ନାନୋ ଫିଲଟ୍ରାସନ ଟେକ୍ନୋଲୋଜିରେ ଦୂର ହେବ ଜଳ ସମସ୍ଯା

author img

By

Published : Mar 12, 2021, 8:21 PM IST

ନାନୋ ଫିଲଟ୍ରାସନ ଟେକ୍ନୋଲୋଜି ମାଧ୍ୟମରେ ଦୂର ହେବ ଜଳ ସମସ୍ଯା

ଦେଶର ଅନେକ ସ୍ଥାନରେ ଆଜି ବି ବିଶୁଦ୍ଧ ପାନୀୟ ଜଳ ପାଇବାରୁ ଲୋକେ ବଞ୍ଚିତ ଅଛନ୍ତି । ଏଣୁ ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଇବାକୁ ଆଇଆଇଟି ଖଡଗପୁରର ଜଳ ବିଶୋଧନ ବୈଷୟିକ ଉତ୍କର୍ଷ କେନ୍ଦ୍ର ପକ୍ଷରୁ ଏକ ନାନୋ ନାନୋ ଫିଲଟ୍ରାସନ ଟେକ୍ନୋଲୋଜି ବିକଶିତ କରାଯାଇଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଆଜି ବି ଦେଶର ଅନେକ ସ୍ଥାନରେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ଲୋକେ ବଞ୍ଚିତ ଅଛନ୍ତି। ମୁ୍ନ୍ଦାଏ ବିଶୁଦ୍ଧ ଜଳ ସେମାନଙ୍କ ପାଇଁ ସାତ ସପନ ହୋଇଛି । ଏବେ ଦେଶରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଉତ୍କଟ ଜଳ ସଙ୍କଟ ମଧ୍ୟ ଉଭା ହେଲାଣି । ଏହି ପରିପ୍ରେକ୍ଷୀରେ ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ଅଣ୍ଟା ଭିଡିଛି ଆଇଆଇଟି ଖଡଗପୁରର ଜଳ ବିଶୋଧନ ବୈଷୟିକ ଉତ୍କର୍ଷ କେନ୍ଦ୍ର(Water Purification Technical Excellence Centre) ।

ବିଜ୍ଞାନ ଏବଂ ଉଦ୍ଭାବନ ବଳରେ ଏହି କେନ୍ଦ୍ର ପକ୍ଷରୁ ଏକ କମ୍ ବ୍ୟୟସାପେକ୍ଷ ନାନୋ ଫିଲଟ୍ରାସନ ଟେକ୍ନୋଲୋଜି ବିକଶିତ କରାଯାଇଛି । ଯେଉଁ ସବୁ ସ୍ଥାନରେ ପାନୀୟ ଜଳ ଅଭାବ ରହିଛି, ସେଠାରେ ଫିଲଟ୍ରାସନ ଟେକ୍ନୋଲୋଜି ବଳରେ ବିଶୁଦ୍ଧ ଜଳ ଯୋଗାଇ ଦିଆଯିବ। ତେବେ କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଦୂରଦୃଷ୍ଟି ଓ ପ୍ରୋତ୍ସାହନ ଏ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛି ।

ଦେଶର ଅଧିକାଂଶ ରାଜ୍ୟରେ ଏହି ଟେକ୍ନୋଲୋଜି ସାହାର୍ଯ୍ୟରେ ବିଶୁଦ୍ଧ ଜଳ ପହଞ୍ଚାଇବାକୁ ଜଳ ବିଶୋଧନ ବୈଷୟିକ ଉତ୍କର୍ଷ କେନ୍ଦ୍ର ଲକ୍ଷ୍ୟ ରଖିଛି । ବର୍ତ୍ତମାନ ସମୟରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ନାନୋ ଫିଲଟ୍ରାସନ ଟେକ୍ନୋଲୋଜି ସାହାର୍ଯ୍ୟରେ ପ୍ରାୟ 25 ହଜାର ଲୋକଙ୍କୁ ପାନୀଜ ଜଳ ଯୋଗାଇ ଦିଆଯିବ । ଏହି ଜଳ ଭାରୀ ଧାତୁ ମୁକ୍ତ ଏବଂ ସ୍ବାସ୍ଥ୍ୟ ପ୍ରତି ସମ୍ପୂର୍ଣ୍ଣ ହିତକାରକ ବୋଲି ଜଣାପଡିଛି ।

ଆଇଆଇଟି ଗୌହାଟୀ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିଛି । ଯଦ୍ବାରା ଆସାମ, ଉତ୍ତର ଗୌହାଟୀରେ ଅତ୍ୟଧିକ ଆଇରନ ଓ ରାସାୟନିକ ଅମ୍ଲଜାନଯୁକ୍ତ ଜଳକୁ ବିଶୋଧନ ଟେକ୍ନୋଲୋଜି ମାଧ୍ୟମରେ ବିଶୋଧନ କରାଯାଇ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଆଇଆଇଟି ଗୌହାଟୀ ଦ୍ବାରା ପ୍ରତିଷ୍ଠିତ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଦ୍ବାରା ସେଠାକାର ଦୁର୍ଗନ୍ଧ ପାଣି ସମସ୍ୟାକୁ ମଧ୍ୟ ଦୂରୀଭୂତ କରାଯାଇ ପାରିଛି ।

ଡିଏସିର ମିଳିତ ସହଯୋଗରେ କେମିକାଲ ମୁକ୍ତ ଇଲେକ୍ଟ୍ରୋକୋଗ୍ୟୁସନ ଆଧାରରେ ଏହି ପ୍ଲାଣ୍ଟଟି ବିକଶିତ କରାଯାଇଛି । ଯାହା ଜଳରୁ ଆଇରନ ଏବଂ ଆରସେନିକ ମାତ୍ରା ଦୂର କରି ଜଳର ବିଶୋଧନରେ ସହାୟକ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.