National Engineers Day: ମନେ ପଡନ୍ତି ଭାରତୀୟ ଇଞ୍ଜିନିୟର୍ସଙ୍କ ଜନକ, ଜାଣନ୍ତୁ କିଏ ଏମ ବିଶ୍ବେଶ୍ବରାୟ

National Engineers Day: ମନେ ପଡନ୍ତି ଭାରତୀୟ ଇଞ୍ଜିନିୟର୍ସଙ୍କ ଜନକ, ଜାଣନ୍ତୁ କିଏ ଏମ ବିଶ୍ବେଶ୍ବରାୟ
ଏମ ବିଶ୍ବେଶ୍ବରାୟଙ୍କ ଅବଦାନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର 15 ତାରିଖରେ ତାଙ୍କ ଜନ୍ମ ଜୟନ୍ତୀକୁ ବିଶ୍ବ ଯନ୍ତ୍ରୀ ଦିବସ ଭାବେ ପାଳନ କରାଯାଏ । ଅଧିକ ପଢନ୍ତୁ
ହାଇଦ୍ରାବାଦ: ଦେଶର ବିକାଶରେ ଇଞ୍ଜିନିୟର ବା ଯନ୍ତ୍ରୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଆଜିର ଦିନକୁ ବିଶ୍ବ ଯନ୍ତ୍ରୀ ଦିବସ ଭାବେ ପାଳନ କରାଯାଏ । ଦେଶର ଉନ୍ନତିରେ ଭାରତୀୟ ଇଞ୍ଜିନିୟର ସାର ମୋକ୍ଷଗୁଣ୍ଡମ ବିଶ୍ବେଶ୍ବରାୟଙ୍କ ଅମୂଲ୍ୟ ଅବଦାନ ରହିଛି । ତେଣୁ ପ୍ରତିବର୍ଷ ସେପ୍ଟମ୍ବର ମାସ 15 ତାରିଖରେ ଭାରତୀୟ ଯନ୍ତ୍ରଶାସ୍ତ୍ରର ଦିଗଦର୍ଶନ ସାର ମୋକ୍ଷଗୁଣ୍ଡମ ବିଶ୍ବେଶ୍ବରାୟଙ୍କ ଜନ୍ମ ଜୟନ୍ତୀକୁ ଭାରତୀୟ ଯନ୍ତ୍ରୀ ଦିବସ ପାଳନ କରାଯାଏ । 1968 ମସିହାରେ ପ୍ରଥମେ ଇଞ୍ଜିନିୟର ଦିବସ ପାଳନ କରାଯାଇଥିଲା । ଏହି ଦିନଟିକୁ ଭାରତୀୟ ବୈଷୟିକ ଶିକ୍ଷା ଜଗତର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବରେ ବିବେଚନା କରାଯାଏ । ବିଶେଷ କରି ଇଞ୍ଜିନିୟରମାନଙ୍କ ମଧ୍ୟରେ ଏହା ଏକ ବିଶେଷ ଦିନ ଅଟେ । ବିଶ୍ବେଶ୍ବରାୟଙ୍କ ଅବଦାନକୁ ମନେ ପକାଇ ଭାରତ, ଶ୍ରୀଲଙ୍କା ଏବଂ ତାଞ୍ଜାନିଆରେ ମଧ୍ୟ 15 ସେପ୍ଟେମ୍ବରରେ ଇଞ୍ଜିନିୟର୍ସ ଡେ ବା ଯନ୍ତ୍ରୀ ଦିବସ ଭାବେ ପାଳନ କରାଯାଏ ।
କିଏ ଏହି ମୋକ୍ଷଗୁଣ୍ଡମ ବିଶ୍ବେଶ୍ବରାୟ: ସାର୍ ମୋକ୍ଷାଗୁଣ୍ଡମ୍ ବିଶ୍ବେଶ୍ବରାୟ 1861 ମସିହା ସେପ୍ଟେମ୍ବର 15 ତାରିଖ ଦିନ କର୍ଣ୍ଣାଟକର ମୁଦ୍ଦେନାହଲୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ସାର୍ MV ଭାବରେ ଜଣାଶୁଣା। 15 ବର୍ଷ ବୟସରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥାଏ । ତାଙ୍କ ବାପା ସଂସ୍କୃତରେ ଜଣେ ମହାନ ପଣ୍ଡିତ ଥିଲେ । ପ୍ରଥମେ ଚିକ୍କାବଲ୍ଲାପୁରରୁ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ଉଚ୍ଚଶିକ୍ଷା ପାଇଁ ବେଙ୍ଗୁଲୁରୁ ଆସିଥିଲେ । ଏହାପରେ ଇଞ୍ଜିନିୟର ପଢିବା ପାଇଁ ପୁଣେ ସାଇନ୍ସ କଲେଜରେ ନାମ ଲେଖାଇଥିଲେ । ଯେଉଁଠାରୁ ସେ 1883 ମସିହାରେ ପରୀକ୍ଷାରେ ପ୍ରଥମ ରାଙ୍କ ହାସଲ କରିଥିଲେ । ଶିକ୍ଷା ସମାପ୍ତ କରିବା ପରେ ବମ୍ବେ ସରକାରଙ୍କ ପକ୍ଷରୁ ସେ ନାସିକରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବରେ ଚାକିରି ପାଇଥିଲେ । ଜଣେ ଇଞ୍ଜିନିୟର ଭାବରେ ସେ ବିଭିନ୍ନ ପ୍ରକଳ୍ପର ସଫଳତାର ସହ କାର୍ଯ୍ୟକାରୀ କରିଥିଲେ । ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ ଇଣ୍ଡିଆ (IEI) ଅନୁଯାୟୀ ତାଙ୍କୁ 'ଭାରତର ଅର୍ଥନୈତିକ ଯୋଜନା ପାଇଁ ଅଗ୍ରଦୂତ ମଧ୍ୟ କୁହାଯାଏ(Precursor Of Economic Planning In India)।
ଭାରତୀୟ ଇଞ୍ଜିନିୟର୍ସଙ୍କ ଜନକ: 1912 ରୁ 1918 ପର୍ଯ୍ୟନ୍ତ ସେ ମହିଶୂର କାମ କରିଥିଲେ । ସେଠାରେ କୃଷ୍ଣରାଜ ସାଗର ଡ୍ୟାମ ସହିତ ହାଇଦ୍ରାବାଦ ସହର ପାଇଁ ବନ୍ୟା ସୁରକ୍ଷା ବ୍ୟବସ୍ଥାର ମୁଖ୍ୟ ଡିଜାଇନର୍ ଥିଲେ । ରାଜ୍ୟର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବା ସତ୍ତ୍ୱେ ଦୁର୍ଭିକ୍ଷ ସମୟରେ ମହିଶୂରରେ କୃଷ୍ଣ ରାଜା ୱାଡିଆର ଏହି ବନ୍ଧ ନିର୍ମାଣ କରିଥିଲେ । ତାଙ୍କ ସମ୍ମାନାର୍ଥେ ଡ୍ୟାମର ନାମକରଣ କରାଯାଇଥିଲା । ଏସ ବିଶ୍ବେଶ୍ବରାୟ ବ୍ଲକ୍ ସିଷ୍ଟମ୍, ସ୍ୱୟଂଚାଳିତ କବାଟ ଉଦ୍ଭାବନ କରଥିଲେ । ଯାହା ଜଳକୁ ଅବରୋଧ କରିଥାଏ । ସେ ସ୍ବିସ ଗେଟର ଡିଜାଇନ ଏବଂ ପେଣ୍ଟି କରିଥିଲେ । ଯାହା ପ୍ରଥମେ ପୁଣେର ଖାଡକୱାସଲା ଜଳଭଣ୍ଡାରରେ 1903 ମସିହାରେ ସ୍ଥାପିତ କରାଯାଇଥିଲା।
କେଉଁ ପୁରସ୍କାରରେ ସମ୍ମାନିତ କରାଯାଇଛି:
- ଇଞ୍ଜିନିୟରିଂରେ ତାଙ୍କର ଅସାଧାରଣ ଅବଦାନ ପାଇଁ 1955 ମସିହାରେ ଭାରତ ସରକାରଙ୍କ ଦ୍ବାରା ମୋକ୍ଷାଗୁଣ୍ଡମ୍ ବିଶ୍ବେଶ୍ବରାୟଙ୍କୁ ଭାରତ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
- ତାଙ୍କୁ ରାଜା ଜର୍ଜ ଭିଙ୍କ ଠାରୁ ବ୍ରିଟିଶ ନାଇଟ୍ହୁଡରେ ସମ୍ମାନିତ କରାଯାଇଥିଲା
- ବ୍ରିଟିଶ ନାଇଟ୍ହୁଡ ଯୋଗୁଁ ତାଙ୍କୁ ସା'ର' ଉପାଧି ମିଳିଥିଲା
ସେ ଜଣେ ଅନୁକରଣୀୟ ବ୍ୟକ୍ତିତ୍ବ: ଜଣେ ଇଞ୍ଜିନିୟର ଏବଂ ଶିକ୍ଷକ ବ୍ୟତିତ ଅନେକ କ୍ଷେତ୍ରରେ ତାଙ୍କର ଅବଦାନ ରହିଥିଲା। ସେ ବେଙ୍ଗାଲୁରୁରେ ଭାରତୀୟ ବିଜ୍ଞାନ ସଂସ୍ଥାନର ଗଭର୍ନିଂ କାଉନସିଲର ସଗସ୍ୟ ରହିଥିଲେ। ଏହାପରେ ସେ ଟାଟା ଆଇରନ ଆଣ୍ଟ ଷ୍ଟିଲ ନବର୍ନିଂ ବୋର୍ଡର ସଦସ୍ୟ ହୋଇଥିଲେ। ସେ ଏକାଧାରରେ ଜଣେ କବି ମଧ୍ୟ ରହିଥିଲେ। ଏମ ବିଶ୍ବଶ୍ବରାୟ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି। 1962 ମସହାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। କିନ୍ତୁ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଆଜି ମଧ୍ୟ ଇଞ୍ଜିନିୟରଙ୍କ ହୃଦୟ ଏବଂ କଳ୍ପନାରେ ସେ ଜୀବିତ ରହିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
