Google AI Features: ଏହି ସବୁ ପ୍ଲାଟ୍‌ଫର୍ମରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଣିବ ଗୁଗୁଲ୍

author img

By

Published : Mar 15, 2023, 6:26 PM IST

Google

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(କୃତ୍ରିମ ବୁଦ୍ଧିମତା) ଫିଚର୍ସ ଆଣିବାକୁ ଯାଉଛି ଗୁଗୁଲ୍ । ଡକସ୍, ଜିମେଲ୍, ସିଟ୍ସ, ସ୍ଲାଇଡ୍, ମିଟ୍ ଏବଂ ଚାଟ୍ ଭଳି କାର୍ଯ୍ୟକ୍ଷେତ୍ର ଆପ୍‌ରେ ଉପଲବ୍ଧ ହେବ ଏହି ସୁବିଧା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଗୁଗୁଲ୍ ଡକସ୍, ଜିମେଲ୍, ସିଟ୍ସ, ସ୍ଲାଇଡ୍, ମିଟ୍ ଏବଂ ଚାଟ୍ ଭଳି କାର୍ଯ୍ୟକ୍ଷେତ୍ର ଆପ୍ ପାଇଁ ନୂତନ ଜେନେରେଟିଭ୍ AI(ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ଫିଚର୍ସ ଆଣିବାକୁ ଯାଉଛି । ଏହି ନୂଆ ଫିଚର୍ସ ଆସିବା ଫଳରେ ବ୍ୟବହାରକାରୀମାନେ ସେମାନଙ୍କର Gmailକୁ ଡ୍ରାଫ୍ଟ, ରିପ୍ଲା କରିବାରେ, ସଂକ୍ଷିପ୍ତ(ସମାରାଇଜ୍) ଏବଂ ପ୍ରାଥମିକତା ଦେବାରେ ସମର୍ଥ ହେବେ । ସେହିପରି ଡକସ୍‌ରେ, ବ୍ରେନ୍‌ଷ୍ଟ୍ରୋମ୍, ପ୍ରୁଫ୍‌ରିଡ୍, ପୁନଃଲିଖନ ଆଦି କରିବାର ସୁଯୋଗ ପାଇବେ । ସେହିପରି ସ୍ଲାଇଡ୍‌ଗୁଡିକରେ ଅଟୋ-ଜେନେରେଟେଡ୍ ପିକ୍ଚର୍, ଅଡିଓ ଏବଂ ଭିଡିଓ ସହିତ ସୃଜନଶୀଳତା ପ୍ରଦର୍ଶନ କରିବାର ସୁଯୋଗ ପାଇବେ ବ୍ୟବହାରକାରୀ ।

ଏହା ମଧ୍ୟ ପଢନ୍ତୁ:-Meta Layoffs: ପୁଣି ବଡ ଧରଣର ଛଟେଇ କରିପାରେ ମେଟା, ଶତାଧିକ କର୍ମଚାରୀ ହରାଇବେ ଚାକିରି

ତିରିକ୍ତ ଭାବରେ, ସିଟ୍‌ ଗୁଡିକରେ ଉପଭୋକ୍ତାମାନେ ର' ଡାଟାରୁ ଅନ୍ତର୍ନିହିତ ଏବଂ ବିଶ୍ଳେଷଣକୁ ଅଟୋ-କମ୍ପ୍ଲିସନ୍, ସୂତ୍ର ଉତ୍ପାଦନ ଏବଂ ପ୍ରସଙ୍ଗ ଦୃଷ୍ଟିରୁ ବର୍ଗୀକରଣ କରିପାରିବା ସହ ମିଟ୍‌ରେ, ନୂଆ ବ୍ୟାକ୍‌ଗ୍ରାଉଣ୍ଡ୍ କ୍ରିଏଟ୍ କରିବାକୁ ଏବଂ ନୋଟ୍ କ୍ୟାପଚର କରିବାକୁ ସମର୍ଥ ହେବେ । ଚାଟ୍‌ରେ, ନୂତନ AI ଫିଚର୍ସ ବ୍ୟବହାରକାରୀଙ୍କ କାର୍ଯ୍ୟଭାରକୁ ହାଲୁକା କରିପାରିବ ।

ଏହା ମଧ୍ୟ ପଢନ୍ତୁ:- AIIMS ଡାକ୍ତରଙ୍କ କମାଲ୍, ଗର୍ଭସ୍ଥ ଶିଶୁର ହୃଦୟରେ କଲେ ବିରଳ ଚିକିତ୍ସା

କହି ରଖୁଛୁ ଯେ, ଚଳିତ ମାସ ସୁଦ୍ଧା ଗୁଗୁଲ୍ ଏହି ନୂତନ ଫିଚର୍ସ ଆଣିବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ ଏକ ବ୍ଲଗ୍ ପୋଷ୍ଟରେ କହିଛି ଯେ, ଆମେରିକାରେ ଇଂରାଜୀଠାରୁ ଆରମ୍ଭ କରି ଆମର ବିଶ୍ୱସ୍ତ ପରୀକ୍ଷକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ମାସରେ ନୂତନ ଫିଚର୍ସ ଆରମ୍ଭ କରିବୁ । ଆମେରିକାରେ ଗ୍ରାହକ, କ୍ଷୁଦ୍ର ବ୍ୟବସାୟ, ଉଦ୍ୟୋଗ ଏବଂ ଅଧିକ ଦେଶ ଏବଂ ଭାଷାରେ ଶିକ୍ଷାନୁଷ୍ଠାନଗୁଡିକ ପାଇଁ ଅଧିକ ଉପଲବ୍ଧ କରିବା ପୂର୍ବରୁ ଏହାକୁ ପୁନର୍ବାର ଯାଞ୍ଚ କରିବୁ ।

ଏହା ମଧ୍ୟ ପଢନ୍ତୁ:- Vivo V27 Launch: ଭାରତରେ ଲଞ୍ଚ୍‌ ହେଲା Vivo V27 ସିରିଜ୍ ସ୍ମାର୍ଟଫୋନ୍

ସେପଟେ ଗୁଗୁଲ ଏହାର ୱେବ୍ ବ୍ରାଉଜର ଗୁଗୁଲ୍ କ୍ରୋମ୍ ପାଇଁ ଏକ ନୂତନ 'ସର୍ଚ୍ଚ କମ୍ପାନିୟନ୍' ଫିଚର୍ସ ଉପରେ କାମ କରୁଥିବା ଜଣାଯାଇଛି । ଲେନ୍ସ ବ୍ୟବହାର କରି ୱେବକୁ ଖୋଜିବା ପାଇଁ ସର୍ଚ୍ଚ କମ୍ପାନିୟନ୍ ଏକ ଉପଯୋଗୀ ନୂତନ ଉପାୟ ହେବ । ଏହି ନୂତନ ଫିଚର୍ସ ମାଧ୍ୟମରେ ଟେକ୍ ଜଏଣ୍ଟ ଲେନ୍ସ ଏବଂ କ୍ରୋମ୍ ମଧ୍ୟରେ ଏକ ଗଭୀର ସଂଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ତେବେ ଆଗରୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଫିଚର୍ସ ଆସିବା ପରେ ଲୋକେ ଏହାକୁ କେତେ ଗ୍ରହଣ କରୁଛନ୍ତି ତା' ଉପରେ ସମସ୍ତଙ୍କ ନଜର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.