IAF Vice President Election: ISRO ବୈଜ୍ଞାନିକ ଅନିଲ କୁମାର ହେଲେ IAF ଉପାଧ୍ୟକ୍ଷ

author img

By

Published : Sep 30, 2022, 8:18 AM IST

IAF Vice President Election: ISRO ବୈଜ୍ଞାନିକ ଅନିଲ କୁମାର ହେଲେ IAF ଉପାଧ୍ୟକ୍ଷ

ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଫେଡେରେଶନ(IAF) ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଭାରତର ଏ କେ ଅନିଲ କୁମାର । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଫେଡେରେଶନର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଭାରତର ଏ କେ ଅନିଲ କୁମାର । ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(Indian Space Research Organisation, ISRO)ର ବରିଷ୍ଠ ବୈଜ୍ଞାନିକ ଅନିଲ କୁମାର(ISRO Scientist A K Anil Kumar) ଗତକାଲି ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଫେଡେରେଶନ (International Astronautical Federation, IAF)ର ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି ।

ଅନିଲ କୁମାର ବର୍ତ୍ତମାନ ISRO ଟେଲିମେଟ୍ରି, ଟ୍ରାକିଂ ଏବଂ କମାଣ୍ଡ ନେଟୱାର୍କ (ISTRAC)ର ଆସୋସିଏଟ୍ ଡାଇରେକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି । 1951 ମସିହାରେରେ IAF ପ୍ରତିଷ୍ଠା ହୋଇଥିଲା । ଏହା ହେଉଛି ବିଶ୍ବର ଅଗ୍ରଣୀ ସ୍ପେସ୍ ଆଡଭୋକେସୀ ସଂସ୍ଥା(ଉପଦେଷ୍ଟା ମଣ୍ଡଳୀ), ଯେଉଁଥିରେ 72 ଟି ଦେଶରେ 433 ଜଣ ସଦସ୍ୟ ଅଛନ୍ତି ।

IAF ଶାନ୍ତିପୂର୍ଣ୍ଣ ଭାବରେ ମହାକାଶଚାରୀଙ୍କ ବିକାଶ ଏବଂ ମହାକାଶ ସମ୍ବନ୍ଧୀୟ, ବୈଜ୍ଞାନିକ ଏବଂ ବୈଷୟିକ ସୂଚନା ପ୍ରସାରକୁ ଉତ୍ସାହିତ କରିଥାଏ ବୋଲି ଜାତୀୟ ମହାକାଶ ଏଜେନ୍ସି ସୂଚିତ କରିଛି । ISRO ପକ୍ଷରୁ ଏକ ଟୁଇଟ୍‌ରେ କୁହାଯାଇଛି ଯେ, "ISRO ର ଏହି ପ୍ରୟାସ ଆନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.