ପୃଥିବୀରେ ପିମ୍ପୁଡି ସଂଖ୍ୟା କେତେ ଜାଣିଛନ୍ତି କି ?

author img

By

Published : Sep 22, 2022, 11:01 AM IST

ପୃଥିବୀରେ ପିମ୍ପୁଡ଼ି ସଂଖ୍ୟା ଆକଳନ କଲେ ଅନୁସନ୍ଧାନକାରୀ, ଜଳବାୟୁ ପରିବର୍ତ୍ତନରେ ହେବ ସହାୟକ

ହଂକଂର କିଛି ଅନୁସନ୍ଧାନକାରୀ ଦୁନିଆରେ ପିମ୍ପୁଡ଼ି ସଂଖ୍ୟା(Ant population on earth) ଗଣିବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ପୃଥିବୀରେ ଜନସଂଖ୍ୟା ତୁଳନାରେ 2.5 ମିଲିୟନ୍ ଗୁଣ ଅଧିକ ପିମ୍ପୁଡି ଥିବା ଆକଳନ କରିଛନ୍ତି ଅନୁସନ୍ଧାନକାରୀ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ପୃଥିବୀ ପୃଷ୍ଠରେ ମଣିଷଙ୍କ ଅପେକ୍ଷା ଅଧିକ ପିମ୍ପୁଡ଼ି ଥିବା ବିଶ୍ବାସ କରାଯାଏ । କିନ୍ତୁ ପିମ୍ପୁଡ଼ିର ସଠିକ ଜନସଂଖ୍ୟା(Ant population on earth) ଆକଳନ କରିବା ଅସମ୍ଭବ । ତେବେ, ହଂକଂର କିଛି ଅନୁସନ୍ଧାନକାରୀ ଦୁନିଆରେ ପିମ୍ପୁଡ଼ି ସଂଖ୍ୟା ଗଣିବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । 489 ଅଧ୍ୟୟନରୁ ସଂଗୃହିତ ସୂଚନା ଉପରେ ଆଧାର କରି ଏହା ଅନୁମାନ କରାଯାଏ ଯେ, ପୃଥିବୀରେ 20,000,000,000,000,000,000 କିମ୍ବା 20 କ୍ୱାଡ୍ରିଲିଅନ୍ ପିମ୍ପୁଡ଼ି ଅଛନ୍ତି । ଏହା ଜନସଂଖ୍ୟା ତୁଳନାରେ 2.5 ମିଲିୟନ୍ ଗୁଣ ଅଧିକ ।

କିନ୍ତୁ ସେମାନଙ୍କର ଡେନ୍ସିଟି ଅନୁଯାୟୀ ସଠିକ ସଂଖ୍ୟା କହିବା କଷ୍ଟକର ବୋଲି ଅନୁସନ୍ଧାନକାରୀ କହିଛନ୍ତି । ଏନେଇ ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସ ପତ୍ରିକାରେ ପ୍ରକାଶ ପାଇଛି । ଅଷ୍ଟ୍ରେଲିଆ, ଜର୍ମାନୀ ଏବଂ ହଂକଂର ଏକ ଅନୁସନ୍ଧାନକାରୀ ଦଳ 489 ଅଧ୍ୟୟନର ବିଶ୍ଳେଷଣ କରିଥିଲେ, ଯାହା ସମସ୍ତ ଦେଶର ବିଭିନ୍ନ ବାସସ୍ଥାନରେ ମାଟି ଏବଂ ଗଛରେ ବାସ କରୁଥିବା ପିମ୍ପୁଡ଼ି ଉପରେ ତଥ୍ୟ ସଂଗ୍ରହ କରିଥିଲା ​।

ଏହି ଅନୁସନ୍ଧାନ ବୈଜ୍ଞାନିକମାନଙ୍କୁ ଇକୋସିଷ୍ଟମରେ ପିମ୍ପୁଡ଼ିର ଭୂମିକା ବାବଦରେ ଜାଣିବାକୁ ସାହାଯ୍ୟ କରିପାରିବ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ବିପଦ ସମୟରେ ଏହି କୀଟପତଙ୍ଗ ଏବଂ ଅନ୍ୟମାନେ କିପରି ପ୍ରଭାବିତ ହୋଇଥାନ୍ତି ତାହାର ଆକଳନ କରିବାର ଏକ ଉପାୟ ପ୍ରଦାନ କରିପାରନ୍ତି । ପରିବେଶ ପରିବର୍ତ୍ତନକୁ ନେଇ କୀଟପତଙ୍ଗର ପ୍ରତିକ୍ରିୟାଗୁଡ଼ିକୁ ଅନୁସନ୍ଧାନ କରିବା ପାଇଁ ଆମର ଫଳାଫଳ ଏକ ଗୁରୁତ୍ୱପୂର୍ଣ୍ଣ ଆଧାର ପ୍ରଦାନ କରିଥାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ଅଧ୍ୟୟନରେ ଆହୁରି ମଧ୍ୟ ଆକଳନ କରାଯାଇଛି ଯେ, ପୃଥିବୀରେ ସମୁଦାୟ ପିମ୍ପୁଡ଼ି ପ୍ରାୟ 12 ମେଗାଟନ୍ ଶୁଖିଲା କାର୍ବନ ପାଇଁ କାର୍ଯ୍ୟ କରିଥାଏ, ଯାହା ସେମାନଙ୍କର ବିପୁଳ ସଂଖ୍ୟାର ଉପସ୍ଥିତିକୁ ସୂଚିତ କରିଥାଏ ବୋଲି ଜଣେ ବୈଜ୍ଞାନିକ ତାଙ୍କ ଅଧ୍ୟୟନରେ ଲେଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.