ସମସ୍ତ ଇଲେକ୍ଟ୍ରିକ ମଡେଲର ଡିଜାଇନକୁ ପ୍ରକାଶ କଲା କିଆ କର୍ପୋରେସନ

author img

By

Published : Mar 16, 2021, 7:23 AM IST

କାର ନିର୍ମାତା କିଆ କରପୋରେସନ

କାର ନିର୍ମାତା କିଆ କରପୋରେସନ ଇଭି6ର ସମସ୍ତ ଡିଜାଉନକୁ ଉନ୍ମୋଚିତ କରିଛି । 2026 ସୁଦ୍ଧା ସାତଟି ଇଲେକ୍ଟ୍ରିକ୍ ମଡେଲ୍ ଲଞ୍ଚ କରିବାକୁ ଯୋଜନା କରିଛି କିଆ କର୍ପୋରେସନ । ଅଧିକ ପଢନ୍ତୁ...

ସିଓଲ: ସାଉଥ କୋରିଆର ଦ୍ବିତୀୟ ବୃହତ୍ତ କାର ନିର୍ମାତା କିଆ କରପୋରେସନ ଇଭି6ର ସମସ୍ତ ଡିଜାଉନକୁ ଉନ୍ମୋଚିତ କରିଛି । ଚଳିତ ମାସରେ ବିଶ୍ବସ୍ତରୀୟ ଉନ୍ମୋଚନ ପୂର୍ବରୁ ହୁଣ୍ଡାଇ ମୋଟର ଗ୍ରୁପ୍‌ର ଇଭି ପ୍ଲାଟଫର୍ମରେ ନିର୍ମିତ ଇଭି 6ର ସମସ୍ତ ବିଦ୍ୟୁତ ମଡେଲର ଡିଜାଉନ ପ୍ରକାଶ କରିଛି କିଆ ।

ଇଭି6 ତାର ନିଜସ୍ବ ଇଲେକ୍ଟ୍ରିକ୍-ଗ୍ଲୋବାଲ୍ ମଡ୍ୟୁଲାର୍ ପ୍ଲାଟଫର୍ମ (ଇ-ଜିଏମପି) ଉପରେ ଆଧାରିତ । କିଆର ନୂତନ ଡିଜାଇନ୍ "ଓପୋଜିଟ୍ସ ୟୁନାଇଟେଡ୍" ଅଧୀନରେ ବିକଶିତ ହୋଇଛି । ଯାହା ବିଦ୍ୟୁତିକରଣର ପରିବର୍ତ୍ତନକୁ ଦର୍ଶାଉଛି ବୋଲି କିଆ ଏକ ବିବୃତ୍ତିରେ କହିଛି । ଭବିଷ୍ୟତରେ ଏହା ସମସ୍ତ ମଡେଲକୁ ନୂତନ ଡିଜାଇନ ପ୍ରୟୋଗ କରିବାରେ ଯୋଜନା ରଖିଛି ବୋଲି କହଛନ୍ତି କାର ନିର୍ମାତା ।

ଏହା ସହିତ 2026ରେ ଆହୁରି ସାତଟି ବୈଦ୍ୟୁତିକ ମଡେଲ ଲଞ୍ଚ କରିବାକୁ କିଆ ଯୋଜନା କରୁଛି । ଇଭି6 ହେଉଛି ଇଭି-ଲାଇନ୍ଅପର ପ୍ରଥମ ମଡେଲ । ଇଭି6 ଅତ୍ୟାଧୁନିକ ଟେକ୍ନୋଲୋଜି ସହିତ ପ୍ରସ୍ତୁତ ହୋଇଛି ଏହାର ଫିଚରକୁ ବ୍ୟବହାର କରି ସ୍ବତନ୍ତ୍ର ଓ ପ୍ରଭାବଶାଳୀ ଡିଜାଇନ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କିଆ ଗ୍ଲୋବାଲ ଡିଜାଇମ କେନ୍ଦ୍ରର ବରିଷ୍ଠ ଉପସଭାପତି କରିମ ହବିବ କହିଛନ୍ତି ।

ଏହାର ବାହ୍ୟ ଡିଜାଇନ ଅତ୍ୟନ୍ତ ସୁନ୍ଦର ଅତ୍ୟାଧୁନିକ ଭାବରେ ଡାଜାଇନ କରାଯାଇଛି । ଏହା ସହିତ ଭିତର ଡିଜାଇନ ଇ-ଜିଏମ୍ପି ପ୍ଲାଟଫର୍ମ ସହିତ ସଜ୍ଜିତ ଇଭି6 ପ୍ଲାଟଫର୍ମ ଉପରେ ଆଧାରିତ ବୋଲି ୟୋନହାପ ନ୍ୟୁଜ୍ ଏଜେନ୍ସି ତାର ରିପୋର୍ଟରେ ପ୍ରକାଶ କରିଛି ।

ଗତ ମାସରେ, କିଆର ବୃହତ ହୁଣ୍ଡାଇ ମୋଟର IONIQ 5କୁ ଉନ୍ମୋଚନ କରିଥିଲା, ଏହାର ପ୍ରଥମ ମଡେଲ୍ ଇ-ଜିଏମ୍ପି ପ୍ଲାଟଫର୍ମ ସହିତ ହୋଇଥିଲା, ଭବିଷ୍ୟତର ମୋବିଲିଟି ସମାଧାନ ପ୍ରଦାନକାରୀଙ୍କ ମଧ୍ୟରେ ପରିଣତ ହେବାକୁ ଚେଷ୍ଟା କରିଥିଲା । ହୁଣ୍ଡାଇ ଏବଂ କିଆ ମିଳିତ ଭାବେ ବିଶ୍ବର 5ମ ବୃହତ୍ତ କାର ନିର୍ମାତା ଭାବରେ ବେଶ ଜଣାଶୁଣା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.