ChatGPT କୁ ଟକ୍କର ଦେବ ଗୁଗୁଲ୍ ! ଖୁବ୍‌ଶୀଘ୍ର ଲଞ୍ଚ୍ କରିବ Bard

author img

By

Published : Feb 7, 2023, 11:47 AM IST

Google

ChatGPTକୁ ଟକ୍କର ଦେବାକୁ ଆସୁଛି ଗୁଗୁଲ୍‌ର ଏହି ଫିଚର୍ସ । ଖୁବ୍‌ଶୀଘ୍ର ଲଞ୍ଚ୍ ନେଇ ସୂଚନା ଦେଲେ ସିଇଓ ସୁନ୍ଦର ପିଚାଇ । ଅଧିକ ପଢନ୍ତୁ

ସାନ୍ ଫ୍ରାନ୍ସିସ୍କୋ: ବର୍ତ୍ତମାନର ଟେକ୍ନୋଲୋଜି ଦୁନିଆ ଦ୍ରୁତଗତିରେ ଅଭିବୃଦ୍ଧି କରୁଛି । ଟକ୍କର ଦେଉଛନ୍ତି ଟେକ୍ନୋଲୋଜି ସଂସ୍ଥା । ଗୋଟିଏ ପଟେ ChatGPT ବ୍ୟବହାରକାରୀଙ୍କ ପ୍ରତ୍ୟେକ ପ୍ରଶ୍ନର ସଠିକ୍ ଓ ଦ୍ରୁତ ଗତିରେ ଉତ୍ତର ଉପସ୍ଥାପନ କରି ଆଶ୍ଚର୍ଯ୍ୟ କରି ଦେଇଥିବା ବେଳେ ଏବେ ଏହାକୁ ଟକ୍କର ଦେବାକୁ ମୁଣ୍ଡ ଟେକୁଛି ଗୁଗୁଲ୍ । ChatGPTର ଲୋକପ୍ରିୟତା ବୃଦ୍ଧିକୁ ଦେଖି ଗୁଗୁଲ୍ ସ୍ଥିତି ଉପରେ ଅଧିକାଂଶ ଲୋକେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ । ମାତ୍ର ଗୁଗୁଲ୍ ତା'ର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(କୃତ୍ରିମ ବୁଦ୍ଧିମତା) ବାର୍ଡ ଲଞ୍ଚ୍ କରିବାକୁ ଯାଉଛି ।

ChatGPT
ChatGPT

ଏହା ମଧ୍ୟ ପଢନ୍ତୁ:- Safer Internet Day: ସୁରକ୍ଷିତ ଇଣ୍ଟରନେଟ ବ୍ୟବହାର ଗଢିବ ସୁସ୍ଥ ସମାଜ

ଖବର ଅନୁସାରେ ଆସନ୍ତା ସପ୍ତାହ ମଧ୍ୟରେ ଗୁଗୁଲ ଏହାର ଚାଟବଟ୍ ବାର୍ଡ୍‌ର ଲଞ୍ଚ୍ କରିବ । ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ଏକ ବ୍ଲଗ୍ ପୋଷ୍ଟରେ କହିଛନ୍ତି ଯେ, "ChatGPT ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଖୁବ୍‌ଶୀଘ୍ର ବାର୍ଡ ଆରମ୍ଭ କରାଯିବ । ବର୍ତ୍ତମାନ, ମତାମତ(ଫିଡ୍‌ବ୍ଯାକ୍) ପାଇଁ କମ୍ପାନୀ ଏହାକୁ ଆରମ୍ଭ କରିଛି । ଏଥିପାଇଁ କମ୍ପାନୀ ଏକ କନଭର୍ସସେସନାଲ୍ କ୍ରୁତ୍ରିମ ବୁଦ୍ଧିମତା ଆରମ୍ଭ କରୁଛି । ଏହାର ପରୀକ୍ଷା ସରିବା ହେବା ପରେ ଖୁବ୍‌ଶୀଘ୍ର ସମସ୍ତଙ୍କ ପାଇଁ ଲଞ୍ଚ୍ କରାଯିବ ।"

ଏହା ମଧ୍ୟ ପଢନ୍ତୁ:-ଭଲ ଖବର: ଷ୍ଟ୍ରୋକ୍ ଲକ୍ଷଣ ଚିହ୍ନଟ କରିବାରେ ସହାୟକ ହେବ ସ୍ମାର୍ଟଫୋନ୍ ଆପ୍ଲିକେସନ୍

ଏହା ବ୍ୟତୀତ ଗୁଗୁଲ ଏହାର ସର୍ଚ୍ଚ ଇଞ୍ଜିନରେ AI(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଫିଚର୍ସ ଯୋଡିବାକୁ ଏକ ଯୋଜନା ଉପରେ କାମ କରୁଛି । ସିଇଓଙ୍କ ଅନୁଯାୟୀ, ବାର୍ଡ ପ୍ରଥମେ LaMDA(ଲାଙ୍ଗୁଏଜ୍ ମୋଡେଲ୍ ଫର୍ ଡାଏଲଗ୍ ଆପ୍ଲିକେସନ) ଭର୍ସନରେ କାମ କରିବ, ଯେଉଁଥିପାଇଁ କମ୍ କମ୍ପ୍ୟୁଟିଂ ପାୱାର ଆବଶ୍ୟକ । ଏହାଦ୍ବାରା ଅଧିକରୁ ଅଧିକ ଉପଭୋକ୍ତା ଏହାକୁ ବ୍ୟବହାର କରିପାରିବେ ।

ଏହା ମଧ୍ୟ ପଢନ୍ତୁ:-WhatsApp Case in SC: ବ୍ୟବହାରକାରୀଙ୍କ ନାମ, ନଂ ଛଡା କୌଣସି ଡାଟା ରଖେନି କହିଲା ହ୍ବାଟସ୍‌ଆପ୍

କହି ରଖୁଛୁ ଯେ, ଗତ ବର୍ଷ ଶେଷରେ ଓପନ୍ AI ମାଇକ୍ରୋସଫ୍ଟର ସହଯୋଗରେ ChatGPT ଲଞ୍ଚ୍‌ ହୋଇଥିଲା । ଖୁବ୍ କମ୍ ସମୟ ମଧ୍ୟରେ ChatGPTର ବହୁଳ ବ୍ୟବହାର ହୋଇଥିଲା, ଯାହାକି ଗୁଗୁଲ ପରି ଏକ ଟେକ୍ କମ୍ପାନୀ ପାଇଁ ବିପଦ ସୃଷ୍ଟି କରିଥିଲା । କିନ୍ତୁ ବର୍ତ୍ତମାନ ଗୁଗୁଲ୍ ChatGPT ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି । ଗୁଗୁଲ୍‌ର ଏହି ନୂଆ ଫିଚର୍ସ ୟୁଜର୍ସଙ୍କୁ କେତେ ପ୍ରଭାବିତ କରୁଛି ତା' ଉପରେ ସମସ୍ତଙ୍କ ନଜର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.