ବିଶ୍ବ ବାୟୁମଣ୍ଡଳ ଦିବସ, ବାୟୁମଣ୍ଡଳ ବିନା ନାହିଁ ଜୀବ ସତ୍ତା

author img

By

Published : Apr 10, 2021, 9:42 PM IST

ବିଶ୍ବ ବାୟୁମଣ୍ଡଳ ଦିବସ, ବାୟୁମଣ୍ଡଳ ବିନା ନାହିଁ ଜୀବ ସତ୍ତା

ବାୟୁମଣ୍ଡଳର ପୃଥିବୀର ସୁରକ୍ଷା କବଚ । ବିନା ବାୟୁମଣ୍ଡଳରେ ଜୀବଜଗତ ସତ୍ତା ନାହିଁ । ଏଣୁ ପ୍ରତିବର୍ଷ ଏପ୍ରିଲ 10 ତାରିଖକୁ ବିଶ୍ବ ବାୟୁମଣ୍ଡଳ ଦିବସ ରୂପେ ପାଳନ କରାଯାଏ । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ବାୟୁମଣ୍ଡଳ କହିଲେ ଗ୍ୟାସଗୁଡିକର ସମାହାର, ଯାହା ପୃଥିବୀପୃଷ୍ଠକୁ ଘେରି ରହିଛି । ଅତ୍ୟଧିକ ଉତ୍ତାପ, କ୍ଷତିକାରକ ରଶ୍ମୀରୁ ପୃଥିବୀପୃଷ୍ଠକୁ ସୁରକ୍ଷିତ ରଖିବାରେ ବାୟୁମଣ୍ଡଳର କବଚ ସଦୃଶ୍ୟ ଅଟେ । ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମିକୁ ଅବଶୋଷଣ କରି ଏହା ପୃଥିବୀର ଜୀବଜନ୍ତୁଙ୍କୁ ସୁରକ୍ଷା ଦେଇଥାଏ । ଏଣୁ ପ୍ରତିବର୍ଷ ଏପ୍ରିଲ 10କୁ ବିଶ୍ବ ବାୟୁମଣ୍ଡଳ ଦିବସ ରୂପେ ପାଳନ କରାଯାଏ ।

ବିଶ୍ବ ବାୟୁମଣ୍ଡଳ ଦିବସ, ବାୟୁମଣ୍ଡଳ ବିନା ନାହିଁ ଜୀବ ସତ୍ତା
ବିଶ୍ବ ବାୟୁମଣ୍ଡଳ ଦିବସ, ବାୟୁମଣ୍ଡଳ ବିନା ନାହିଁ ଜୀବ ସତ୍ତା
ବିଶ୍ବ ବାୟୁମଣ୍ଡଳ ଦିବସ, ବାୟୁମଣ୍ଡଳ ବିନା ନାହିଁ ଜୀବ ସତ୍ତା
ବିଶ୍ବ ବାୟୁମଣ୍ଡଳ ଦିବସ, ବାୟୁମଣ୍ଡଳ ବିନା ନାହିଁ ଜୀବ ସତ୍ତା
ବିଶ୍ବ ବାୟୁମଣ୍ଡଳ ଦିବସ, ବାୟୁମଣ୍ଡଳ ବିନା ନାହିଁ ଜୀବ ସତ୍ତା
ବିଶ୍ବ ବାୟୁମଣ୍ଡଳ ଦିବସ, ବାୟୁମଣ୍ଡଳ ବିନା ନାହିଁ ଜୀବ ସତ୍ତା

ପୃଥିବୀ ଗ୍ରହକୁ ବାୟୁମଣ୍ଡଳ ଘେରି ରହିଛି ଏବଂ ମାଧ୍ୟାକର୍ଷଣ ଶକ୍ତି ଦ୍ବାରା ଏହା ପୃଥିବୀକୁ ଲାଗି ରହିଛି । ବାୟୁମଣ୍ଡଳରେ ତିନୋଟି ମୁଖ୍ୟ ଉପାଦାନ ରହିଛି, ଯଥା ଯବକ୍ଷାରଜାନ, ଅମ୍ଲଜାନ ଓ ଆର୍ଗନ । ବାୟୁମଣ୍ଡଳରେ ଯବକ୍ଷାରଜାନର ମାତ୍ରା 78 ପ୍ରତିଶତ ଥିବାବେଳେ 21 ପ୍ରତିଶତ ଅମ୍ଲଜାନ, 0.9 ପ୍ରତିଶତ ଆର୍ଗନ ଏବଂ 0.1 ପ୍ରତିଶତ ଅନ୍ୟାନ୍ୟ ଗ୍ୟାସର ମାତ୍ରା ରହିଛି । ସେହି 0.1 ପ୍ରତିଶତରେ ଅଙ୍ଗାରକାମ୍ଲ, ମିଥେନ, ଜଳୀୟବାଷ୍ପ ଓ ନିଓନ ଆଦି ଗ୍ୟାସ ଅନ୍ତର୍ଭୁକ୍ତ ଅଟେ । ପୃଥିବୀର ବାୟୁମଣ୍ଡଳର ପୃଥିବୀପୃଷ୍ଠରୁ 10 ହଜାର କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି ।

