Instagram Outage: ସ୍ବାଭାବିକ ହେଲା ଇନଷ୍ଟାଗ୍ରାମ, 1 ଲକ୍ଷ 80 ହଜାର ୟୁଜର୍ସ କରିଥିଲେ ଅଭିଯୋଗ

author img

By

Published : May 22, 2023, 11:19 AM IST

Instagram Outage

ସମାଧାନ ହେଲା ସମସ୍ୟା । ଇନଷ୍ଟାଗ୍ରାମ ସ୍ବାଭାବିକ ହୋଇଥିବା ନେଇ ଟ୍ବିଟ କରି ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ରବିବାର ହଠାତ ଡାଉନ ହୋଇଥିଲା ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ । ଏହାକୁ ନେଇ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ପ୍ରାୟ 1 ଲକ୍ଷ 80 ହଜାରରୁ ଅଧିକ ୟୁଜର୍ସ ଆଉଟେଜକୁ ନେଇ ଅଭିଯୋଗ କରିଥିଲେ । ତେବେ ଆଜି ସକାଳୁ ପୁଣି ଠିକ ହୋଇଥିବା ନେଇ ଇନଷ୍ଟାଗ୍ରାମ କମସ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ସୂଚନାଅନୁସାରେ ସାରା ଦେଶରେ ଇନଷ୍ଟାଗ୍ରାମ ଡାଉନ ହୋଇଥିଲା । ଏନେଇ ପ୍ରଥମେ ଇନଷ୍ଟାଗ୍ରାମ ପକ୍ଷରୁ ଟ୍ବିଟ କରି କୁହାଯାଇଥିଲା, " କମ୍ପାନୀ ଜାଣିବାକୁ ପାଇଲା ଯେ ରବିବାର (ମେ 21) ଦିନ କିଛି ଲୋକ ଏହି ଆପକୁ ପ୍ରବେଶ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଯେଉଁଥିପାଇଁ ବହୁ ସଂଖ୍ୟକ ଲୋକ ଅଭିଯୋଗ କରିଥିଲେ । ଆମେ ଦୁଃଖିତ ।" ତେବେ ପ୍ରଭାବିତ ଉପଭୋକ୍ତାଙ୍କ ସଂଖ୍ୟା କମ୍ପାନୀ ପ୍ରକାଶ କରିନାହିଁ ।

  • Instagram is back! Sorry for the trouble - we had a brief outage earlier and resolved the issue that caused it. #instagramdown

    — Instagram Comms (@InstagramComms) May 22, 2023 " class="align-text-top noRightClick twitterSection" data=" ">

ଏହାପରେ ଇନଷ୍ଟାଗ୍ରାମ ଠିକ ହୋଇଥିବା ନେଇ ସକାଳେ ଟ୍ବିଟ କରି ସୂଚନା ଦିଆଯାଇଛି । ସକାଳ 5ଟା 49 ମିନିଟରେ ଟ୍ବିଟର କମସ ପକ୍ଷରୁ ଟ୍ବିଟ କରି କୁହାଯାଇଛି, "ଇନଷ୍ଟାଗ୍ରାମ ପୁଣି ଫେରିଛି । ଆପଣମାନେ ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ଆମେ ଦୁଃଖିତ । ଆମେ ଇନଷ୍ଟାଗ୍ରାମ ଡାଉନ ହେବା ନେଇ ଖବର ପାଇବା ପରେ ଆମେ ସମସ୍ୟାର ସମାଧାନ କରିଛୁ । ବର୍ତ୍ତମାନ ପୁଣି ଥରେ ଆକ୍ଟିଭ ହୋଇଛି ଇନଷ୍ଟାଗ୍ରାମ ।"

ଆଉଟ୍ ଟ୍ରାକିଂ ୱେବସାଇଟ୍ ଡାଉନ୍ ଡିଟେକ୍ଟର ଡଟ୍ କମ୍ ଅନୁଯାୟୀ, ଆମେରିକାରେ 1 ଲକ୍ଷରୁ ଅଧିକ ଲୋକ, କାନାଡାରେ 24 ହଜାର ଏବଂ ବ୍ରିଟେନରେ 56 ହଜାର ଲୋକ ଇନଷ୍ଟାଗ୍ରାମ ଡାଉନ ନେଇ ଅଭିଯୋଗ କରିଥିଲେ। କମ୍ପାନୀ ମୁଖପାତ୍ର ଇ-ମେଲ ମାଧ୍ୟମରେ ସୂଚନା ଦେଇ କହିଥିଲେ, "ଅସୁବିଧା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ। ଆଉଟେଜ ସମସ୍ୟା ଠିକ କରିବା ପାଇଁ ପ୍ରୟାସ ଜାରି ରହିଛି । "

ଏହା ମଧ୍ୟ ପଢନ୍ତୁ: PSLV-C55ର ସଫଳ ଉତକ୍ଷେପଣ, ସିଙ୍ଗାପୁର ସାଟେଲାଇଟକୁ କକ୍ଷପଥରେ କଲା ଅବସ୍ଥାନ

ଗ୍ଲୋବାଲ ଆଉଟେଜ ନେଇ 2 ଲକ୍ଷ ୟୁଜର୍ସ କରିଥିଲେ ଅଭିଯୋଗ: ଆଉଟ୍ ଟ୍ରାକିଂ ୱେବସାଇଟ୍ ଡାଉନ୍ ଡିଟେକ୍ଟର୍ ଡଟ କମ ଅନୁଯାୟୀ, 1 ଲକ୍ଷ 80 ହଜାର ଉପଭୋକ୍ତା ଇନଷ୍ଟାଗ୍ରାମରେ ପ୍ରବେଶ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଥିଲେ । ପ୍ରବେଶ ଅର୍ଥ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିବାରେ ଅସୁବିଧା ହେଉଥିଲା । ଓ୍ବେବସାଇଟ ପକ୍ଷରୁ କୁହାଯାଇଛି, ଏହି ଅସୁବିଧାର କାରଣ ଯାନ୍ତ୍ରିକ ସମସ୍ୟା ହୋଇପାରେ, ଯେଉଁ କାରଣରୁ ୟୁଜର୍ସମାନେ ଆପକୁ ପ୍ରବେଶ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ରବିବାର ଦିନ ପ୍ରାୟ 1745 ETରୁ ଉପଭୋକ୍ତାମାନଙ୍କ ପାଇଁ ଇନଷ୍ଟାଗ୍ରାମ ଡାଉନ୍ ଥିଲା । ଏକ ଲକ୍ଷ 80 ହଜାରରୁ ଅଧିକ ଉପଭୋକ୍ତା ଏହି ସମସ୍ୟା ବିଷୟରେ ଅଭିଯୋଗ କରିଥିଲେ ।

ଆଉଟେଜ ସମୟରେ ଇନଷ୍ଟାଗ୍ରାମ ୟୁଜର୍ସଙ୍କ କହିବା ଅନୁସାରେ, ରବିବାର ରାତିରେ ହଠାତ ଇନଷ୍ଟାଗ୍ରାମ ଖୋଲିବାରେ ଅସୁବିଧା ହୋଇଥିଲା । ଏହି ସମସ୍ୟାକୁ ବିଶ୍ବ ସ୍ତରରେ ଦେଖିଲେ ଆମେରିକାରେ ଅଧିକ ୟୁଜର୍ସ ଏହି ଅସୁବିଧା ନେଇ ଅଭିଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.