NASA DART Mission: ସଫଳତାର ସହ ଗ୍ରହାଣୁ ଡିମୋରଫସ୍‌କୁ ଧକ୍କା ଦେଲା ନାସାର ସ୍ପେସକ୍ରାଫ୍ଟ

author img

By

Published : Sep 27, 2022, 10:29 AM IST

Updated : Sep 27, 2022, 10:59 AM IST

NASA DART Mission Success: ପ୍ରଥମ କରି ମହାକାଶରେ କ୍ଷତିକାରକ ଗ୍ରହାଣୁକୁ ଧକ୍କା ଦେଲା ନାସା ମିଶନ୍

ପ୍ରଥମ କରି ମହାକାଶରେ କୌଣସି ଗ୍ରହାଣୁକୁ ଧକ୍କା ଦେଇ ସ୍ଥାନ ପରିବର୍ତ୍ତନ କରାଇବାରେ ସଫଳ ହେଲା ଆମେରିକା ମହାକାଶ ଗବେଷଣା ସଂସ୍ଥା NASA(National Aeronautics and Space Administration) । ଅଧିକ ପଢନ୍ତୁ

ୱାଶିଂଟନ: ପ୍ରଥମ କରି ମହାକାଶରେ କୌଣସି ପ୍ରାକୃତିକ ଗ୍ରହାଣୁର ସ୍ଥାନ ପରିବର୍ତ୍ତନ କରିବାରେ ସଫଳ ହୋଇଛି ନାସା । ଦୀର୍ଘ 10 ମାସ ଧରି ମହାକାଶରେ ଘୂରି ବୁଲିବା ପରେ NASAର DART ମହାକାଶଯାନ ମହାକାଶରେ ଥିବା ଏକ ପ୍ରାକୃତିକ ଗ୍ରହାଣୁକୁ ଧକ୍କା ଦେଇଛି । ଆମେରିକା ମହାକାଶ ଗବେଷଣା ସଂସ୍ଥା NASA(National Aeronautics and Space Administration) ବିଶ୍ବର ପ୍ରଥମ ମହାକାଶ ସଂସ୍ଥାନ ଭାବେ ଏହି ମିଶନ୍‌କୁ ପୁରା କରିଛି ।

ତେବେ ଏହି ମିଶନ୍‌ର ଉଦ୍ଦେଶ୍ୟ, ଗ୍ରହାଣୁକୁ ନଷ୍ଟ କରିବା ନୁହେଁ, ବରଂ ଏହା କ୍ଷତିକାରକ ହୋଇଥିବାରୁ ତା'ର ଗତିପଥରେ ପରିବର୍ତ୍ତନ ଆଣିବା । ଏଥିସହ ପୃଥିବୀକୁ ବାହ୍ୟ ଆକ୍ରମଣରୁ କିପରି ରୋକାଯାଇ ପାରିବ, ସେହି ଉଦ୍ଦେଶ୍ୟରେ ନାସା ପକ୍ଷରୁ ଏହି ପରୀକ୍ଷଣ କରାଯାଇଛି । ସୂଚନା ମୁତାବକ, ନାସା ପ୍ରସ୍ତୁତ କରିଥିବା ମହାକାଶଯାନ DART(Double Asteroid Redirection Test) ଗ୍ରହାଣୁ ଡିମ୍ପଫୋର୍ସକୁ (Asteroid Dimporphos) ଘଣ୍ଟା ପ୍ରତି 14,000 ମିଲିମିଟର(22,500 କିଲୋମିଟର) ବେଗରେ ଧକ୍କା ଦେଇଛି ।

ଡାର୍ଟର ଅନ୍-ବୋର୍ଡ କ୍ୟାମେରା ଦ୍ବାରା ଏହି ସମୟର ସମସ୍ତ ଦୃଶ୍ୟ ରେକର୍ଡ କରାଯାଇଛି । ଆଜି(ସେପ୍ଟେମ୍ବର 27) ଭାରତୀୟ ସମୟ 4: 44 ମିନିଟ୍ ସମୟରେ ନାଶା ମିଶନ୍ ସଫଳ ପରୀକ୍ଷଣ କରିଛି । ଏହି ମିଶନ ପାଇଁ 325 ମିଲିୟନ ଡଲାର ଅର୍ଥାତ୍ 2600 କୋଟି ଖର୍ଚ୍ଚ ହୋଇଛି । 2021 ମସିହା ନଭେମ୍ବର 24 ତାରିଖରେ DART କୁ ମହାକାଶକୁ ପ୍ରେରଣ କରାଯାଇଥିଲା ।

ଦୀର୍ଘ 10 ମାସ ଧରି ମହାକାଶରେ ଘୂର୍ଣ୍ଣୟ ପରେ ଶେଷରେ DART ତା'ର ମିଶନରେ ସଫଳ ହୋଇଛି । DART ମହାକାଶ ଯାନର ଆକାର 19 ମିଟର । ଏହି ପରୀକ୍ଷଣ ପରେ ମିଶନର ଜଣେ ବୈଜ୍ଞାନିକ କହିଛନ୍ତି ଯେ, "ଯେତେ ଦୂର ଆମେ କହିପାରିବା, ଆମର ପ୍ରଥମ ଗ୍ରହ ପ୍ରତିରକ୍ଷା ପରୀକ୍ଷଣ ସଫଳ ହୋଇଛି(Planetary Defense Test) । ମୁଁ ଭାବୁଛି ବର୍ତ୍ତମାନ ପୃଥିବୀବାସୀ ନିର୍ଭୟରେ ଶୋଇ ପାରିବେ ।"

Last Updated :Sep 27, 2022, 10:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.