ନିର୍ଗତ ରେଡିଏସନ୍ ସ୍ବାସ୍ଥ୍ୟ ଅପକାରୀ ନୁହେଁ

ମୋବାଇଲ୍ ଟାୱାରକୁ ନେଇ ଆସିଲା ଆଶ୍ବସ୍ତିକର ଖବର । ଏଥିରୁ ନିର୍ଗତ ହେଉଥିବା ରେଡିଏସନ୍ ମାନବ ସ୍ବାସ୍ଥ୍ୟ ଉପରେ କୌଣସି କୁପ୍ରଭାବ ପକାଏ ନାହିଁ(Radiation emitted from mobile towers has no ill effects on human health) । ଅଧିକ ପଢନ୍ତୁ

ଦିଶପୁର: ସେଲ୍ ଫୋନ୍, ମୋବାଇଲ୍ ଟାୱାର୍, ଲାପ୍‌ଟପ୍ ଆଦି ବୈଦ୍ୟୁତିକ ଉପକରଣରୁ ନିର୍ଗତ ରେଡିଏସନ୍ ମାନବ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଏ ବୋଲି ବିବେଚନା କରାଯାଏ । ଏପରିକି ଏଗୁଡିକ ପରିବେଶ ପ୍ରଦୂଷଣକାରୀ ମଧ୍ୟ । ମାତ୍ର ନିକଟରେ ଏକ ଅଧ୍ୟୟନ ଆଶ୍ବସ୍ତିକର ରିପୋର୍ଟ ପ୍ରକାଶ କରିଛି । ମୋବାଇଲ୍ ଟାୱାରରୁ ନିର୍ଗତ ହେଉଥିବା ରେଡିଏସନ୍ ମାନବ ସ୍ବାସ୍ଥ୍ୟ ଉପରେ କୌଣସି କୁପ୍ରଭାବ ପକାଏ ନାହିଁ ବୋଲି ଜଣାପଡିଛି(Radiation emitted from mobile towers has no ill effects on human health) ।

1532 ମୋବାଇଲ୍ ଟାୱାରରେ ଗଭୀର ପରୀକ୍ଷଣ କରିବା ପରେ ଗୁରୁବାର(ନଭେମ୍ବର 24) ବିଶେଷଜ୍ଞମାନେ ଏହି ରିପୋର୍ଟ କରିଛନ୍ତି । ସେମାନେ କହିଛନ୍ତି ଯେ, ସେଲ୍ ଟାୱାରରୁ ନିର୍ଗତ ସ୍ୱଳ୍ପ ଚାଳିତ, ନନ୍-ଆୟନାଇଜିଂ ରେଡିଏସନ୍ ମାନବ ସ୍ୱାସ୍ଥ୍ୟ ଉପରେ କୌଣସି ଖରାପ ପ୍ରଭାବ ନାହିଁ । ଆହୁରି ମଧ୍ୟ କହିଛନ୍ତି ଯେ, ଟେଲିକମ୍ ବିଭାଗର ଉତ୍ତର-ପୂର୍ବ ସ୍ବୀକୃତିପ୍ରାପ୍ତ ସେବା କ୍ଷେତ୍ର(North East Licensed Service Area, NE-LSA) ଚଳିତ ବର୍ଷ ଏପ୍ରିଲରୁ ନଭେମ୍ବର ମଧ୍ୟରେ 1532 ବେସ୍ ଟ୍ରାନ୍ସସିଭର୍ ଷ୍ଟେସନ୍(BTS) ପରୀକ୍ଷା କରିଛି ଏବଂ ସମସ୍ତ ମୋବାଇଲ୍ ଟାୱାର ବେଦ୍ୟୁତିକ ଓ ଚୁମ୍ବକୀୟ କ୍ଷେତ୍ର ବିକିରଣରେ ଦୂରସଞ୍ଚାର ବିଭାଗ DoT (Department of Telecommunications)ର ସମସ୍ତ ମାନଦଣ୍ଡ ଅନୁରୂପ ବୋଲି ଜଣାପଡିଛି ।

ମୋବାଇଲ୍ ଟାୱାରରୁ ବିଦ୍ୟୁତ୍-ଚୁମ୍ବକୀୟ ବିକିରଣ ଉପରେ ଏକ ୱେବିନାର୍‌କୁ ସମ୍ବୋଧିତ କରିବାବେଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଉପଦେଷ୍ଟା ତଥା ନିର୍ଦ୍ଦେଶକ ଡ. ତୁଶାର କାନ୍ତ ଯୋଶୀ କହିଛନ୍ତି, "ଏହା ଦେଖାଗଲା ଯେ, ସେଲ୍ ଟାୱାରରୁ ନିର୍ଗତ ଲୋ-ପାୱାର୍ଡ, ନନ୍-ଆୟନାଇଜିଂ ବିକିରଣ ମାନବ ସ୍ୱାସ୍ଥ୍ୟ ଉପରେ କୌଣସି ଖରାପ ପ୍ରଭାବ ପକାଏ ନାହିଁ ।"ଏହି ବୈଜ୍ଞାନିକ ଅନୁସନ୍ଧାନ ବିଷୟରେ ଆଲୋଚନା କରିବାକୁ ଯାଇ ଜୋଶୀ କହିଛନ୍ତି ଯେ, ମୋବାଇଲ୍ ଟାୱାର ସହିତ ଜଡିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଭୁଲ୍ ତଥ୍ୟର ପ୍ରସାର ସମୟରେ ସଚେତନ ରହିବା ଉଚିତ୍ ଏବଂ ଏହା ଉପରେ ପ୍ରାମାଣିକ ତଥ୍ୟ ଦେବା ଉଚିତ୍ । ଏହା ମଧ୍ୟ ସୂଚନା ଦେବା ଜରୁରୀ ଯେ, ମୋବାଇଲ୍ ଟାୱାର ବିରୁଦ୍ଧରେ ବ୍ୟବହୃତ ଯୁକ୍ତିକୁ ପ୍ରମାଣ କରିବା ପାଇଁ କୌଣସି ବୈଜ୍ଞାନିକ କିମ୍ବା ଚିକିତ୍ସା ପ୍ରମାଣ ଉପଲବ୍ଧ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.