Xରେ ରୋଲଆଉଟ ହେଲା ଜବ୍ ସର୍ଚ୍ଚ ଫିଚର, ଏଭଳି କରିହେବ ଉପଯୋଗ

Xରେ ରୋଲଆଉଟ ହେଲା ଜବ୍ ସର୍ଚ୍ଚ ଫିଚର, ଏଭଳି କରିହେବ ଉପଯୋଗ
Xରେ ରୋଲଆଉଟ ହେଲା ଜବ୍ ସର୍ଚ୍ଚ ଫିଚର । ଲିଙ୍କଡଇନ ସହିତ ଏଣିକି ଏକ୍ସରେ ଖୋଜିହେବ ଚାକିରି । ଅଧିକ ପଢନ୍ତୁ
ହାଇଦ୍ରାବାଦ: ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର । ଲାଇଭ ହେଲା ଆଉ ଏକ ପ୍ଲାଟଫର୍ମ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଲିଙ୍କଡଇନ ବ୍ୟତୀତ ଆଉ ଏକ ପ୍ଲାଟଫର୍ମ ଲାଇଭ ହୋଇଯାଇଛି । ବିଲେନିୟର ଏଲନ ମସ୍କ ନିଜ ପ୍ଲାଟଫର୍ମ ଏକ୍ସରେ ଜବ୍ ସର୍ଚ୍ଚ ଫିଚର ରୋଲଆଉଟ କରିଛନ୍ତି । ଏନେଇ ଟ୍ବିଟ କରି ସୂଚନା ଦିଆଯାଇଛି । ଯେଉଁମାନେ ଚାକିରି ଖୋଜୁଛନ୍ତି ସେମାନଙ୍କ ପାଇଁ ଏକ୍ସର ଏହି ଟୁଲ ଅତ୍ୟନ୍ତ ଉପଯୋଗୀ ହେବ ।
ଲିଙ୍କଡଇନ ସହ ହୋଇପାରେ ଟକ୍କର: ବର୍ତ୍ତମାନର ସମୟରେ ଚାକିରି ଖୋଜିବା ପାଇଁ ସମସ୍ତେ ଲିଙ୍କଡଇନ ଉପରେ ନିର୍ଭରଶୀଳ । ସାଧାରଣତଃ ଯଦି ଦେଖିବା ଚାକିରି ଖୋଜିବା ପାଇଁ ଲିଙ୍କଡଇନ କୌଣସି ପୋଷ୍ଟ ବା ଆଡ ଦେବା ପାଇଁ ବ୍ୟବହୃତ ହୋଇଥାଏ । ଏହି କ୍ରମରେ ଦେଖିବାକୁ ଗଲେ ଏକ୍ସର ଏହି ଫିଚର ଲିଙ୍କଡଇନକୁ ଟକ୍କର ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ପ୍ରକାଶ ଥାଉକି, ଚଳିତ ବର୍ଷ ଅଗଷ୍ଟ ମାସରେ ବିଟା ୟୁଜର୍ସଙ୍କ ପାଇଁ ଏହି ଫିଚରକୁ ରୋଲଆଉଟ କରାଯାଇଥିଲା । ତେବେ ଟେଷ୍ଟିଂ ଶେଷ ହେବା ପରେ ଏହା ସମସ୍ତ ୟୁଜର୍ସଙ୍କ ପାଇଁ ରୋଲଆଉଟ କରାଯାଇଛି ।
କେମେତି ବ୍ୟବହାର କରିହେବ ଏକ୍ସର ଜବ ସର୍ଚ୍ଚ ଫିଚର: ଓ୍ବେବ ଭର୍ସନରେ ଏକ୍ସର ଜବ ସର୍ଚ୍ଚ ଫିଚର ଖୋଲିବା ପରେ ପ୍ରଥମେ ଦୁଇ ଟେକ୍ସ ଫିଲ୍ଡର ଅପ୍ସନ ମିଳିବ । ଯେଉଁଥିରେ ଜବ ଟାଇଟଲ ଏବଂ ଲୋକେସନ ଦେବାକୁ ହେବ । ଏହାପରେ ସର୍ଚ୍ଚ ଅପ୍ସନକୁ କ୍ଲିକ କରିପାରିବେ । ଯଦି ଟାଇଟସ ସହ ଜଡିତ କୌଣସି ପୋଷ୍ଟ କରାଯାଇଥାଏ ତେବେ ସମ୍ପୁର୍ଣ୍ଣ ଡିଟେଲ ଦେଖାଯିବ ।
କେଉଁ କମ୍ପାନୀ ଜବ ପୋଷ୍ଟ କରିପାରିବେ: ସୂଚନା ଅନୁସାରେ, ଏକ୍ସରେ ସମସ୍ତ କମ୍ପାନୀ ଜବ୍ ବା ଚାକିରି ନେଇ ପୋଷ୍ଟ କରିପାରିବେ ନାହିଁ । ଚାକିରି ସମ୍ବନ୍ଧୀୟ ପୋଷ୍ଟ କରିବାକୁ ହେଲେ Verified for Organisations ମେମ୍ବରସିପ ରହିଥିବା ଆବଶ୍ୟକ। ଏହା ପାଇଁ କମ୍ପାନୀମାନଙ୍କୁ ପ୍ରତି ମାସରେ ଏକ୍ସକୁ 82,300 ଟଙ୍କା ଦେବାକୁ ହେବ।
କହିରଖୁଛୁ କି, ଏହାରି ଭିତରେ ମସ୍କ ଆପକୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଡେଟିଂ ଆପକୁ ଟକ୍କର ଦେବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏକ ସମୟରେ ଟ୍ବିଟରକୁ ମାଇକ୍ରୋବ୍ଲଗିଂ ସାଇଟ କୁହାଯାଉଥିବା ବେଳେ ବର୍ତ୍ତମାନ ନାମ ସହିତ ଅନେକ ପରିବର୍ତ୍ତନ ଆସିଛି । ଏକ ବୈଠକରେ ଏଲନ ମସ୍କ କହିଥିଲେ, "ଏକ୍ସରେ ଶୀଘ୍ର ଡେଟିଂ ସମ୍ଭବ ହୋଇପାରିବ । ଏଥିପାଇଁ ପ୍ରସ୍ତୁତି ଜାରି ରହିଛି । ଏକ୍ସ ଖୁବଶୀଘ୍ର ଲିଙ୍କଡଇନ, ୟୁଟ୍ୟୁବ, ଫେସ ଟାଇମ ଏବଂ ଡେଟିଂ ଆପର ମୁକାବିଲା କରିବ ।"