ଗ୍ରୀନହାଉସ ଗ୍ୟାସ ଏବଂ ଏହାର ପ୍ରଭାବ:

ସୂର୍ଯ୍ୟଙ୍କ ଅବଲୋହିତ ରଶ୍ମିକୁ ଶୋଷଣ କରୁଥିବା ଗ୍ୟାସଗୁଡିକୁ ସବୁଜଗୃହ ଗ୍ୟାସ କୁହାଯାଏ ଏବଂ ଏହି ଗ୍ୟାସ ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ ଅଟେ । ତେବେ ଅଙ୍ଗାରକାମ୍ଲ ବାୟୁମଣ୍ଡଳର ସର୍ବାଧିକ ପରିମାଣର ସବୁଜଗୃହ ଗ୍ୟାସ ଅଟେ । ସେହିପରି ତାପମାତ୍ରାକୁ ଆଧାର କରି ବାୟୁମଣ୍ଡଳକୁ 5ଟି ଭାଗରେ ବିଭକ୍ତ କରାଯାଇଛି । ଯେପରିକି, ଟ୍ରୋପୋସ୍ଫିଅର, ଷ୍ଟ୍ରାଟୋସ୍ଫିଅର, ମେସୋସ୍ଫିଅର, ଥର୍ମୋସ୍ଫିଅର, ଏକ୍ସୋସ୍ଫିଅର ।

ପୃଥିବୀକୁ ରକ୍ଷା କରିବାରେ ବାୟୁମଣ୍ଡଳର ଭୂମିକା:

ପୃଥିବୀପୃଷ୍ଠରେ ଜୀବନ ଧାରଣରେ ବାୟୁମଣ୍ଡଳର ଏକାନ୍ତ କାମ୍ୟ । ବାୟୁମଣ୍ଡଳରେ ଥିବା ଓଜନ ସ୍ତର ପୃଥିବୀ ଓ ଅତି ବାଇଗଣୀ ରଶ୍ମି ମଧ୍ୟରେ ମୁଖ୍ୟ ପ୍ରତିବନ୍ଧକ । ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମିକୁ ଏହି ଓଜନ ସ୍ତର ଅବଶୋଷିତ କରି ଜୀବଜଗତକୁ ସୁରକ୍ଷା ଦେଇଥାଏ ।

ପୃଥିବୀ ଉପରେ ଏହାର ପ୍ରଭାବ ଏବଂ ଅବସ୍ଥାନକୁ ଆଧାର କରି ପାଣିପାଗ ବିପଜ୍ଜନକ ହୋଇପାରେ । ତଥାପି ପାଣିପାଗ ଦ୍ବାରା ପୃଥିବୀରେ ଘଟିଥିବା କ୍ଷତି ଅପେକ୍ଷାକୃତ କମ୍ ଅଟେ । ବାୟୁମଣ୍ଡଳର ପାଣିପାଗରୁ ସୁରକ୍ଷା ଯୋଗାଇଥାଏ । ତାପାମାତ୍ରାକୁ ମଧ୍ୟ ଏହା ନିୟନ୍ତ୍ରିତ କରିଥାଏ ।

ବାୟୁମଣ୍ଡଳ ବିନା ପୃଥିବୀ:

. ପୃଥିବୀରେ ବାୟୁମଣ୍ଡଳ ନ ରହିଲେ ପକ୍ଷୀ ଓ ବିମାନଗୁଡିକ ଆକାଶରୁ ତଳକୁ ଖସି ପଡିବେ ବା ଉଡାଣ ଭରିପାରିବେ ନାହିଁ ।

. ଆକାଶର ନୀଳ ରଙ୍ଗ କଳା ରଙ୍ଗକୁ ରୂପାନ୍ତରିତ ହୋଇଯିବ ।

. ଆମେ କିଛି ଶୁଣିପାରିବା ନାହିଁ ।

. ନଦୀ, ସାଗର ଓ ହ୍ରଦଗୁଡିକର ଜଳ ଅତ୍ୟନ୍ତ ଉତ୍ତପ୍ତ ରହିବ ।

. ଶ୍ବାସକ୍ରିୟା ସମ୍ପାଦନ ନ କରିପାରି ଜୀବଜନ୍ତୁଙ୍କ ମୃତ୍ୟୁ ଘଟିବ ।

ଏଣୁ ଏହା କୁହାଯାଇପାରିବ କି ବାୟୁମଣ୍ଡଳ ବିନା ଜୀବଜଗତ ନିଜର ଅସ୍ତିତ୍ବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.