IUPAC Award: ଦେଶର ପ୍ରଥମ ମହିଳା ଭାବେ ଓଡିଆ ଝିଅ ପାଇବେ ଆଇୟୁପିଏସି ସମ୍ମାନ

author img

By

Published : Mar 14, 2023, 11:43 AM IST

jyotirmayee mohanty

ରସାୟନ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଓଡିଶାକୁ ଅନ୍ତର୍ଜାତୀୟ ଖ୍ୟାତି । ସମ୍ମାନଜନକ ଇଣ୍ଟରନ୍ୟାସନାଲ୍ ୟୁନିୟନ୍ ଅଫ୍ ପିୟୋର୍ ଆଣ୍ଡ୍ ଆପ୍ଲାଏଡ୍ କେମିଷ୍ଟ୍ରି(ଆଇୟୁପିଏସି-2023) ଆୱାର୍ଡ ପାଇଁ ଦେଶର ପ୍ରଥମ ମହିଳା ଭାବେ ଓଡିଆ ଝିଅ ମନୋନୀତ । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଜ୍ଞାନ ତଥା ଗବେଷଣା କ୍ଷେତ୍ରରେ ଓଡିଶାକୁ ବିରଳ ଉପଲବ୍ଧି । ଭାରତର ପ୍ରଥମ ମହିଳା ଭାବେ ଓଡିଆ ଝିଅ ଜ୍ୟୋତିର୍ମୟୀ ମହାନ୍ତି ପାଇବେ ସମ୍ମାନଜନକ ଇଣ୍ଟରନ୍ୟାସନାଲ୍ ୟୁନିୟନ୍ ଅଫ୍ ପିୟୋର୍ ଆଣ୍ଡ୍ ଆପ୍ଲାଏଡ୍ କେମିଷ୍ଟ୍ରି(ଆଇୟୁପିଏସି-2023) ଆୱାର୍ଡ । ଏହି ସମ୍ମାନ ପ୍ରାପ୍ତ କରିବାରେ ସେ ଦେଶର ପ୍ରଥମ ମହିଳା । ରସାୟନ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଏହି ଉପଲବ୍ଧି ପାଇଁ ସବୁଠୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହା ମଧ୍ୟ ରାଜ୍ୟ ତଥା ଦେଶ ପାଇଁ ଏକ ଗୌରବର ବିଷୟ ।

ଖବର ଅନୁସାରେ, ଆଇୟୁପିଏସି ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଗତ 11 ତାରିଖରେ ଏହି ପୁରସ୍କାର ପାଇଁ 12 ଜଣ ମହିଳାଙ୍କ ନାମ ଘୋଷଣା କରିଥିଲା । ଏଥିରେ ଓଡିଆ ଝିଅ ଜ୍ୟୋତିର୍ମୟୀ ସ୍ଥାନ ପାଇଛନ୍ତି । କହି ରଖୁଛୁ ଯେ, ଜ୍ୟୋତିର୍ମୟୀଙ୍କ ଘର କଟକରେ । ସେ ଚାଉଳିଆଗଞ୍ଜର ପ୍ରଖ୍ୟାତ ଶିଶୁ ବିଶେଷଜ୍ଞ ଡାକ୍ତର ବୈକୁଣ୍ଠନାଥ ପାତ୍ରଙ୍କ ଝିଅ । ତାଙ୍କ ସ୍ବାମୀ ମଧ୍ୟ ଜଣେ ବୈଜ୍ଞାନିକ । ବର୍ତ୍ତମାନ ଜ୍ୟୋତିର୍ମୟୀ ମୁମ୍ବାଇ ସ୍ଥିତ ଭାବା ପରମାଣୁ ଗବେଷଣା କେନ୍ଦ୍ର(ବାର୍କ)ରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି । ସେ ଗତବର୍ଷ ବିଜ୍ଞାନ ଏବଂ ଇଞ୍ଜିନିୟରିଂ ଗବେଷଣା କ୍ଷେତ୍ରରେ ବ୍ରିଟେନର ରୟାଲ୍ ସୋସାଇଟି ଅଫ୍ କେମିଷ୍ଟ୍ରି(ଏଫଆରଏସସି)ର ଫେଲୋସିପ୍ ପାଇଥିଲେ । ଏହି ସମ୍ମାନ ପ୍ରାପ୍ତ କରିବାରେ ମଧ୍ୟ ସେ ପ୍ରଥମ ମହିଳା ।

ଏହା ମଧ୍ୟ ପଢନ୍ତୁ:-Anxiety: ବୈଜ୍ଞାନିକଙ୍କ କମାଲ୍, ରକ୍ତ ପରୀକ୍ଷାରୁ ଜଣାପଡିବ କେତେ ଚିନ୍ତିତ ଅଛନ୍ତି ଆପଣ

  • ଦେଶର ପ୍ରଥମ ମହିଳା ଭାବେ ସମ୍ମାନଜନକ @IUPAC ୨୦୨୩ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଉଛି। ରସାୟନ ବିଜ୍ଞାନ କ୍ଷେତ୍ରରେ ସେ ଅର୍ଜନ କରିଥିବା କୃତିତ୍ୱ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଆଗାମୀ ଦିନରେ ତାଙ୍କର ଆହୁରି ସଫଳତା କାମନା କରୁଛି।

    — Naveen Patnaik (@Naveen_Odisha) March 12, 2023 " class="align-text-top noRightClick twitterSection" data=" ">

ତେବେ ଆଇୟୁପିଏସି ଜ୍ୟୋତିର୍ମୟୀଙ୍କ ନାମ ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ଲୋକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ଯେ, "ସମ୍ମାନଜନକ ଆଇୟୁପିଏସି-2023 ପୁରସ୍କାର ପାଇଁ ମନୋନୀତ ହୋଇଥିବା ଓଡିଶା ଝିଅ ଜ୍ଯୋତିର୍ମୟୀ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଉଛି । ରସାୟନ ବିଜ୍ଞାନ କ୍ଷେତ୍ରରେ ସେ ଆଣିଥିବା ଏହି ସମ୍ମାନ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ।" ଏଥିସହ ଜ୍ୟୋତିର୍ମୟୀ ଆଗକୁ ଏହିପରି ସଫଳତା ପ୍ରାପ୍ତ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି ।

  • ରସାୟନ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ଓ କୃତିତ୍ବ ପାଇଁ ସେ ଏହି ପୁରସ୍କାର ପାଇଁ ମନୋନୀତ ହେବା ଆମ ରାଜ୍ୟ ଓ ଦେଶ ପାଇଁ ଗୌରବର ବିଷୟ । ତାଙ୍କର ଏହି ସମ୍ମାନ ଯୁବ ବୈଜ୍ଞାନିକଙ୍କୁ ପ୍ରେରିତ କରିବ ।

    — Dharmendra Pradhan (@dpradhanbjp) March 12, 2023 " class="align-text-top noRightClick twitterSection" data=" ">

ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ୍ କରି କହିଛନ୍ତି, "ରସାୟନ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ପାଇଁ ଜ୍ୟୋତିର୍ମୟୀଙ୍କ କୃତିତ୍ବ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି । ତାଙ୍କର ଏହି ଉପଲବ୍ଧି ଯୁବ ବୈଜ୍ଞାନିକମାନଙ୍କୁ ପ୍ରେରିତ କରିବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.