ଚାଟରେ ନଗ୍ନ ଫଟୋ ପଠାଉଥିବା ଲୋକଙ୍କ ଠାରୁ ସୁରକ୍ଷା ଦେବ Instagram New Feature

author img

By

Published : Sep 23, 2022, 5:40 PM IST

ଚାଟରେ ନଗ୍ନ ଫଟୋ ପଠାଉଥିବା ଲୋକଙ୍କଠାରୁ ସୁରକ୍ଷା ଦେବ Instagram New Feature

ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆ ଫିଚର୍ସ ଆଣିବାକୁ ଯାଉଛି ମେଟା ମାଲିକାନା ଫଟୋ, ଭିଡିଓ ସେୟାରିଂ ଆପ୍ ଇନଷ୍ଟାଗ୍ରାମ(Instagram privacy feature), ଯାହା ଚାଟରେ ନଗ୍ନ ଫଟୋ ପଠାଉଥିବା ଲୋକଙ୍କ ଠାରୁ ସୁରକ୍ଷା ଦେବ(Instagram chat nudity protection) । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଏଣିକି ଚାଟ୍‌ରେ ନଗ୍ନ ଫଟୋ କିମ୍ବା ବିରକ୍ତକର ମେସେଜ୍ ପଠାଉଥିବା ଅଜଣାବ୍ୟକ୍ତି ଆଉ କରିପାରିବେନି ସମସ୍ୟା । ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆ ଫିଚର୍ସ ଆଣିବାକୁ ଯାଉଛି ମେଟା ମାଲିକାନା ଫଟୋ, ଭିଡିଓ ସେୟାରିଂ ଆପ୍ ଇନଷ୍ଟାଗ୍ରାମ(Instagram privacy feature) । ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ନୂଆ ଫିଚର୍ସ ଉପରେ କାର୍ଯ୍ୟ କରୁଛି, ଯାହା ବ୍ୟବହାରକାରୀ କିପରି ନଗ୍ନ ଫଟୋ କିମ୍ବା ବିରକ୍ତକର ମେସେଜ୍ ଗ୍ରହଣ କରିନପାରିବେ ସେ ଉପରେ ଧ୍ୟାନ ଦେବ।

ଆଲେସାଣ୍ଡ୍ରୋ ପାଲୁଜି ଆପ୍ ଡେଭଲପର୍(Alessandro Paluzzi app developer), ପ୍ରଥମେ ଏହି ଫିଚର୍ସର ସ୍କ୍ରିନ୍‌ସର୍ଟ୍‌ସ ସେୟାର କରିଥିଲେ । ସେ ପୋଷ୍ଟ କରି କହିଛନ୍ତି ଯେ, ଇନଷ୍ଟାଗ୍ରାମ ଚାଟ୍ ନ୍ୟୁଡିଟି ପ୍ରୋଟେକ୍ସନ(Instagram chat nudity protection) ଉପରେ କାର୍ଯ୍ୟ କରୁଛି ।

ମେଟା Verge କୁ ନିଶ୍ଚିତ କରିଛି ଯେ, ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ଗୋପନୀୟତା ରକ୍ଷା କରିବା ପାଇଁ ଏହିପରି ଫିଚର୍ସ ବିକଶିତ କରାଯାଉଛି । କମ୍ପାନୀର ମୁଖପାତ୍ର କହିଛନ୍ତି ଯେ "ଏହି ନୂତନ ଫିଚର୍ସ ଲୋକଙ୍କ ଗୋପନୀୟତା ରକ୍ଷା କରିବା ସହିତ ସେମାନଙ୍କ ପାଖକୁ ଆସୁଥିବା ମେସେଜ ଉପରେ ନିୟନ୍ତ୍ରଣ ଦେବା ପାଇଁ ଆମେ ବିଶେଷଜ୍ଞଙ୍କ ସହ ଯୋଗାଯୋଗରେ ଅଛୁ । ମେଟା କହିଛି ଯେ, ଏହି ଟେକ୍ନୋଲୋଜି ବ୍ୟବହାରକାରୀଙ୍କୁ ମେସେଜ୍ ସିନ୍ ପାଇଁ ଅନୁମତି ଦେବ ନାହିଁ କି ତୃତୀୟ ପକ୍ଷଙ୍କ ସହ ସେୟାର କରିବାକୁ ମଧ୍ୟ ଅନୁମତି ଦେବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.