2022ରେ ବନ୍ଦ ହେବ ମାଇକ୍ରୋସଫ୍ଟ ଇଣ୍ଟରନେଟ ଏକ୍ସପ୍ଲୋରର

author img

By

Published : May 23, 2021, 2:00 PM IST

2022ରେ ବନ୍ଦ ହେବ ମାଇକ୍ରୋସଫ୍ଟ ଇଣ୍ଟରନେଟ ଏକ୍ସପ୍ଲୋରର ବ୍ରାଉଜର

ଆସନ୍ତା 2022 ମସିହା ଜୁନ ମାସରେ ମାଇକ୍ରୋସଫ୍ଟ ଇଣ୍ଟରନେଟ ଏକ୍ସପ୍ଲୋରର ବ୍ରାଉଜର ବନ୍ଦ ହେବ । ଘୋଷଣା କଲା କମ୍ପାନୀ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ବନ୍ଦ ହେବ ଇଣ୍ଟରନେଟ ଏକ୍ସପ୍ଲୋରର ବ୍ରାଉଜର । ଆସନ୍ତା 2022 ମସିହା ଜୁନ ମାସରେ ନିଜର ପ୍ରତିଷ୍ଠିତ ଇଣ୍ଟରନେଟ ଏକ୍ସପ୍ଲୋରର ବ୍ରାଉଜରକୁ ବନ୍ଦ କରିବାକୁ ଘୋଷଣା କଲା ମାଇକ୍ରୋସଫ୍ଟ । ଇଣ୍ଟରନେଟ ଏକ୍ସପ୍ଲୋରର ଭବିଷ୍ୟତ ଅନିଶ୍ଚତତାକୁ ନେଇ କମ୍ପାନୀ ଏହି ନିଷ୍ପତ୍ତି ନେଇଛି ।

ସୂଚନାଥାଉ କି, 1995 ମସିହାରେ ମାଇକ୍ରୋସଫ୍ଟ ଏଜର ୱିଣ୍ଡୋଜ 10ରେ ଏହି ଇଣ୍ଟରନେଟ ଏକ୍ସପ୍ଲୋରରକୁ ଲଞ୍ଚ କରାଯାଇଥିଲା । ବୁଧବାର କମ୍ପାନୀ ନିଜ ବିବୃତ୍ତିରେ କହିଛି, ମାଇକ୍ରୋସଫ୍ଟ ଏଜ ଏହି ଦାୟିତ୍ବ ପରିଚାଳନା କରିବାରେ ସକ୍ଷମ ହେବା ସହ ଇଣ୍ଟରନେଟ ଏକ୍ସପ୍ଲୋରର 11 ଡେସ୍କଟପ ଆପ୍ଲିକେସନକୁ 15 ଜୁନ 2022ରେ ୱିଣ୍ଡୋଜ 10ରେ କିଛି ସଂସ୍କରଣ ପାଇଁ ବାଦ୍ ଦିଆଯିବ । ତେବେ ଇଣ୍ଟରନେଟ ଏକ୍ସପ୍ଲୋରର ବହୁ ବର୍ଷ ଧରି ଅଧିକ ବ୍ୟବହୃତ ୱେବ୍ ବ୍ରାଉଜର ଥିଲା, ଯାହା 2003 ସୁଦ୍ଧା ପ୍ରାୟତଃ 95 ପ୍ରତିଶତ ଉପଯୋଗକାରୀ ଅଂଶ ହାସଲ କରିଥିଲା ।

ଫାୟରପକ୍ସ(2004) ଏବଂ ଗୁଗଲ କ୍ରୋମ(2008)ର ଲଞ୍ଚ ସଙ୍ଗେ ସଙ୍ଗ ଆଣ୍ଡ୍ରଏଡ୍ ଓ ଆପଲ ପରି ମୋବାଇଲ ଅପରେଟିଂ ସିଷ୍ଟମର ଲୋକପ୍ରିୟତା ସହିତ ଇଣ୍ଟରନେଟ୍ ଏକ୍ସପ୍ଲୋରର ବ୍ରାଉଜରର ବ୍ୟବହାର ଖୁବ୍ ହ୍ରାସ ପାଇଛି । ଅର୍ଥାତ୍ ଏହି ୱେବ୍ ବ୍ରାଉଜରଟି ବର୍ତ୍ତମାନ ସମୟରେ ଅନ୍ୟ ବ୍ରାଉଜର ଆଗରେ ଫିକା ପଡୁଛି । ଯେଉଁ କାରଣରୁ 2022ରେ ଏହାକୁ ବନ୍ଦ କରିବାକୁ ମାଇକ୍ରୋସପ୍ଟ ନିଷ୍ପତ୍ତି ନେଇଛି ।

ୱେବ ଡେଭଲପରମାନଙ୍କ ପାଇଁ ମାଇକ୍ରୋସଫ୍ଟ କହିଛି ଯେ ବ୍ୟବହାରାକରୀଙ୍କ ଆବଶ୍ୟକତା ଉପରେ ଆଧାର କରି ଇଣ୍ଟରନେଟ ଏକ୍ସୋପ୍ଲୋରର ସପୋର୍ଟକୁ ହଟାଇବାକୁ ସେମାନେ ଏକ ବ୍ୟବସ୍ଥିତ ଗତିବିଧି ଯୋଜନା କରିବା ଉପରେ ଲକ୍ଷ୍ୟ ରଖିଛନ୍ତି । ସେହିପରି ମାଇକ୍ରୋସଫ୍ଟ ଏଜ୍ କେବଳ ଇଣ୍ଟରନେଟ୍ ଏକ୍ସପ୍ଲୋରର ଅପେକ୍ଷା ଏକ ଦ୍ରୁତ, ଅଧିକ ସୁରକ୍ଷିତ ଏବଂ ଅଧିକ ଆଧୁନିକ ଅଭିଜ୍ଞତା ନୁହେଁ, ବରଂ ଏହା ପୁରୁଣଆ ୱେବସାଇଟ ଏବଂ ଆପ୍ ବାବଦରେ ପ୍ରମୁଖ ସମସ୍ୟା ଦୂର କରିବାରେ ମଧ୍ୟ ସହାୟକ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.