ଶୀତ ଅଧିବେଶନ ଆରମ୍ଭ, ଦେଖନ୍ତୁ ବିଧାନସଭାରୁ LIVE
ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ଶୀତକାଳୀନ ଅଧିବେଶନ । ଡିସେମ୍ବର 30 ଯାଏଁ ଅଧିବେଶନ ଚାଲିବ ବୋଲି ସ୍ଥିର ହୋଇଛି । ମୋଟ 30ଟି କାର୍ଯ୍ୟ ଦିବସ ଥିବାବେଳେ ଗୃହ କେତେ ଦିନ ଚାଲିବ ତାହା ସମୟ କହିବ । କିନ୍ତୁ ଅନେକ ପ୍ରସଙ୍ଗ ଥିବାରୁ ସରକାରୀ ଦଳକୁ ଘେରିବା ଲାଗି ଯୋଜନା ପ୍ରସ୍ତୁତ କରୁଛନ୍ତି ଦୁଇ ପ୍ରମୁଖ ବିରୋଧୀ ଦଳ । ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭା ହୁଲୁସ୍ତୁଲୁ କରିବେ ବିରୋଧୀ । ଏନେଇ ପ୍ରାକ ପ୍ରସ୍ତୁତି ଆରମ୍ଭ କରିଛନ୍ତି କଂଗ୍ରେସ ଓ ବିଜେପି । ସେପଟେ ବିରୋଧୀଙ୍କୁ ମୁକାବିଲା କରିବା ଲାଗି ଯୋଜନା କରିଛି ଶାସକ ଦଳ । ଅନେକ ପ୍ରସଙ୍ଗ ଥିବାରୁ ସରକାରୀ ଦଳକୁ ଘେରିବା ଲାଗି ଯୋଜନା ପ୍ରସ୍ତୁତ କରୁଛନ୍ତି ଦୁଇ ପ୍ରମୁଖ ବିରୋଧୀ ଦଳ । ନିକଟରେ କ୍ୟାବିନେଟରେ ପାରିତ ହୋଇ ସ୍ଥଗିତ ହୋଇଥିବା ଆଦିବାସୀଙ୍କ ଜମି ସମ୍ପର୍କିତ ଅଧ୍ୟାଦେଶକୁ ବିଧାନସଭାର ପ୍ରସଙ୍ଗ କରିବେ ବିରୋଧୀ । ବିଧାନସଭା ଶୀତ ଅଧିବେଶନରେ ଦେଖନ୍ତୁ ସିଧାପ୍ରସାରଣ ।
ଇଟିଭି ଭାରତ, ଭୁବନେଶ୍ବର
Loading...