ସିଡନୀରେ ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ସମ୍ବୋଧନ, ଦେଖନ୍ତୁ LIVE
Published: May 23, 2023, 1:41 PM

ସିଡନୀ: 6 ଦିନିଆ ବିଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ଜାପାନ ପରେ ପପୁଆ ନ୍ୟୁଗିନି ଗସ୍ତ ପରେ ଗତକାଲି(ସୋମବାର) ଆଷ୍ଟ୍ରେଲିଆ ଗସ୍ତ କରିଛନ୍ତି । ଆଜି (ମଙ୍ଗଳବାର) ସିଡନୀରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ପରେ ଅଷ୍ଟ୍ରେଲିଆରେ ମୋଦିଙ୍କର ବ୍ୟାପକ କାର୍ଯ୍ୟକ୍ରମ ରହିଛି । ସିଡନୀରେ ପ୍ରଧାନମନ୍ତ୍ରୀଙ୍କୁ ଭାବ୍ୟ ସ୍ବାଗତ କରିଯାଇଥିଲା । ପାପୁଆ ନ୍ୟୁ-ଗିନିରେ ଭବ୍ୟ ସ୍ବାଗତ ସହ ସେଠାକାର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ନିଜର ଏହି ସ୍ମରଣୀୟ ଗସ୍ତକୁ ମନେ ପକାଇ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଭିଡିଓ ସେୟାର କରିଥିଲେ ପ୍ରଧାନମନ୍ତ୍ରୀ । ଗତକାଲି ସେ ପାପୁଆ-ନ୍ୟୁ ଗିନିରେ ପହଞ୍ଚିବା ପରେ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଜେମସ ମାରାପେ ତାଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସିଡନୀ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ହରହର ମୋଦି ଘର ଘର ମୋଦି ନାରାରେ କମ୍ପିଥିଲା ସିଡନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଡନୀରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନର ସିଧାପ୍ରସାରଣ ଦେଖନ୍ତୁ ।