ଆଇଆଇଟି ହାଇଦ୍ରାବାଦର କାଇଟ କ୍ୟାମେରା, ଡ୍ରୋନ ଭଳି କରିବ କାର୍ଯ୍ୟ

author img

By

Published : May 22, 2021, 1:00 PM IST

ଆଇଆଇଟି ହାଇଦ୍ରାବାଦର କାଇଟ କ୍ୟାମେରା, ଡ୍ରୋନ ଭଳି କରିବ କାର୍ଯ୍ୟ

ହାଇଦ୍ରାବାଦ ସ୍ଥିତ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଇନଫର୍ମମେସନ ଟେକ୍ନୋଲୋଜି ଦ୍ବାରା କାଇଟ କ୍ୟାମେରା ବିକଶିତ କରାଯାଇଛି । ଯାହା ଏରିଏଲ ଫୋଟୋଗ୍ରାଫି ପାଇଁ KAP ଓ ଡ୍ରୋନ ଭଳି କାର୍ଯ୍ୟ କରିବ । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଏରିଅଲ ଫଟୋସୁଟ୍ ଏବଂ ଡ୍ରୋନର ବିକଳ୍ପ ଭାବେ କାମ କରିବ କାଇଟ କ୍ୟାମେରା । ହାଇଦ୍ରାବାଦ ସ୍ଥିତ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଇନଫର୍ମମେସନ ଟେକ୍ନୋଲୋଜି ଏହି ସ୍ବତନ୍ତ୍ର ଓ ଅଭିନବ କାଇଟ(ଗୁଡି) କ୍ୟାମେରା ବିକଶିତ କରିଛି ।

ଏହି କାଇଟ କ୍ୟାମେରା ପାଇଁ ପ୍ରକ୍ରିୟା, ସ୍ଥାପତ୍ୟ ଏବଂ ପ୍ରଯୁକ୍ତିବିଦ୍ୟା IoT ଅନୁସନ୍ଧାନର ଅନୁସନ୍ଧାନକାରୀମାନେ ଏକ ଲାଇଟୱେଟ ସିଷ୍ଟମ ଡିଜାଇନ କରିଛନ୍ତି ଯାହା ଫଟୋ ଉତ୍ତୋଳନ ପାଇଁ ଯେକୌଣସି ସାଧାରଣ ଗୁଡି(କାଇଟ୍) ସହ ସଂଲଗ୍ନ କରାଯାଇପାରିବ । ବର୍ତ୍ତମାନର କାଇଟ୍ ଏରିଏଲ ଫଟୋଗ୍ରାଫି(KAP)ର ସଂରଚନା ପରି ଏହି କାଇଟ୍ କ୍ୟାମେରାର ମେରୁଦଣ୍ଡ ପାଖରେ ଏକ ପତଳା କ୍ୟାମେରା ମଡ୍ୟୁଲ ରହିଛି । ଯାହା ଫଟୋ ଉତ୍ତୋଳନ ସହ ଡ୍ରୋନ ଭଳି କାର୍ଯ୍ୟ କରିବ । ଯେହେତୁ ଗୁଡିର ଉଡାଣ ପବନ ଉପରେ ନିର୍ଭରଶୀଳ, ଏଣୁ ଅନୁସନ୍ଧାନକାରୀ ଟିମ୍ ଛାତ୍ର ଅଭିନବ ନଭନିତଙ୍କ ନେତୃତ୍ବରେ ଏବଂ ଡ଼ ଅଫତାବ ହୁସେନଙ୍କ ତତ୍ବାବଧାନରେ ଏହି କାଇଟ କ୍ୟାମେରା ଉପରେ କାର୍ଯ୍ୟ କରିଥିଲେ । ସୂଚନାଥାଉ କି, ଡ଼ ହୁସେନ ଫ୍ଲାଇଟ ଡାଇନାମିକ୍ସ ଉପରେ ଗଭୀର ଅଧ୍ୟୟନ କରିଛନ୍ତି ।

