ମହାମହିମ ରାଷ୍ଟ୍ରପତିଙ୍କ ବୁର୍ଲା VSSUTର ୧୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦାନ LIVE
ସମ୍ବଲପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି । ସେ ନିଜ ଗସ୍ତର ଦ୍ବିତୀୟ ଦିନରେ ଆଜି ସମ୍ବଲପୁର ଗସ୍ତ କରିଛନ୍ତି । ଏହାସହିତ ବୁର୍ଲା ଭିସୁଟରେ ଥିବା ୧୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଏହି ଗସ୍ତଙ୍କୁ ନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାରେ ଜଣେ ଆଇଜି, ସମ୍ବଲପୁର ଏସପିଙ୍କ ସମେତ ଜଣେ କମାଣ୍ଡେଣ୍ଟ, ୫ ଜଣ ଅତିରିକ୍ତ ଏସପି, ୨୩ ଜଣ ଡିଏସପି, ୪୬ ଜଣ ଇନ୍ସପେକ୍ଟର, ୧୪୪ ଜଣ ଏସଆଇ ଓ ଏଏସଆଇ,୧୩୧ ଜଣ କନଷ୍ଟେବଳ, ୧୧୦ ଜଣ ଗୃହରକ୍ଷୀ, ୨୭ ଜଣ ଟ୍ରାଫିକ କନେଷ୍ଟବଳ ଓ ୩୪ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ସେପଟେ ରାଷ୍ଟ୍ରପତିଙ୍କ ଗସ୍ତଙ୍କୁ ନେଇ ସମଲେଶ୍ବରୀ ମନ୍ଦିର ଓ ଭିସୁଟରେ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ ପହଞ୍ଚି ଯାଞ୍ଚ କରିଛି । ତେବେ ଭିସୁଟରେ ରାଷ୍ଟ୍ରପତି ପହଞ୍ଚି ସାରିଥିବା ବେଳେ ଦେଖନ୍ତୁ ସିଧା ପ୍ରସାରଣ
Loading...