ବିନା କ୍ରୁରେ ହେବାକୁ ଥିବା Gaganyaan Mission ଡିସେମ୍ବର ସୁଦ୍ଧା ଅସମ୍ଭବ: ISRO

author img

By

Published : Jul 26, 2021, 4:55 PM IST

ବିନା କ୍ରୁରେ ହେବାକୁ ଥିବା Gaganyaan Mission ଡିସେମ୍ବର ସୁଦ୍ଧା ଅସମ୍ଭବ: ISRO

ବିନା କ୍ରୁ ବା ବିନା ମଣିଷରେ ନିମ୍ନ ପୃଥିବୀ କକ୍ଷପଥ(Low Earth Orbit)କୁ ଯିବାକୁ ଥିବା ଯାନ ଡିସେମ୍ବର ସୁଦ୍ଧା ସମ୍ଭବ ନୁହେଁ ବୋଲି କହିଛନ୍ତି ଇସ୍ରୋ ଚେୟାରମ୍ୟାନ କେ.ସିଭନ । ଅଧିକ ପଢନ୍ତୁ...

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ISRO) ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ବିନା କ୍ରୁରେ ନିମ୍ନ ପୃଥିବୀ କକ୍ଷପଥକୁ ଯାତ୍ରା କରିବା ପାଇଁ ଯୋଜନା କରିଥିଲା । କିନ୍ତୁ କୋଭିଡ ମହାମାରୀ ଯୋଗୁଁ ଏହି ଯାତ୍ରା କରିବାକୁ ଥିବା ଯାନର ପାର୍ଟ୍ସ ଗୁଡିକ ପହଞ୍ଚିବାରେ ବିଳମ୍ବ ହେବାରୁ ଏହି ମିଶନ ଡିସେମ୍ବର ସୁଦ୍ଧା ଅସମ୍ଭବ ବୋଲି ଇସ୍ରୋର ଚେୟାରମ୍ୟାନ କେ.ସିଭନ ଆଜି(ସୋମବାର) ସୂଚନା ଦେଇଛନ୍ତି ।

ବିନା କ୍ରୁରେ ହେବାକୁ ଥିବା Gaganyaan Mission ଡିସେମ୍ବର ସୁଦ୍ଧା ଅସମ୍ଭବ: ISRO
ବିନା କ୍ରୁରେ ହେବାକୁ ଥିବା Gaganyaan Mission ଡିସେମ୍ବର ସୁଦ୍ଧା ଅସମ୍ଭବ: ISRO

ଡିସେମ୍ବର ସୁଦ୍ଧା ନିମ୍ନ ପୃଥିବୀ କକ୍ଷପଥକୁ ବିନା କ୍ରୁ ମେମ୍ବରରେ ୨ଟି ଯାନ ପଠାଇବାକୁ ଇସ୍ରୋ ଯୋଜନା କରିଥିଲା । ଏଥିଲାଗି ଯାନ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିଲା । ଯାନ ପ୍ରସ୍ତୁତ କରିବା ପାଇଁ ଦେଶର ପ୍ରାୟ ୧୦୦ ଇଣ୍ଡଷ୍ଟ୍ରିରୁ ଗଗନଯାନ ପାଇଁ ପାର୍ଟ୍ସ ଆସିବାର ଥିଲା । କିନ୍ତୁ କୋରୋନା ମହାମାରୀରେ ଲକଡାଉନ ପାଇଁ ଗଗନଯାନର ପାର୍ଟ୍ସଗୁଡିକ ଡେଲିଭରୀ ହୋଇପାରିନଥିଲା । ଫଳରେ ଏହି ଯାନର ନିର୍ମାଣ ଶେଷ ହୋଇପାରିନାହିଁ । ଏହି ଗଗନଯାନକୁ ଉତକ୍ଷେପଣ ପାଇଁ GSLV Mk IIIର ବ୍ୟବହାର କରାଯିବ । ତେବେ ପ୍ରଥମେ uncrewed(ବିନା ମାନବରେ ଗଗନଯାନକୁ ଯାତ୍ରା) ଯାନ ପଠାଇବା ପରେ crewed ବା ମହାକାଶଚାରୀଙ୍କ ସହିତ ନିମ୍ନ ପୃଥିବୀ କକ୍ଷପଥକୁ ଯାନ ପଠାଯିବ ।

ଗତ ୨୦୧୮ ମସିହା ସ୍ବାଧୀନତା ଦିବସରେ ଗଗନଯାନ ପ୍ରୋଗ୍ରାମ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ । ଭାରତର ୭୫ତମ ସ୍ବାଧୀନତା ଦିବସ ପୂର୍ବରୁ ନିମ୍ନ ପୃଥିବୀ କକ୍ଷପଥକୁ ମଣିଷ ସହିତ ଯାନ ପଠାଯିବ ବୋଲି ଲକ୍ଷ୍ୟ ରଖାଯାଇଥିଲା । ଏଥିଲାଗି ୪ ଜଣ ମହାକାଶଚାରୀ ଶାରୀରିକ, ମାନସିକ ସ୍ତରରେ ତାଲିମ ନେବା ପାଇଁ ପ୍ରସ୍ତୁତ ରହିଛନ୍ତି । ଏହି ତାଲିମ ପ୍ରକ୍ରିୟା ଆସନ୍ତା ମାସରୁ ଆରମ୍ଭ ହେବ । ଦେଶର ବିଭିନ୍ନ ସ୍ଥାନରେ ଏହି ତାଲିମ ଦିଆଯିବ । ଏକାଡେମିକ ଟ୍ରେନିଂ, ଏୟାରକ୍ରାଫ୍ଟ ଟ୍ରାଏଲ୍ସ, ନାଭି ଟ୍ରାଏଲ୍ସ, ମହାକାଶରେ ବଞ୍ଚିବା ଆଦି ସମ୍ପର୍କରେ ତାଲିମ ଦିଆଯିବ । ମିଶନ ଆରମ୍ଭ ହେବା ପର୍ଯ୍ୟନ୍ତ ସେମାନେ ବାରମ୍ବାର ତାଲିମ ନେଉଥିଲେ ବୋଲି ସିଭନ କହିଛନ୍ତି ।

ଏହି ମିଶନ ଲାଗି ଆବଶ୍ୟକ ଥିବା ହ୍ୟୁମାନ-ସେଣ୍ଟ୍ରିକ ପ୍ରଡକ୍ଟ ତିଆରି ପାଇଁ DRDO ସହିତ ଏକ ଚୁକ୍ତି କରାଯାଇଛି । ହ୍ୟୁମାନ-ସେଣ୍ଟ୍ରିକ ପ୍ରଡକ୍ଟରେ ମହାକାଶରେ ଗ୍ରହଣ କରିବାକୁ ଥିବା ଖାଦ୍ୟ, ପୋଟେବଲ ୱାଟର, କ୍ରୁ ହେଲଥ ମନିଟରିଂ ସିଷ୍ଟମ, ମେଡିକାଲ କିଟ ଆଦି ଲାବ୍ରୋଟୋରୀରେ ପ୍ରସ୍ତୁତ କରାଯିବ । ଏହି ମିଶନରେ ଆବଶ୍ୟକ ଥିବା କିଛି ଗୁରୁତ୍ବପୂର୍ଣ୍ଣ ଜିନିଷ ପାଇଁ ଇସ୍ରୋ ଫ୍ରେଞ୍ଚ, ଋଷିଆ ଓ ଆମେରିକା ମହାକାଶ ଏଜେନ୍ସିର ସହାୟତା ଲୋଡିଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.