ସାଧାରଣତଃ ଭାରତୀୟ ଗୁଡି ଗୁଡିକର ଓଜନ 10-15 ଗ୍ରାମ ଅଟେ । ଏଣୁ ଏହାକୁ ଉପରକୁ ଉଠାଇବା ପାଇଁ ଏଥିରେ ଲଗାଯାଇଥିବା ଅନ୍ୟ କିଛି ଜିନିଷ ପାଇଁ ଉପଯୁକ୍ତ ପବନ ଶକ୍ତି ଆବଶ୍ୟକ ହୁଏ । ତେବେ ସ୍ବାଭାବିକ ପବନ ଶକ୍ତି ଅତିକମରେ 50 ଗ୍ରାମ ଓଜନ ବହନ କରିପାରେ । ଯାହାମଧ୍ୟରୁ ଗୋଟିଏ ଗୁଡି 10 ଗ୍ରାମ ଓଜନ ବିଶିଷ୍ଟ ଅଟେ । ତେଣୁ ସମ୍ପୃକ୍ତ ଅନୁସନ୍ଧାନକାରୀ ଦଳ 10 ଗ୍ରାମର ଏକ ଗୁଡି ବ୍ୟତୀତ 40 ଗ୍ରାମ ଓଜନର ଅନ୍ୟାନ୍ୟ ସିଷ୍ଟମଗୁଡିକ ସେହି କାଇଟ କ୍ୟାମେରାରେ ଫିଟ୍ କରିଛନ୍ତି ବୋଲି ଡଃ ହୁସେନ କହିଛନ୍ତି ।

କାଇଟ କ୍ୟାମେରା ସିଷ୍ଟମରେ ଗୋଟିଏ କ୍ୟାମେରା, ପ୍ରୋସେସର ଏବଂ ଗୋଟିଏ ବ୍ୟାଟେରୀ ବ୍ୟବହୃତ ହୋଇଛି । ସାଧାରଣ ବ୍ୟାଟେରୀଗୁଡିକ ଟିକେ ଅଧିକ ଓଜନ ବିଶିଷ୍ଟ ହୋଇଥିବାବେଳେ ଏହି କାଇଟ କ୍ୟାମେରା ପ୍ରସ୍ତୁତ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ଥିଲା ବ୍ୟାଟେରୀ । ଏନେଇ ଅନୁସନ୍ଧାନକାରୀ ଟିମ୍ ମାତ୍ର 4.56 ଗ୍ରାମର ଅଲଟ୍ରା ଲାଇଟ ଏବଂ ଫ୍ଲେକ୍ସିବଲ ଲିଥିୟମ ପଲିମର ବ୍ୟାଟେରୀର ବ୍ୟବହାର କରିଥିଲେ । ଫଳରେ ଅନ୍ୟାନ୍ୟ ଉପକରଣ ସହ ବ୍ୟାଟେରୀକୁ ନେଇ ସମ୍ପୂର୍ଣ୍ଣ ସେଟଅପ୍ 42 ଗ୍ରାମ ଓଜନ ବିଶିଷ୍ଟ ହୋଇଥିଲା ।

କାଇଟ କ୍ୟାମେରା ନିଜ ପ୍ରଥମ ଉଡାଣ ପରୀକ୍ଷଣରେ ସଫଳତାର ସହ 35 ମିନିଟ୍ ଯାଏଁ ଉଡାଣ ଭରିଛି । ବ୍ୟବହାର ଦୃଷ୍ଟିରୁ ଏହା ଡ୍ରୋନ ଭଳି ଉତ୍ତମ ପ୍ରଦର୍ଶନ କରିଛି । ଏଥିସହ ଉଡାଣ ମଧ୍ୟରେ ଏଥିରେ ସମୁଦାୟ 4 ହଜାର 356ଟି ଫଟୋ ଉଠାଯାଇଛି । ଏଣୁ ସମ୍ବେଦନଶୀଳ ଅଞ୍ଚଳରେ ଫ୍ୟାକ୍ଟ ଫାଇଣ୍ଡ ମିଶନ ପାଇଁ ଏହି ଉଦ୍ଭାବନ ଫଳପ୍ରଦ ସାବ୍ୟସ୍ତ ହେବ ବୋଲି କହିଛନ୍ତି ଡ଼ ହୁସେନ । ଏହାବ୍ୟତୀତ କାଇଟ କ୍ୟାମେରାର ଅନ୍ୟ ଏକ ବିଶେଷତ୍ବ ହେଉଛି, ଅଧିକାଂଶ ଭୂପୃଷ୍ଠ ଅଣ-ଇଲେକ୍ଟ୍ରୋନିକ ହୋଇଥିବାରୁ ଏହାକୁ ରାଡାର ଦ୍ବାରା ଚିହ୍ନଟ କରାଯାଇପାରିବ ନାହିଁ । କାଇଟ କ୍ୟାମକୁ ବାୟୁମଣ୍ଡଳରେ ତାପମାତ୍ରା, ଆର୍ଦ୍ରତା ଏବଂ ପ୍ରଦୂଷଣ ରେକର୍ଡିଂ ପାଇଁ ମଧ୍ୟ ବ୍ୟବହାର କରାଯାଇ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.